କେମିତି ଘଟିଗଲା ଏତେ ବଡ ଦୁର୍ଘଟଣା ! 5 ମିନିଟ ପୂର୍ବରୁ ଷ୍ଟେସନ ଛାଡିଥିଲା ଟ୍ରେନ, 30 ମିନିଟରେ ପହଁଞ୍ଚିଥାନ୍ତା, ହେଲେ ଆଉ ପହଞ୍ଚିଲା ନାହିଁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହିଭଳି ଏକ ଦୁର୍ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ଆସନ୍ତୁ ଜାଣିନେବା ଘଟଣାଟି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ସମୟ ରାତି 3 ଟା ବାଜି 27 ମିନିଟ । ସମସ୍ତ ଯାତ୍ରୀ ଟ୍ରେନରେ ଶୋଇଥିଲେ । ଟ୍ରେନ ଟି ଦୃତ ଗତିରେ ଚାଲୁଥିଲା । ରାତିସାରା ଟ୍ରେନ ରହୁଛି ଷ୍ଟେସନରେ ଯାତ୍ରୀମାନେ କେଉଁଠି ଚଢୁଛନ୍ତି ତ ଆଉ କେଉଁଠି ଓହ୍ଲାଊଛନ୍ତି । ରାତିସାରା ଷ୍ଟେସନ ମାନଙ୍କରେ ଗହଳି ଲାଗିଥାଏ ।

କିନ୍ତୁ ହଠାତ ଟ୍ରେନର ବଗି ରେଳ ଧାରଣାରୁ ବାହାରକୁ ଚାଲିଯାଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ଉଠିପଡିଥିଲେ । କେହି କିଛି ହଠାତ ଜାଣିପାରିଲେ ନାହିଁ । ଚାହୁଁ ଚାହୁଁ ଯାତ୍ରୀ ମାନେ ଜାଣିବାକୁ ପାଇଲେ ଯେ ଟ୍ରେନ ବଗି ଲାଇନ ବାହାରକୁ ଚାଲି ଯାଇଛି । ଯିଏ ଯୁଆଡେ ନିଜ ଜୀବନକୁ ବଞ୍ଚାଇ ଧାଇଁବାକୁ ଲାଗିଲେ । ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ରାଜସ୍ଥାନର ପାଲି ରେ ।

ବାଞ୍ଜାର ଟର୍ମିନାଲ ଜୋତପୁର ସୂର୍ଯ୍ୟନାରାୟଣ ଏକ୍ସପ୍ରେସର ୧୧ ଟି ବଗି ରେ ଯାତ୍ରୀ ଙ୍କୁ ଧରି ତାହାର ଗନ୍ତବ୍ୟ ସ୍ଥଳ କୁ ଯାଉଥିଲା କିନ୍ତୁ ତାଙ୍କ ମଧ୍ୟରୁ ୮ ଟି ବଗି ଲାଇନଚ୍ୟୁତ ହୋଇଛି । ଅପର ପାର୍ଶ୍ଵରେ ଉତ୍ତର ପଶ୍ଚିମ ରେଳବାଇ ସିପିଆରଓ କହିଛନ୍ତି ଯୋଦପୁର ଡିଭିଜନର ରାଜକିବାସ ନିକଟରେ ବଗି ଗୁଡିକ ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି ।

ଅପର ପାର୍ଶ୍ଵରେ ରେଳବାଇର ଜେନେରାଲ ମ୍ୟାନେଜର ତଥା ଅନ୍ୟ ଉଚ୍ଚ ପଦାଧିକାରୀ ମାନେ ରେଳବାଇ ଜୟପୁର ମୁଖ୍ୟାଳୟରେ ଏହାର ତଦାରଖ କରୁଛନ୍ତି । ଅନ୍ୟ ପଟରେ ଘଟଣା ସ୍ଥଳରେ ପୋଲିସ ଆମ୍ବୁଲାନ୍ସ ପହଞ୍ଚି ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତ୍ତି କରିଛି । ସେପଟେ ରେଳବାଇ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

ଅନ୍ୟ ପଟରେ ସେହି ଲାଇନରେ ଚଳାଚଳ କରୁଥିବା ସମସ୍ତ ଟ୍ରେନର ଗତିପଥ ବଦଳାଇ ଦିଆ ଯାଇଛି । ତେବେ ଏହିଭଳି ଦୁର୍ଘଟଣା ହେତୁ ଯାତ୍ରୀ ମାନେ ଭୟଭୀତ ହୋଇଯାଇଛନ୍ତି । ସାଧାରଣ ଜୀବନ ଯାପନରେ ବାଧା ସୃଷ୍ଟି ହେଇଥିବା କୁ ନେଇ ରେଳବାଇ ମଧ୍ୟ ଚିନ୍ତିତ ଅଛନ୍ତି । ତେବେ ଘଟଣାର ତଦାରଖ କରିବା ଶୟତା ସଠିକ ସମୟରେ ସବୁକିଛି ଠିକ କରିବାକୁ ପ୍ରଯତ୍ନ କରିବେ ବୋଲି କହିଛନ୍ତି ରେଳବାଇ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *