ମୁଁ ଧନ୍ଦା କଲି କଣ ହେଲା ତମେମାନେ କୋଉ ଭଲ ଯେ, ମୋ dehaku ଉପଭୋଗ କରିବାକୁ ପରା ଦୌଡ଼ି ଆସୁଥିଲ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା କିଛି ଏଭଳି ଚିନ୍ତା ନିଶ୍ଚିତ କରିଥିବେ । କାରଣ ସେ ନିଜେ କହିଛନ୍ତି ଯେ ସେ ଦିନେ ନିଶ୍ଚିତ ଜେଲରୁ ଫେରିବେ । ତେବେ ଆସନ୍ତୁ ଜାଣିବା ଅର୍ଚ୍ଚନା କ’ଣ କହିଛନ୍ତି ? ସେ କହିଛନ୍ତି ଯେ ହଁ ମୁଁ ଧନ୍ଦା କରୁଥିଲି । ମାତ୍ର ସେହି ଧନ୍ଦା ରେ ତ ସମସ୍ତେ ସାମିଲ ଥିଲ । ହଁ ମୁଁ ବେଶ୍ୟା ଥିଲି ଆଉ ତୁମେ ମାନେ ମୋ ଗରାଖ ଥିଲ । ମାତ୍ର ମୁଁ ସିନା ଟଙ୍କା ପାଇଁ ଭୋକିଲା ଥିଲି ମାତ୍ର ତୁମେ ମାନେ ମୋ ଦେହକୁ ଝୁଣି ଖାଇବା ନିମନ୍ତେ ଭୋକିଲା ଥିଲ ।

ସାଧାରଣ ଜନତା ଙ୍କୁ ତୁମେ ମାନେ ଲୁଟୁଥିଲ, ଆଉ ମୁଁ ଲୁଟୁଥିଲି ତୁମ୍ଭ ମାନଙ୍କୁ । ତୁମ୍ଭେ ସବୁ ଲୋକ ମାନଙ୍କୁ ଭୁଆଁ ବୁଲାଉ ଥିଲ ଆଉ ମୁଁ ଭୁଆଁ ବୁଲାଉଥିଲି ତୁମ୍ଭ ମାନଙ୍କୁ । ଏହା ସହିତ ସେ କହିଛନ୍ତି ଯେ ସେ ଆଜି ଯଦି ସମାଜ ସାମ୍ନାରେ ଚରିତ୍ରହୀନା ହୋଇଗଲେ ତେବେ ସେମାନେ ମଧ୍ୟ ଜଣେ ଜଣେ ଚରିତ୍ରହିନ ବ୍ୟକ୍ତି ଅଟନ୍ତି ।

ମାତ୍ର ଏଥିରେ ଫରକ ଏତିକି ଯେ ସେ କେବେ ମଧ୍ୟ ତାଙ୍କ ସ୍ଵାମୀ ଙ୍କୁ ଧୋକା ଦେଇ ନାହାଁନ୍ତି କିନ୍ତୁ ଅର୍ଚ୍ଚନା ଙ୍କ ପାଖକୁ ଆସୁଥିବା ବ୍ୟକ୍ତି ମାନେ ସବୁଦିନ ନିଜ ସ୍ତ୍ରୀ ମାନଙ୍କୁ ଧୋକା ଦେଉଥିଲେ । ସେ ଦୋଷୀ ଅଛନ୍ତି ବୋଲି ସ୍ଵୀକାର କରିଛନ୍ତି ଏବଂ କହିଛନ୍ତି ଯେ ମୋ ସ୍ଵାମୀ ମୋ କଥାରେ ପଡି ମତେ ସମର୍ଥନ କରୁଥିଲେ ମାତ୍ର ତୁମେ ମାନେ ତୁମ ସ୍ତ୍ରୀ କୁ ଲୁଚାଇ ମୋ ପାଖକୁ ଆସୁଥିଲ । ଏବଂ ଚୋର ଙ୍କ ଭଳି ସମ୍ପର୍କ ରଖୁଥିଲ ।

ଏବଂ ତାଙ୍କ ସ୍ଵାମୀ ତାଙ୍କ ପାଇଁ ଏଭଳି ଗ୍ରାହକ ମାନଙ୍କୁ ଯୋଗାଡ କରିଦେଉଥିଲେ ମାତ୍ର ସେହି ବ୍ୟକ୍ତି ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା । ଏହା ସହିତ ସେ କହିଛନ୍ତି ଯେ ମୋ ବିରୁଦ୍ଧରେ ବର୍ତ୍ତମାନ କୌଣସି ପ୍ରମାଣ ମିଳିନାହିଁ । ଯେଉଁ ବଡ ବଡ ବ୍ୟକ୍ତି ଙ୍କ ଠାରୁ କୋଟି କୋଟି ଟଙ୍କା ମିଳିଛି ବୋଲି ଅଭିଯୋଗ ହୋଇଛି ସେମାନେ କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ନିଜେ ଆସି କିଛି କହିଲେଣି ଯେ ସେମାନେ ମୋତେ ଟଙ୍କା ଦେଇଛନ୍ତି ?

ସେ ତାଙ୍କ ନିଜ ପାଇଁ ଏଭଳି କାମ କରି ନିଜ ଭବିଷ୍ୟତ ଗଢିବା ନିମନ୍ତେ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି । ଏବଂ ଦିନେ ସେ ଜେଲ ରୁ ମୁକୁଳି ଆସି ସମସ୍ତଙ୍କ କଥା ବୁଝିବେ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *