କୁନି ଝିଅ ଭାଣିଜୀ ଶ୍ରାବଣୀ ମୃତ୍ୟୁର ସବୁ ଗୁମର କହିଲେ ମାମୁଁ, ଖୋଲିଦେଲେ Sum Hospital ର ସବୁ କଳା କାରନାମା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସମ ହସ୍ପିଟାଲରେ ଗୋଟିଏ ଗରିବ ବାପା ର ଝିଅ ସବୁଦିନ ଲାଗି ଆଖି ବୁଝି ଦେଇଛି । ଏହାକୁ ନେଇ କୁନି ଝିଅ ର ମାମୁଁ କହିଛନ୍ତି ଯେ ଆମ ଝିଅ ସମୁଦାୟ ୭ ରୁ ୮ ଦିନ ହେବ ଟ୍ରିଟମେଣ୍ଟ ହେଉଥିଲା ସମ ହସ୍ପିଟାଲରେ । ଟ୍ରିଟମେଣ୍ଟ ହେବା ବେଳେ ଡାକ୍ତର କହିଲେ ଯେ ପାକସ୍ଥଳୀରେ ବ୍ଲଡ଼ ଜମିଯାଇଛି । ଏଥିରେ ପ୍ରାଏ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଅପରେସନ ପାଇଁ । ମାତ୍ର ସେମାନେ ଏକ ଲକ୍ଷ ଟଙ୍କାରୁ ଅଧିକ ଦେଇଛନ୍ତି । ଅପରେସନ ସକସେସଫୁଲ ହେବ ବୋଲି କହିଲେ । ଝିଅ ଆମର ସୁସ୍ଥ ଥିଲା ଭଲ ମଧ୍ୟ ଥିଲା ।

ସମସ୍ତେ ଦେଖା କରୁଥିଲେ ତାକୁ ଯାଇ, ସେ ଖାଉଥିଲା ପିଉଥିଲା ସବୁ କରୁଥିଲା ମାତ୍ର ପରିବାର ଲୋକେ ଯାଇ ଦେଖା ମଧ୍ୟ କରିଛନ୍ତି ଯେ ପିଲା ସୁସ୍ଥ ଥିଲା ଭଲ ଥିଲା । ମାତ୍ର ସନ୍ଧ୍ୟା ବେଳକୁ ତାଙ୍କୁ ଜଣାଗଲା ଯେ ତାଙ୍କ ପିଲାର କଣ୍ଡିସନ ସଠିକ ନାହିଁ ବୋଲି ତାଙ୍କୁ ଜଣାଗଲା । ଏବଂ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ସହିତ ଦେଖା କରିବା ନିମନ୍ତେ ପରିବାର ଲୋକଙ୍କୁ କୁହାଗଲା ।

ଏହାପରେ ୮.୩୦ ବେଳକୁ ଜଣାଇଲେ ଯେ ପିଲାର ଡେଥ ହୋଇଯାଇଅଛି । ମାତ୍ର ଯଦି ପିଲାର ଡେଥ ହେଲା ତେବେ ପିଲାର କଣ୍ଡିସନ ଭଲ ଥିଲା ବୋଲି ଆମ୍ଭେ ଜାଣିଛୁ । ତେବେ ହଠାତ କେମିତି ଡେଥ ହେଲା ? ଯଦି ଏଭଳି ହେବାର ଥିଲା ତେବେ ଅପରେସନ ସକସେସ ଫୁଲ କିଭଳି ହେଲା ? ପେଟର ଗୋଟିଏ ପାର୍ଶ୍ଵରେ ଦାଗ ଥିଲା ତଥା ଅପରେସନ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି ।

କେବଳ ଗୋଟିଏ ଷ୍ଟିଜ ଜାଗାରେ ଦେହରେ ଅନ୍ୟ ଷ୍ଟିଜ ନଥିଲା । ଡେଥ ହେବା ପରେ ଯେତେବେଳେ ଦେଖିବେ ବୋଲି କହିଲେ ନ ଶୁଣି ସେମାନେ ମନ ଇଛା ପ୍ୟାକିଙ୍ଗ କରି ଦେଇଛନ୍ତି । ଏହାପରେ ଡାକ୍ତର କହିଲେ ଯେ ଏହା ହେଉଛି ଆକ୍ସିଡେଣ୍ଟାଲ କେସ ଆପଣ ଥାନାରୁ ପାରମିସନ ଆଣିଲେ ଆମେ ଡେଡବଡି ଦେବୁ ନହେଲେ ଦେବୁ ନାହୁଁ ।

କିନ୍ତୁ ପୂର୍ବ ରୁ ଏହି ହସ୍ପିଟାଲ ବିପକ୍ଷରେ ଅନେକ ଅଭିଯୋଗ କରାଯାଇଅଛି କିନ୍ତୁ ଏହିଭଳି କେହି ରାସ୍ତାକୁ ଓହ୍ଲାଇ ଆସିନାହାଁନ୍ତି । ପରିବାର ଲୋକେ କହିଛନ୍ତି ଯେ ଆମ ପିଲା ପ୍ରତି ଯାହା ଅନ୍ୟାୟ ହୋଇଛି ତାହାର ନ୍ୟାୟ ଦରକାର । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *