ସାଲିଆ ସାହିରେ ନେଉଳ ଡନ…ପୁରା ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ। ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଭୁବନେଶ୍ଵର ସାଲିଆ ସାହିରେ ପୋଲିସର ଦେଶୀ ମଦ ଚଢାଉ ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଛୋଟ ଛୋଟ ପିଲା ଆସି ଡିସିପିଙ୍କ ସହ କିଛି ମଜାଦାର କଥା ହେଉଛନ୍ତି । ସେଥିରୁ ଜଣେ ପିଲା ନିଜକୁ ନେଉଳ ବୋଲି କହିବା ସହିତ ସାଲିଆ ସାହିରେ ଡନ ବୋଲି ଡିସିପିଙ୍କୁ କହୁଛି । ଶୁଣିଛି କିପରି ଡିସିପିଙ୍କ ସହ କଥା ହେଉଛନ୍ତି ଛୋଟ ପିଲା । ଆସନ୍ତୁ ବର୍ତ୍ତମାନ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ପୋଲିସ ଛୋଟ ଛୁଆ ଙ୍କୁ ପଚାରିଲେ ତୁମ୍ଭେ ପାଠସାଠ ପଢୁଛ ?

ତାଙ୍କ ମଧ୍ୟରୁ ଜଣେ କୁହେ ଆଜ୍ଞା ହଁ ସେହିଭଳି ଆଉ ଜଣେ ଉତ୍ତର ଦିଏ ଯେ ନା । ତେବେ ସେ କହିଲେ ଯେ ନା ଆମ୍ଭେ ପାଠ ପଢୁନୁ । ଏହାପରେ ପୋଲିସ ବାବୁ କୁହନ୍ତି ଯେ ନେଉଳ ପାଠ ପଢୁନି । ଏହାପରେ ପିଲାଟି ପୋଲିସ ବାବୁ ଙ୍କୁ କହୁଛି ଯେ ମୁଁ ଆପଣଙ୍କୁ କେଉଁ ଫିଲ୍ମରେ ଦେଖିଛି ? ଏହାପରେ ପୋଲିସ ମହାଶୟ ପିଲାଙ୍କ କଥା ଶୁଣି ହସିବାକୁ ଲାଗିଲେ ।

ତେବେ ଭୁବନେଶ୍ଵରରେ ଏହିଭଳି ଦେଶୀ ମଦ ଦୋକାନ ଚଢାଉ କରୁଥିବା ବେଳେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ମଧ୍ୟ ଏହିଭଳି ସମସ୍ତ କଥା କୁ ପିଲାଙ୍କ ସହିତ ହସି ହସି କଥା ହେଉଥିବାର ସ୍ଥାନୀୟ ବାସିନ୍ଦା ମାନେ ଦେଖିଥିଲେ । ପିଲା ଏବଂ ପୋଲିସ ଙ୍କ ମଧ୍ୟରେ ଏହିଭଳି କଥାବାର୍ତ୍ତା ଦେଖି ଲୋକେ ମାନେ ମଧ୍ୟ ମଜା ଉଠାଉ ଥିଲେ ।

ତେବେ ବନ୍ଧୁଗଣ ବେଆଇନ ଭାବରେ ଏହିଭଳି ଅନେକ କାର୍ଯ୍ୟ ଆମ୍ଭ ରାଜ୍ୟ ତଥା ଦେଶରେ ହେଉଛି । ଯାହା କାରଣରୁ ଲୋକେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଦ୍ୟପାନ କରି ଅନେକ ଲୋକେ ମୃ-ତ୍ୟୁବରଣ କରିବାରେ ଲାଗିଛନ୍ତି । ଛୋଟ ଛୋଟ ଛୁଆ ମଧ୍ୟ ଏଭଳି ଖରାପ ସଙ୍ଗତରେ ପଡିଥିବାର ନଜର ଆସିଛି । ପୋଲିସ ବର୍ତ୍ତମାନ ଏ ନେଇ ବହୁତ ପଦକ୍ଷପ ମାନ ଗ୍ରହଣ କରିଛନ୍ତି ।

ସର୍ବପ୍ରଥମେ ସେ ବସ୍ତି ଅଞ୍ଚଳରେ ଥିବା ମଦ ଦୋକାନକୁ ଉଠାଇ ସେଗୁଡିକ ବନ୍ଧ କରିବାକୁ ଚାହିଁଛନ୍ତି । ଏବଂ ଏ ସବୁ କାର୍ଯ୍ୟରେ ସରକାର ନିଜର ଶହେ ପ୍ରତିଶତ ଦେଇଛନ୍ତି ବୋଲି କହିଛନ୍ତି । ଗରିବ ଶ୍ରେଣୀର ଲୋକେ ସର୍ବ ପ୍ରଥମେ ଏହି କାର୍ଯ୍ୟ କୁ ସମର୍ଥନ କରିଛନ୍ତି । ଏବଂ ସେମାନେ କହିଛନ୍ତି ଯେ ସରକାର ଉଚିତ ପଦକ୍ଷପ ନେଇଛନ୍ତି । ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *