ବନ୍ଧୁଗଣ, ସାଧାରଣତଃ ଆମ ଆଖପାଖରେ ଏହିଭଳି ଅନେକ ଘଟଣା ମାନ ଘଟିଥାଏ ଯାହାକୁ ଆମ୍ଭେ ଥରେ ଦେଖିଲେ ମଧ୍ୟ ଆମ୍ଭ ସହଜରେ ବିଶ୍ଵାସ କରିପାରି ନଥାଉ । ତେବେ ଆଜି ଆମ୍ଭେ ଆପଣଙ୍କୁ ସେହିଭଳି ଏକ ଦୃଶ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ମାନେ ସହଜରେ ବିଶ୍ଵାସ କରି ପାରିବେ ନାହିଁ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୂଚନା ଅନୁଯାୟୀ ସାପ ନେଉଳ ଲଢେଇରେ ହାରିଲା ଅହିରାଜ ।
ଏହି ଘଟଣା ଟି ବାଲେଶ୍ଵର ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲା ଭଳି ଦୃଶ୍ୟ । ଆସନ୍ତୁ ଜାଣିବା କିଭଳି ଥିଲା ଏହି ଲଢେଇ । ଶୈବ ପୀଠରେ ସାପ ନେଉଳ ଲଢେଇ ଅହିରାଜ ସହିତ ଲଢିଲା ନେଉଳ । ଶେଷରେ ଜିତିଲା ନେଉଳ । ବାଲେଶ୍ଵର ଜିଲ୍ଲା ନୀଳଗିରୀର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ଦେଖିବାକୁ ମିଳିଛି ଚକିତ କରିଲା ଭଳି ଦୃଶ୍ୟ ।
ଏକ ବିରାଟକାୟ ଅହିରାଜ ସାପ ସହିତ ନେଉଳର ହୋଇଥିଲା ଲଢେଇ । ନେଉଳ ଆକ୍ରମଣ ରେ ସାପ ହୋଇଥିଲା ଗୁରୁତ୍ଵର । ସାପ ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ସମୟରେ, ନେଉଳ ସାପର ଲାଙ୍ଗୁଡକୁ କାମୁଡି ତଳେ ପକାଇ ଦେଉଥିଲା । ସାପ ଏବଂ ନେଉଳ ଲଢେଇ ପରେ ସ୍ଥାନୀୟ ଯୁବକ ଖବର ପାଇ ଅହିରାଜ ସାପଟିକୁ ଉଧାର କରି କୂଳଡିଆଁ ବନବିଭାଗକୁ ହସ୍ତାନ୍ତର କରିଥିଲେ ।
ସାପକୁ ନୀଳଗିରୀ ପ୍ରାଣୀ ଚିକିତ୍ସ୍ୟା କେନ୍ଦ୍ର କୁ ଆଣି ଚିକିତ୍ସ୍ୟା କରାଯାଉଅଛି । ଏହାପରେ ସୁସ୍ଥ ହେବା ପରେ ତାକୁ କୁଳଡିଆଁ ଅଭୟାରଣ୍ୟରେ ଛଡା ଯିବ ବୋଲି ଜଣା ପଡିଛି । ତେବେ ଆକାର ଅନୁସାରେ ଅହିରାଜ କୁ ଦେଖିଲେ ମନରେ ଭୟ ଜାତ ହୋଇଥାଏ କିନ୍ତୁ କଥାରେ ଅଛି ସବୁ ସାପ ନେଉଳ ଆଗରେ ହାର ମାନିଥାଏ ।
ତାହା ହିଁ ଘଟିଥିଲା ଆଜିର ଏହି ଲଢେଇ ମଧ୍ୟରେ । ଏହି ଲଢେଇ କୁ ଦେଖି ସ୍ଥାନୀୟ ଲୋକେ ବହୁତ ଭୟଭୀତ ହୋଇଥିଲେ କାରଣ ଏହି ଲଢେଇ ବହୁତ ଭୟାନକ ଥିଲା । ସାପଟି ଗର୍ଜନ ଛାଡିବା ସହିତ ନେଉଳର ଭୟଙ୍କର ଆକ୍ରମଣ ଦେଖି ସେ ପଛକୁ ଘୁଞ୍ଚି ଘୁଞ୍ଚି ଯାଉଥିଲା ।
ଏବଂ ଶେଷରେ ସ୍ଥାନୀୟ ଲୋକେ ସାପଟିକୁ ଏହିଭଳି ମର୍ମହାତ ହେବାର ଦେଖି ସହିପାରି ନଥିଲେ ଏବଂ ସଙ୍ଗେ ସଙ୍ଗେ ବନବିଭାଗ କୁ ଯୋଗାଯୋଗ କରି ଅହିରାଜ ସାପ କୁ ଧରି ହସ୍ତାନ୍ତର କରିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।