ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧ ଦିନ କି ୨ ଦିନ ନୁହେଁ, ୧ ମାସ କିମ୍ବା ୨ ମାସ ନୁହେଁ । ଦୀର୍ଘ ୨ ବର୍ଷ ହେଲା ଜଣେ ମହିଳା ଛିଡା ହୋଇ ରହିଛନ୍ତି । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କିନ୍ତୁ ଏହା ହେଉଛି ଏକ ସଂପୂର୍ଣ୍ଣ ସତ୍ୟ ଘଟଣା । ଜଣେ ଉଚ ଶିକ୍ଷିତା ମହିଳା ନିଜର ମୁହଁକୁ ଢାଙ୍କି ୨ ବର୍ଷ ହେବ ପୋଖରୀ ହୁଡାରେ ଛିଡା ହୋଇ ରହିଛନ୍ତି । ଦୀର୍ଘ ୨ ବର୍ଷ ହେବ, ସେହି ଗାଁ କିମ୍ବା ଗାଁ ଆଖ ପାଖର ଲୋକେ ତାଙ୍କ ମୁହଁକୁ ଦେଖି ନାହାନ୍ତି ।
ଖରା, ବର୍ଷା କି ଶୀତ ତାଙ୍କ ପାଇଁ ସବୁ କିଛି ୨ ବର୍ଷ ହେବ ସମାନ ହୋଇଯାଇଛି । ସେ ସେହି ଜାଗରୁ ଟିକେ ବି ଘୁଞ୍ଚୁ ନାହାନ୍ତି କି ବସିପଡୁନାହାନ୍ତି । ଗାଁ ଲୋକଙ୍କର କହିବା ଅନୁସାରେ ଯେବେ ଠାରୁ ସେ ମାନସିକ ରୋଗରେ ପୀଡିତ ହୋଇଛନ୍ତି । ସେବେ ଠାରୁ ହିଁ ଏହିପରି ଭାବରେ ଛିଡା ହୋଇ ରହିଛନ୍ତି । ଗାଁ ଲୋକ ଯେତେ ଯାହା ବୁଝାଇବାକୁ ଚେଷ୍ଟା କରିଥାନ୍ତି।
ସେତେବେକେ ସେ କିଛି ନବୁଝି ନସୁଝି ଓଲଟା ଗାଁ ଲୋକଙ୍କୁ ଗାଳି ମନ୍ଦ କରିଥାନ୍ତି । ସେହି କାରଣରୁ ଗାଁ ଲୋକ ମଧ୍ୟ ଡରିକି ସେହି ମହିଳାଙ୍କୁ କିଛି କୁହନ୍ତି ନାହିଁ । ଯେତେବେଳେ ତାଙ୍କ ଝିଅ ଆସେ ଖାଇବାକୁ ଦେବାକୁ ଆସିଥାଏ । ତେବେ ଇଛା ହେଲେ ଖାଇଥାନ୍ତି । ନଚେତ ଝିଅକୁ ଠେଲି ଦେଇଥାନ୍ତି । ଏପରି ଛିଡା ହୋଇ ଦୀର୍ଘ ୨ ବର୍ଷ ରହିଥିବାରୁ ଗାଁ ଲୋକେ ତାଙ୍କୁ ଖୁଣ୍ଟ ମଣିଷର ଆକ୍ଷା ମଧ୍ୟ ଦେଇ ସାରିଛନ୍ତି ।
ତେବେ ଏହି ଖୁଣ୍ଟ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପ୍ରଭାସିନ ନାଇକ । ଘର ଗଞ୍ଜାମ ଜିଲ୍ଲାର କଇଠ ପଲ୍ଲୀ ଗ୍ରାମର । ଘର ପରିବାର ସବୁ ଥାଇ ମଧ୍ୟ ସେ ଯେବେ ଠାରୁ ତାଙ୍କର ମାନସିକ ସ୍ଥିତି ଖରାପ ହୋଇଯାଇଛି । ସେବେ ଠାରୁ ଗାଁର ପୋଖରୀ ହୁଡାକୁ ହିଁ ସେ ଘର ଭାବି ସେହିଠାରେ ଠିଆ ହୋଇ ରହୁଛନ୍ତି ।
ଯେବେ ଠାରୁ ପ୍ରଭାସିନୀଙ୍କର ମାନସିକ ସ୍ଥିତି ଖରାପ ହେଲା । ସେବେ ଠାରୁ ସେ ସ୍ଵାମୀଙ୍କ ଘର ଛାଡି ଆସି ନିଜ ଝିଅ ସହିତ ବାପ ଘର ଗାଁରେ ରହୁଛନ୍ତି । ମନେ ମନେ କଣ ନିଜେ ନିଜେ କହିଦିଅନ୍ତି । ସେହିପରି ଖୁଣ୍ଟଟି ପରି ଗାଁ ପୋଖରୀ ପାଖରେ ଠିଆ ହୋଇରହିଥାନ୍ତି ।
ତେବେ ଏହି ଶ୍ରମିକ ପରିବାରର ପ୍ରଭାସିନୀ ମାନସିକ ରୋଗରେ ପୀଡିତ ମହିଳାଙ୍କୁ ଆବଶ୍ୟକ ମୁତାବକ ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରୁଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ