ଅଭିନେତା Tutu Das କହିଲେ ‘ଯିଏ ଦମନ ଲିକ୍ କରିଛି ତାକୁ ଦେଖିଲେ ଗୋଟେ ଢୋ ଦେବି, ସେ ହଲ ମାଲିକ କଣ କରୁଥିଲା… ଦେଖାହେଲେ ତାକୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ଟୁଟୁ ଦାସ, ଦମନ ଫିଲ୍ମ ଲିକ କୁ ନେଇ ଗଣମାଧ୍ୟମକୁ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଟୁଟୁ କହିଛନ୍ତି ଯେ ଏତେ ଦିନ ପରେ କାଲି ଫିଲ୍ମ ରିଲିଜ ହେଲା । ବାବୁଶାନ ଙ୍କ ଫିଲ୍ମ ଦେଖିବାକୁ ଦର୍ଶକେ ବହୁତ ଆଗ୍ରହ ଥିଲେ । ମାତ୍ର ବର୍ତ୍ତମାନ ଏହା କ’ଣ ହେଲା ? ଯେତେବେଳେ କପି ହେଲା ସେତେବେଳେ ହଲ ମାଲିକ କଣ କରୁଥିଲା ? ହିନ୍ଦୀ ଚଳଚିତ୍ର କପି ହଉନି ?

ଓଡିଆ ଫିଲ୍ମ ଯାହା ଚାଲୁନି ସେଟା ତ କପି ହଉନି ମାତ୍ର ଓଡିଆ ଫିଲ୍ମ ଯାହା ଚାଲିବ ତଥା ଯାହା ଭଲ ହେଇଛି ତାକୁ କିଏ କାହିଁକି କପି କରିଲା ? ୟୁ ଟ୍ୟୁବରେ ଯିଏ ଛାଡିଛନ୍ତି ତାଙ୍କୁ ନିହାତି ଭାବରେ ଦଣ୍ଡ ହେବା ଆବଶ୍ୟକ । ଏବଂ ଏହାକୁ ଇନ୍ଭେଷ୍ଟିକେଶନ କରାଯାଇ ତା ନା ରେ ଏଫୟାର ଦେଇ ଦଣ୍ଡ ନିହାତି ଭାବରେ ଦିଆଯାଉ ।

ପ୍ରଡ୍ୟୁସର ମାନେ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରିବା ଆବଶ୍ୟକ । ଟୁଟୁ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରୀ ର ଅବସ୍ଥା ଯାହା ଅଛି ଏହିଭଳି ଦୟନୀୟ ଅବସ୍ଥାରୁ ଟିକିଏ ଉଦ୍ଧାର ପାଇବୁ ବୋଲି ଯାହା ଚିନ୍ତା କରିଥିଲୁ ମାତ୍ର ଏହା ତ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦେଲେ ।

ଫିଲ୍ମ ରେ ବହୁତ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହି ଚଳଚିତ୍ରରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସମୁଦାୟ ଆୟ ତାଙ୍କୁ ଦେବା ଦରକାର । ତେବେ ଏଠାରେ ବଡ ପ୍ରଶ୍ନ ଯେ ହଲ ମାନଙ୍କରେ ସି-ସି-ଟି-ଭି ଲାଗି ଚେକ କରିବା ଆବଶ୍ୟକ କି ନାହିଁ ? ହଲରେ ଯେତେବେଳେ ସିନେମା ଚାଲୁଅଛି ତେବେ କେଉଁ ସିନେମା କଣ ଏହା ମଧ୍ୟ ନିହାତି ଭାବରେ ଜାଣିବା ଆବଶ୍ୟକ ବୋଲି ଟୁଟୁ କହିଛନ୍ତି ।

କିଏ ଯାଇ ସୁ-ଟି-ଙ୍ଗ କରିଦେଇଛି ସେ ଲୋକକୁ ମଧ୍ୟ ଯାଇ ଧରିବା ଜରୁରୀ । ହଲ ଭିତରୁ ସୁ-ଟି-ଙ୍ଗ ହୋଇଛି ମାନେ ସଠିକ ତଦନ୍ତ କରି ଏହାର କାର୍ଯ୍ୟନୁଷ୍ଠାନ ନିଶ୍ଚିତ ଭାବରେ ଗ୍ରହଣ କରିବା କଥା । ଏବଂ ଯିଏ ଏହି ଚଳଚିତ୍ର କୁ ରେକର୍ଡିଙ୍ଗ କରିଛି ସେ ଦେଖାହେଲା ମାନେ ତାକୁ ଗୋଟିଏ ଶକ୍ତ ଠୋ ଦେବା ଉଚିତ ବୋଲି ଅଭିନେତା ଟୁଟୁ ଦାସ କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *