ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଆପଣ ଶୁଣିଲେ ଧର୍ଯ୍ୟହରା ହୋଇଯିବେ ଏବଂ ଆଖିରେ ଲୁହ ଆସିବାକୁ ଲାଗିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । କେନ୍ଦୁଝର ଜିଲ୍ଲାରେ ମା’ ଟି ଅଭାବ ଅନାଟନ କାରଣରୁ ୧୦ ହଜାର ଟଙ୍କାରେ ନିଜ ଶିଶୁ କୁ ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଏଠାରେ ଦେଖିବାକୁ ମିଳିଥିଲା ଯେ ମହିଳା ଜଣଙ୍କ ଘର ଘର ବୁଲି ନିଜର ୩ ମାସର କଅଁଳ ଝିଅ କୁ ବିକ୍ରି କରିବାକୁ ମୋଲଚାଲ କରୁଥିଲେ ।
ଏହି ଦୃଶ୍ୟ ଦେଖିବା ଲୋକଙ୍କ ଆଖି ଓଦା ହେବାକୁ ଲାଗିଥିଲା । କେଉଁ ମା’ ଏହିଭଳି କ୍ଷୀର ଖିଆ ଛୁଆକୁ ଅନ୍ୟକୁ ଦେବାକୁ ଚାହିଁବ କି ? ସେହିଭଳି କଷ୍ଟ ନ ହେଲେ କେଉଁ ମା’ ମମତାର ଏହିଭଳି ମୋଲଚାଲ କରିପାରିବ ନାହିଁ । ମହିଳା ଜଣଙ୍କ କହିଥିଲେ ଯେ ତାଙ୍କର ଖାଇବାକୁ ପିଇବକଉ କିଛି ନାହିଁ । ଏହା ସହିତ ତାଙ୍କ ସ୍ଵାମୀ ଙ୍କ ବିୟୋଗ ହେଲା, ଶାଶୁ ମଧ୍ୟ ଆର ପାରିକୁ ଚାଲିଗଲେ ।
ତାଙ୍କର ଭୋଟ ପରିଚୟ ପତ୍ର ତଥା ଆଧାରକାର୍ଡ କିଛି ନାହିଁ । ଏଣୁ ସରକାର ଙ୍କ ଠାରୁ କିଛି ସାହାର୍ଯ୍ୟ ମଧ୍ୟ ପାଇ ପାରୁ ନାହାନ୍ତି । ମହିଳା ଙ୍କର ସମୁଦାୟ ୩ ଟି ସନ୍ତାନ । ତେବେ ପାଖରେ ଚଳିବାକୁ କିଛି ନଥିବା ବେଳେ ନିଜ ଛୁଆ କୁ ବିକି ଦେବାକୁ ଚାହୁଁଛନ୍ତି । ଏହି ଦୃଶ୍ୟ ସରକାରୀ ଯୋଜନା ପ୍ରତି ଏକ ବଡ ପ୍ରଶ୍ନ, ଏହା ସରକାର ଙ୍କ ବିକାଶ ପ୍ରତି ଏକ ବଡ ପ୍ରଶ୍ନବାଚୀ ।
ଏହି ଦୃଶ୍ୟ ଆଉ ଏକ ପ୍ରଶ୍ନ ମଧ୍ୟ ଉଠାଏ ଯେ କୁଆଡେ ବାଟବଣା ହୋଇ ଯାଉଛି ସରକାରଙ୍କର ବିକାଶ ଯୋଜନା । ଏହି ଦୃଶ୍ୟ ଏକ ଭାବୋବିହୋରଭରା ଦୃଶ୍ୟ ଅଟେ । ମା’ ଟି ନିଜ ୩ ମାସର ଶିଶୁ କୁ ବିକ୍ରି କରିବା ପାଇଁ ଘର ଘର ବୁଲି ମୋଲଚାଲ କରୁଛନ୍ତି । ତାଙ୍କ ଶିଶୁ ଜେଭଳି ଏକ ଶିଶୁ ସନ୍ତାନ ନୁହେଁ ବରଂ ତାହା ଏକ ସାମଗ୍ରୀ ଅଟେ । ଅଞ୍ଚଳବାସୀ ଙ୍କୁ ମଧ୍ୟ ଏହି ଦୃଶ୍ୟ ବାଧିଥିଲା, ସେମାନେ ଉକ୍ତ ମହିଳାଙ୍କୁ ବୁଝାସୁଝା କରି ରଖିଥିଲେ ।
ଏହି ଅଭାବୀ ମହିଳା ଙ୍କ ନାମ ହେଉଛି ମମତା ଦାସ । କିଛିଦିନ ତଳେ ସେ ନିଜ ସ୍ଵାମୀ ସନ୍ତୋଷ ଏବଂ ଶାଶୁ ଙ୍କୁ ହରାଇ ସଂପୂର୍ଣ୍ଣ ଭାବରେ ଅସହାୟ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।