ବନ୍ଧୁଗଣ, ସୂଚନା ଅନୁଯାୟୀ ତାଇବାନରେ ଝଟକା ପରେ ଝଟକା ଏବଂ ଥରୁଛି ତାଇବାନ । ପ୍ରତି ମୁହୁର୍ତ୍ତରେ ବିପଦ । କେଉଁଠାରେ ଘର ଭାଙ୍ଗୁଛି ତ ଅନ୍ୟ କେଉଁଠାରେ ଘର ଦୋହଲି ଯାଉଅଛି । ରାସ୍ତା କଡରୁ ପଥର ଖଣ୍ଡ ଖସୁଛି । ଦୁଇ ଦିନ ହେବ ଆଶଙ୍କା ଭିତରେ ଅଛନ୍ତି ତାଇବାନ ବାସିନ୍ଦା । ତାଇବାନ ର ଦକ୍ଷିଣ ପୂର୍ବ ଅଞ୍ଚଳରେ ଗତ ୨୪ ଘଣ୍ଟା ରେ ଭୂକମ୍ପ ର ଭୟ । ତେବେ ଆଜି ପୁଣି ଆସିଛି ଭୂକମ୍ପ । ଆମେରିକା ଜିୟୋଲୋଜିକାଲ ସର୍ଭେ ରେ ପ୍ରଥମେ ଋଟର୍ସ ସ୍କେଲରେ ତୀବ୍ରତା ୭.୨ ବୋଲି କୁହାଯାଉଥିଲା ।
ପରେ ଏହାକୁ ୬.୯ କୁ ହ୍ରାସ କରାଗଲା । ଭୂକମ୍ପ ଫଳରେ ୟାରଲି ସହରରେ ଅନେକ କୋଠା ଭାଙ୍ଗି ଯାଇଅଛି । ଅନେକ ସ୍ଥାନରେ ବଡ ବଡ କୋଠା ଥରିବା ସହିତ ଫାଟ ସୃଷ୍ଟି ହୋଇଛି । ଟ୍ରେନ ଲାଇନ ଚିତ ହୋଇଛି । ବାଧାପ୍ରାପ୍ତ ହୋଇଛି ରେଳ ଚଳାଚଳ । ଚିକେ ଏବଂ ଲିଉସିହାସୀ ର ପାହାଡିଆ ରାସ୍ତାରେ ୬୦୦ ରୁ ଅଧିକ ଲୋକେ ଫସି ରହିଛନ୍ତି ।
ମୃତାହାତ ନେଇ କୌଣସି ସୂଚନା ମିଳିନାହିଁ । ଯୁଜିଙ୍ଗ ସହରରୁ ୮୫ କି.ମି ଦୂରରେ ଥିଲା ଭୂମିକମ୍ପ ର କେନ୍ଦ୍ରସ୍ଥଳ । ଶନିବାର ଦିନ ତାଇବାନର ଏହି ଅଞ୍ଚଳରେ ୬.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ଗତ ୨୪ ଘଣ୍ଟା ରେ ତାଇବାନରେ ଶତାଧିକ ଭୂକମ୍ପ ଝଟକା ଅନୁଭୂତ ହୋଇଅଛି ।
ତାଇବାନ ପ୍ରଶାନ୍ତ ମହାସାଗରର ଋଂ ଅଫ ଫାୟାର ଅଞ୍ଚଳ ଭିତର ରହୁଅଛି । ଏବଂ ସେଠାରେ ବାରମ୍ବାର ଭୂକମ୍ପ ଆସୁଛି । ୨୦୧୬ ମସିହାରେ ଭୂକମ୍ପ ରେ ଶତାଧିକ ଜଣଙ୍କ ଜୀବନ ଯାଇଥିଲା । ୧୯୯୯ରେ ୭.୩ ତୀବ୍ରତା ର ଭୂକମ୍ପ ଯୋଗୁ ୨୦୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ତେବେ ତାଇବାନ ର ଲୋକେ ବର୍ତ୍ତମାନ ଏଭଳି ପରିସ୍ଥିତିରେ ବହୁତ ଭୟାଭହ ଅବସ୍ଥାରେ ଜୀବନ ବିତାଉ ଥିବାର ନଜର ଆସିଛନ୍ତି ।
ଛୋଟ ଛୋଟ ପିଲା ମାନଙ୍କର ଭୟ କହିଲେ ନସରେ । ସେମାନେ ବର୍ତ୍ତମାନ ଘରେ ଅନ୍ୟତ୍ର କେଉଁଠି ରହିବାକୁ ଭୟ କରୁଛନ୍ତି । ମୃ-ତ୍ୟୁ କେତେବେଳେ ଯେ କିଭଳି ଭାବରେ ଆସି ସେମାନଙ୍କ ସମ୍ମୁଖରେ ପହଞ୍ଚି ଯିବ ଏ ନେଇ ସେମାନେ ବହୁତ ବିପଦ ରେ ଅଛନ୍ତି । ପ୍ରକୃତିର ଏଭଳି ରୂପ କେବଳ ତାଇବାନରେ କେଉଁ କାରଣ ନିମନ୍ତେ ତାହା କେହି ମଧ୍ୟ ଜାଣି ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।