Mithali Raj ଙ୍କ ଭବିଷ୍ୟବାଣୀ, ଏହି ୨ ଟିମ୍ ଖେଳିବେ ବିଶ୍ୱକପ୍ ଫାଇନାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ମିତାଲି ରାଜ କରିଲେ ଭବିଷ୍ୟବାଣୀ । ଏହି ଟିମ ଯିବେ ସେମିଫାଇନାଲ ଏବଂ ଫାଇନାଲ । ଅଷ୍ଟ୍ରେଲିଆରେ ଖେଳାଉଥିବା ଆଇସିସି ଟି-20 ବିଶ୍ଵକପ 2022 ରେ ପ୍ରତିଦିନ ଏକ କ୍ଳୋଜ ମ୍ୟାଚ ଦେଖିବାକୁ ମିଳୁଛି । ଏହି ସମୟରେ ସୁପର 12 ପର୍ଯ୍ୟାୟ ସମାପ୍ତ ହେବାକୁ ଯାଉଛି । ଏହାପରେ ସେମି ଫାଇନାଲ ଲକଆଉଟ ମ୍ୟାଚ ଆରମ୍ଭ ହୋଇଯିବ । ଏଭଳି ପରିସ୍ଥିତି ରେ ଗୃପ-A, ଏବଂ ଗୃପ-B ରୁ ଦୁଇଟି ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ଏଥି ସହିତ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ତଥା ବିଟ୍ର୍ୟାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ବିଶ୍ଵକପ ରେ କେଉଁ ଦଳ ସେମିଫାଇନାଲ ଏବଂ କେଉଁ ଦଳ ଫାଇନାଲ ଯିବେ ଏକ ବଡ ଭବିଷ୍ୟବାଣୀ ଦେଇଛନ୍ତି । ମିତାଲି ରାଜ ପୂର୍ବାନୁମାନ କରି କହିଛନ୍ତି ସେମିଫାଇନାଲ ପାଇଁ ତାଙ୍କର ପୂର୍ବାନୁମାନ ଗୃପ 2 ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ହୋଇଥିବା ବେଳେ, ଗୃପ 1 ରୁ ନ୍ୟୁଜିରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଅଥବା ଅଷ୍ଟ୍ରେଲିଆ ସେମିଫାଇନାଲ ରେ ପ୍ରବେଶ କରିବେ ।

ଏହାପରେ ପୁଣି ସେ କହିଛନ୍ତି ଯେ ଟୁର୍ନାମେଣ୍ଟ ଫାଇନାଲ ରେ ମଧ୍ୟ ଭାରତ ପହଞ୍ଚିବ ଏବଂ ଭାରତ ନ୍ୟୁଜିରଲ୍ୟାଣ୍ଡ ସହିତ ମୁହାଁମୁହିଁ ହେବ ବୋଲି କୌଣସି ପ୍ରକାରର ସନ୍ଦେହ ନାହିଁ । ତେବେ ଭାରତକୁ ଯଦି ସେମିଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିବାକୁ ପଡିବ ତେବେ ସେମାନଙ୍କୁ ନଭେମ୍ବର ୬ ରବିବାର ମେଲବଣ୍ଡ କ୍ରିକେଟ ଗ୍ରାଉଣ୍ଡରେ ଜିମ୍ବାୱେ କୁ ପରାସ୍ତ କରିବାକୁ ପଡିବ ।

ତେବେ ଭାରତ କଣ ବିଶ୍ଵକପ ରେ ଫାଇନାଲ କୁ ପ୍ରବେଶ କରି ପାରିବ ? ଆଜି ହେଉଛି ୬ ତାରିଖ ତେବେ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି ଆଜିର ଦିନକୁ ନେଇ । ଆଉ କିଛି ସମୟ ପରେ ଭାରତ ଏବଂ ଜିମ୍ବାୱେ ମ୍ୟାଚ ଆରମ୍ଭ ହୋଇଯିବ । ଲକ୍ଷାଧିକ ଦର୍ଶକଙ୍କ ମନରେ ବିଶ୍ଵାସ ଥିବା ସହିତ ସେମାନେ ସଠିକ ସମୟ କୁ ଚାହିଁ ବସିଛନ୍ତି ଯେ କିଭଳି ଭାରତକୁ ଜିତୁଥିବାର ଦେଖିବେ ।

ତେବେ ସତରେ ଆଜିର ଦିନ ବହୁତ ଖାସ ଅଟେ । ଭାରତବାସୀ ଙ୍କ ଓଠରେ କେତେ ମାତ୍ରାରେ ହସ ଆସିପାରୁଛି ତାହା ଦେଖିବା ବାକି ରହିଲା । ଦର୍ଶକ ମାନଙ୍କ ଭାରତ ଟିମ କୁ ନେଇ ବିଶ୍ଵାସ ତଥା ପ୍ରାର୍ଥନା ଆଜି ଭାରତକୁ ଜିତାଇବାରେ ସଫଳ ହେବ କି ନାହିଁ ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *