Kishore Bhaina ମଟନ ହୋଟେଲ ରେ ଇଏ କଣ ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦିନ ଯେଉଁଠାରେ ୧୧ ଟା ବାଜିଲେ ଗୋଳଚଳ ହୋଇ ଯାଉଥିଲା ଆଉ କିଶୋର ଭାଇନା ଙ୍କ ମଟନ ଭାତ ଖାଇବା ପାଇଁ ଲୋକଙ୍କ ଭିଡ ଜମୁଥିଲା । ଆଉ କିଶୋର ଭାଇନା ମଧ୍ୟ ଲୋକଙ୍କ ପାଇଁ କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ ରୋଷେଇ କରୁଥିଲେ ଏବଂ ସେ ଜାଗା ଖୁବ ଲୋକାରଣ୍ୟ ହୋଇଯାଉଥିଲା, ମାତ୍ର ବର୍ତ୍ତମାନ ସେହି ଜାଗା ସଂପୂର୍ଣ୍ଣ ଖାଁ ଖାଁ ଲାଗୁଛି । BMC ର ଏନଫୋର୍ସମେଣ୍ଟ ଟିମ କିଶୋର ଭାଇନା ମଟନ ହୋଟେଲ କୁ ଭାଙ୍ଗିଦେଇଛି । ଆଉ କିଶୋର ଭାଇନା ହଣ୍ଡା ବସାଉନି କି ଗ୍ରାହକ ମଧ୍ୟ ଆସୁନାହାଁନ୍ତି ।

ଜାଗାଟି ସଂପୂର୍ଣ୍ଣ ଭାବରେ ଖାଲି ଖାଲି ଲାଗୁଛି । କେହି କେହି କହୁଛନ୍ତି ଯେ ସେ ଜାଗା ବର୍ତମାନ ଅତୀତର ସ୍ମୃତି କୁ ସାଉଁଟୁଛି । ଯେଉଁଠାରେ ପ୍ରତିଦିନ ରାତି ପାହିଲେ କାଠ ଚୂଲିରେ ଗମଗମ ହୋଇ ଫୁଟୁଥିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ମଟନ । ଆଉ ସବୁଦିନ ହଜାର ହଜାର ଗ୍ରାହକ ଆସି ମଟନ ଭାତ ଏବଂ କାକୁଡି ସାଲଡ ଖାଇ ଯାଉଥିଲେ ବର୍ତ୍ତମାନ ସେଠାରେ ସଂପୂର୍ଣ୍ଣ ଅଲଗା ପରିସ୍ଥିତି ।

BMC ଏନଫୋର୍ସମେଣ୍ଟ କିଶୋର ମଟନ ଦୋକାନ ଭାଙ୍ଗିବା ପରେ ସେହି ଜାଗାକୁ ବର୍ତ୍ତମାନ ସଫା କରି ଦିଆଯାଇଅଛି । ଶୁଣିବାକୁ ମିଳିଛି ଯେ ଯେଉଁଠାରେ କିଶୋର ମଟନ ଦୋକାନ ଥିଲା ସେଠାରେ ବାବୁ ମାନଙ୍କ ସକାଳ ଭ୍ରମଣ ନିମନ୍ତେ ଓପନ ଜିମ କରାଯିବ ।

ଅଭିଯୋଗ କ୍ରମେ ଯେଉଁଠାରେ ଦିନେ ନାଲିରଙ୍ଗ ମିଶା ମଟନ ଭାତ ଲୋକେ ଖାଉଥିଲେ, ସେଠାରେ ବର୍ତ୍ତମାନ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପକରଣ ମାନ ରହିବ । ଆଉ ସେଥିପାଇଁ ମଧ୍ୟ କାମ ଆରମ୍ଭ ହୋଇଗଲାଣି । ଯେଉଁଠାରେ ଦିନେ ଗଦା ଗଦା ମଟନ କଣ୍ଟା ପଡୁଥିଲା ତାହାକୁ ବର୍ତ୍ତମାନ ସଫା କରାଯାଇ ଓପନ ଜିମ କରାଯିବ । ସମସ୍ତଙ୍କର ସେହି ଗୋଟିଏ ଦିନକୁ ଅପେକ୍ଷା ଯେ କିଶୋର ଭାଇନା କେଉଁଠାରେ ମଟନ ହୋଟେଲ କରିବେ ?

କିଶୋର ଭାଇନା ଙ୍କ ସପକ୍ଷରେ ଅନେକ ଲୋକ କହିଲେ ଯେ BMC ଯାହା କରିଲା ସଂପୂର୍ଣ୍ଣ ଭାବରେ ତାହା ଭୁଲ ନିଷ୍ପତ୍ତି ଥିଲା । ଏହିଭଳି କରିବା ଆଦୌ ଉଚିତ ନଥିଲା । ନୋଟିସ ଦେଇ ଅପେକ୍ଷା ନ କରି ଗରିବ ଲୋକଙ୍କ ଦାନାପାଣି ବନ୍ଧ କରିଦେବା କେତେ ଦୂରେ ଠିକ ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *