ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ସିନେମା “ଦମନ” କୁ ମିଳିଛି ଅଦ୍ଭୁତପୂର୍ଣ୍ଣ ସଫଳତା । କାରଣ ଓଡିଆ ଚଳଚିତ୍ର ଭାବରେ ଆଗାମୀ ଦିନରେ ଏହି “ଦମନ” ସିନେମା ଏକ ନୂଆ ରେକର୍ଡ କରିବାକୁ ଯାଉଛି । ଏହାର ହିନ୍ଦୀ ଭର୍ସନ ଆସୁଛି । ଆସନ୍ତା ଜାନୁୟାରୀ ମାସରେ ଏହାର ହିନ୍ଦୀ ଭର୍ସନ ଆସିବ ବୋଲି ଶୁଣିବାକୁ ମିଳୁଛି । ଏହାକୁ ନେଇ ସଂପୂର୍ଣ୍ଣ ଟିମ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଭଳିକି ଦମନ ସିନେମାର ହିନ୍ଦୀ ଭର୍ସନ ର ଡବିଙ୍ଗ ମଧ୍ୟ ଆରମ୍ଭ ହୋଇ ଯାଇଛି ।
ଏହାକୁ ନେଇ ଦମନର ସଂପୂର୍ଣ୍ଣ ଟିମ ଖୁସି ଅଛନ୍ତି । ବିଶେଷ କରି ଅଭିନେତା ବାବୁସାନ ମଧ୍ୟ ବହୁ ମାତ୍ରାରେ ଖୁସି ଥିବା ଜଣା ପଡିଛି । ମୁମ୍ବାଇ ର ଅନ୍ଧେରି ଠାରେ ଥିବା ଏକ ଷ୍ଟୂଡିଓ ରେ ଓଡିଆ ଚଳଚିତ୍ର ଦମନ ର ହିନ୍ଦୀ ଭର୍ସନ ଡବିଙ୍ଗ କରୁଛନ୍ତି ଅଭିନେତା ବାବୁସାନ ମହାନ୍ତି । ଏହିକିଛିଦିନ ହେବ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥି ଙ୍କ ସହିତ ସେ ମୁମ୍ବାଇ ଯାଇଥିଲେ ।
ମୁମ୍ବାଇ ର ଏହି ଷ୍ଟୂଡିଓ ରେ ହିଁ ତାଙ୍କର ହିନ୍ଦୀ ଭର୍ସନ ଡବିଙ୍ଗ ଚାଲିଥିଲା । ଆଉ ପ୍ରଥମ ଥର ପାଇଁ ହିନ୍ଦୀ ଭର୍ସନ ରେ ରେକର୍ଡିଙ୍ଗ କରୁଥିବାରୁ ନିଜେ ଅଭିନେତା ବାବୁସାନ ମହାନ୍ତି ବେସ ଖୁସି ଥିବା ଜଣାପଡିଛି । ତାଙ୍କ ସହିତ ଥିଲେ ଚଳଚିତ୍ର ର ଦୁଇ ନିର୍ଦ୍ଧେଶକ ବିଶାଲ ମୌର୍ଯ୍ୟ ଏବଂ ଦେବୀପ୍ରସାଦ ଲେଙ୍କା । ପ୍ରଯୋଜନ ସଂସ୍ଥା ପକ୍ଷରୁ ମଧ୍ୟ ଏହି ଚଳଚିତ୍ର ଟି ହିନ୍ଦୀ ଭର୍ସନ ରେ ରିଲିଜ ହେଲେ ବହୁ ମାତ୍ରାରେ ଲୋକାଦୃତ ହେବ ବୋଲି କୁହାଯାଉଛି ।
ସବୁଠାରୁ ବଡ କଥା ହେଉଛି ଯେ ଓଡିଆ ସିନେମା ଦମନ ର ହିନ୍ଦୀ ଭର୍ସନ ରେକର୍ଡିଙ୍ଗରେ ବଲିଉଡର କ୍ଷତନାମା ସାଉଣ୍ଡ ରେକର୍ଡିଷ୍ଟ ତୁଷାର ଜେନା କାର୍ଯ୍ୟ କରୁଛନ୍ତି । କେବଳ ଓଡିଆ କି ହିନ୍ଦୀ ଭାଷା ନୁହେଁ, ବରଂ ଅନ୍ୟାନ୍ୟ ଭାଷା ରେ ମଧ୍ୟ ଖୁବଶୀଘ୍ର ଦମନ ର ଡବିଙ୍ଗ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳୁଛି ।
ତେବେ ଏହିସବୁ ଭିତରେ ଏକ ଓଡିଆ ସିନେମାର ହିନ୍ଦୀ ଭର୍ସନ ଆସୁଛି ଏହା ସମସ୍ତଙ୍କୁ ଖୁସି ଦେଉଛି । ଓଡିଶାବାସୀ ତଥା ବାବୁସାନ ଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହାକୁ ନେଇ ବହୁତ ପ୍ରଶଂସା କରିଛନ୍ତି । ଏବଂ ସେମାନଙ୍କ ଖୁସିର ସୀମା ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।