ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତ୍ରୀ ପ୍ରତିଭା ପଣ୍ଡା ନିଜ ଜୀବନରେ ଘଟିଥିବା ଘଟଣା ମାନଙ୍କ ମଧ୍ୟରୁ କିଛି ବିଶେଷ କଥା ମି-ଡି-ଆ ଆଗରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ତାଙ୍କ ମନର କଥା । ଅଭିନେତ୍ରୀ ପ୍ରତିଭା କହିଛନ୍ତି ଯେ ମୁଁ ଛୋଟବେଳେ ବହୁତ ପାରଙ୍ଗମ ଥିଲି । ସେତେବେଳେ ମୁଁ ସବୁ କରିପାରୁଥିଲି । ଛୋଟବେଳୁ ବହୁତ ଷ୍ଟ୍ରଙ୍ଗ ଥିଲି କାରଣ ଘର ମଧ୍ୟ ଚଳଉଥିଲି । ଏବଂ ମା ମେଣ୍ଟାଲ ପେସେଣ୍ଟ ଥିଲେ, ବାବା ସେଣ୍ଟ୍ରାଲ ଗମେଣ୍ଟ ଏମ୍ପ୍ଲୟୀ ଥିଲେ, ଯାହା ଫଳରେ ସେ ଟୁରରେ ବାହାରେ ରହୁଥିଲେ ।
ଛୋଟରୁ ହିଁ ଦୁଇ ଚକିଆ ଠାରୁ ଆରମ୍ଭ କରି ଧୀରେ ଧୀରେ ଚାରି ଚକିଆ ଗାଡି ଚଳାଇବାରେ ସକ୍ଷମ ହେଲେ । ସେ ଯାହା ମଧ୍ୟ ଶିଖିବାକୁ ଚାହୁଁଥିଲେ ତାଙ୍କ ବାପା ସଂପୂର୍ଣ୍ଣ ସହଯୋଗ କରୁଥିଲେ କେବେ ମନା କରୁନଥିଲେ କୌଣସି କାମ ନିମନ୍ତେ । ଭଲ ସ୍ପୋର୍ଟ୍ସ ମଧ୍ୟ ସ୍କୁଲ ରେ ଖେଳି ବିଜେତା ହେଉଥିଲେ ପ୍ରତିଭା ।
ଏହା ଶୀତ ସେ କହିଛନ୍ତି ଯେ ସେ ନିଜକୁ କେବେ ଭାବି ନାହାନ୍ତି ଯେ ସେ ବଡ ହୋଇଗଲେଣି ବୋଲି ଏଣୁ ସେ ସମସ୍ତ କାର୍ଯ୍ୟରେ ରୁଚି ରଖୁଥିଲେ । ଗୁହାଳରେ ଘଷି ମଧ୍ୟ ପାରିଛନ୍ତି, ଚାଷ ଜମି ଯାଇ ସେଠାରେ ଧାନ ମଧ୍ୟ ରୁଆଊ ଥିଲେ ବୋଲି କହିଛନ୍ତି ପ୍ରତିଭା । ଏଣୁ ସବୁ ଶିଖିବାକୁ ତାଙ୍କର ବହୁତ ଆଗ୍ରହ ଥିଲା । ସମସ୍ତେ କୁହନ୍ତି ଯେ ଗାଁ ଜିନିଷ କିଛି ଜନିନାହିଁ ବୋଲି କିନ୍ତୁ ମୁଁ ଗାଁ ଜିନିଷ ସବୁ ଜାଣିଥିଲି ବୋଲି କହିଛନ୍ତି ।
ଏହା ପରେ କ୍ରମଶଃ ବଡ ହେଲା ପରେ ଆଉ ଗାଁ କୁ ଯାଇ ହେଲା ନାହିଁ । ସେ ଚିନ୍ତା କରିଛନ୍ତି ଯେ ସେ ନିଜେ ଯେତିକି ଜିନିଷ ଶିଖିଛନ୍ତି ତଥା ଜାଣିଛନ୍ତି ତାଙ୍କ ଝିଅ କୁ ମଧ୍ୟ ତାହା ଶିଖାଇବେ । ପ୍ରତିଭା ଓଡିଆ ଇଣ୍ଡଷ୍ଟ୍ରୀ କୁ ନେଇ କହିଛନ୍ତି ଯେ ସେତେବେଳେ ଇଣ୍ଡଷ୍ଟ୍ରୀ ଅଲଗା ଥିଲା ମାତ୍ର ବର୍ତ୍ତମାନ ଜେନେରେସନ ବହୁତ ବଢି ଗଲାଣି ତଥା ବହୁତ ଡେଭଲୋପ କରିଲାଣି ।
ସେତେବେଳେ ଖାଲି ଦୂରଦର୍ଶନ ମିଡିଆ ଥିଲା ଏହାପରେ କ୍ରମଶଃ ପ୍ରାଇଭେଟ ଚ୍ୟାନେଲ ଆରମ୍ଭ ହେଲା ଯାହା ହେଲା । ଏଣୁ ଆମ୍ଭ ସମୟ କଥା ଅଲଗା ଥିଲା ଯେଉଁମାନେ ପ୍ରୋପର କଳାକାର ଥିଲେ, ସେତେବେଳେ ଖୁସିରେ ଅଭିନୟ କରାଯାଉଥିଲା ।
ମାତ୍ର ବର୍ତ୍ତମାନ ବହୁତ ପରିବର୍ତ୍ତନ ହୋଇସାରିଲାଣି । ଏହିଭଳି କିଛି ମନର କଥା ଅଭିନେତ୍ରୀ ପ୍ରତିଭା ପଣ୍ଡା ସେୟାର କରିଥିଲେ ନିଜ ଫ୍ୟାନ୍ସ ମାନଙ୍କୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।