ଉଦ୍ଧାର ହେଲା ଏମିତି ଏକ ବିରଳ କଇଁଛ ଯାହାର ପିଠିରେ ରହିଛି ଦର୍ଶନ ଦେଉଛନ୍ତି ମହାପ୍ରଭୁ ! ପୂଜା କରିବା ପାଇଁ ଲାଗିଛି ଲୋକଙ୍କ ଭିଡ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ କଇଁଛ ରୂପରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଏହି କଇଁଛ ପିଠିରେ ଦେଖିବାକୁ ମିଳିଛି ଚକାଆଖି । ତେବେ ଏହିଭଳି ବିରଳ କଇଁଛ ଉଦ୍ଧାର ହୋଇଛି ଜଳେଶ୍ଵର ମହମ୍ମଦ ନଗର ପାଟଣା ଅଞ୍ଚଳରେ । ଏହାକୁ ଦେଖି ପୂଜା କରୁଛନ୍ତି ଲୋକେ । ପବିତ୍ର କାର୍ତ୍ତିକ ମାସରେ ଏହି ବିରଳ କଇଁଛ ଉଦ୍ଧାର ହୋଇଥିବାରୁ ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଛି । ମହିଳା ମାନେ ଶଙ୍ଖ ଏବଂ ଘଣ୍ଟା ବଜାଇ କଇଁଛଟିକୁ ପୂଜାର୍ଚ୍ଚନା କରୁଥିବାର ଦେଖାଯାଇଛି ।

ନୂଆ ଗାଁ ର କିଛି ମହିଳା ମନ୍ଦିର ରୁ ପୂଜା ସାରି ଫେରୁଥିବା ସମୟରେ ଏହି ବିରଳ କଇଁଛଟି ରାସ୍ତା ପାର ହେଉଥିବାର ଦେଖିଥିଲେ । କଇଁଛ ପିଠିରେ ୪ ଟି ଚକାଆଖି ହୋଇଥିବାରୁ ମହିଳା ମାନେ ଏହାକୁ ଆଣି ପୂଜା କରିଛନ୍ତି । ସାଧାରଣତଃ ହିନ୍ଦୁ ପୁରାଣ ଅନୁସାରେ କଇଁଛ କୁ ଅନେକ ମହତ୍ଵ ଦିଆଯାଇଥାଏ, ଭଗବାନ ବିଷ୍ଣୁ କଚ୍ଛପ ଅବତାର ଧାରଣ କରିଥିବା ପୁରାଣରେ ବର୍ଣ୍ଣିତ ଅଛି ।

ସମୁଦ୍ର ମନ୍ଥନ ସମୟରେ ବିଷ୍ଣୁ କଚ୍ଛପ ଅବତାର ଧାରଣ କରିଥିଲେ । ଏବଂ ତାଙ୍କ ଉପରେ ହିମାଳୟ ପର୍ବତ ଅବସ୍ଥାନ ହୋଇଥିଲେ । ବାଶୁକି ନାଗ ଙ୍କ ସାହାର୍ଯ୍ୟରେ ସାଗର ମନ୍ଥନ ହୋଇଥିଲା । ଏଥି ନିମନ୍ତେ କଇଁଛ କୁ ସ୍ଥାଇତ୍ଵ ଏବଂ ଦୀର୍ଘଜୀବୀର ପ୍ରତୀକ ଭାବରେ ମଧ୍ୟ ମାନାଯାଇଅଛି । ବାସ୍ତୁଶାସ୍ତ୍ରରେ ମଧ୍ୟ କଇଁଛର ବ୍ୟବହାର ବିଷୟରେ ବର୍ଣ୍ଣିତ ରହିଅଛି ।

ଅନୁ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଏହି କଇଁଛ ଉଦ୍ଧାର ହୋଇଥିବାରୁ ଲୋକ ଙ୍କ ମନରେ ସୃଷ୍ଟି ହୋଇଛି ଭକ୍ତି ଭାବନା । ହିନ୍ଦୁ ଧର୍ମରେ ଅନେକ ପୌରଣିକ କଥା ମାନ ରହିଅଛି । ଏହାକୁ ଆଧାର କରି ହିନ୍ଦୁଧର୍ମାନୁଲମ୍ବୀ ମାନେ ଆଜିଭଳି ଦିନରେ ଜୀବନ ଜାପନ କରୁଥିବାର ନଜର ଆସିଛନ୍ତି । ତେବେ ଏହି କଇଁଛ ର ମୁହଁଟି ମଧ୍ୟ ମୁନିଆ ହୋଇ ଆଗକୁ ବାହାରିଛି ।

ଏହା ଦେଖିବାକୁ ସମୁଦାୟ ନିଆରା ଅଟେ । ଏହି ଗ୍ରାମ ପାଖାପାଖି ଏରିଆ ରେ ବସବାସ କରୁଥିବା ଲୋକମାନେ ମଧ୍ୟ ବିରଳ କଇଁଛ ଟିକୁ ଦେଖିବାକୁ ଆସିଛନ୍ତି । ଏବଂ କଇଁଛ ଟିକୁ ଅନେକ ଭକ୍ତ ପୂଜାର୍ଚ୍ଚନା କରି ଭଗବାନ ଙ୍କ ଲୀଳା ବୋଲି କହିଛନ୍ତି । ଏବଂ ଏହି ଧର୍ମର ମାସରେ ଭଗବାନ ବିଷ୍ଣୁ ସ୍ଵୟଂ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ବୋଲି କେହି କେହି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *