ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଗାଡି ପୂଜା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଅଥବା ଶୁଣିଲେ ଆପଣ ହସି ହସି ଗଡିଯିବେ । ଘଟଣା ଟି କେଉଁ ଜାଗାର ତାହା ସଂପୂର୍ଣ୍ଣ ଭାବରେ ଜଣାପଡିନାହିଁ । ମାତ୍ର ଏହି ପୂଜାରେ ପୂଜକ ଅର୍ଥାତ ନନା ଜଣେ ଦକ୍ଷ ପଣ୍ଡିତ କି ଭଣ୍ଡ ପଣ୍ଡିତ ତାହାର ପରିଚୟ ମିଳିଯାଉଅଛି । ଟଙ୍କା ପାଇଁ ପୂଜା ପାଠ କୁ ମଧ୍ୟ ନିମ୍ନ ମାନର କରିବାକୁ ପଛାଊ ନାହାଁନ୍ତି ଲୋକେ । ତେବେ ଆସନ୍ତୁ ଜାଣିନେବା ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।
ଏହି ଦୃଶ୍ୟ ଅନ୍ୟଯାୟୀ ଜଣେ ଗାଡି ଚାଳକ ନିଜ ଗାଡି ପୂଜା ନିମନ୍ତେ ଜଣେ ନନା ଙ୍କ ନିକଟକୁ ଗାଡି ନେଇ ଯାଇଥିଲେ । ସେଠାରେ ନନା ଜଣଙ୍କ ପୂଜା ଦେଖି ହସିବେ ନା ଅନ୍ୟ କିଛି ଉପାୟ କରିବେ ବୁଝି ପାରିଲେ ନାହିଁ । ସେ ଏହାର ଭି-ଡି-ଓ ବନାଇ ସୋ-ସି-ଆ-ଲ ମି-ଡି-ଆ ରେ ଅପଲୋଡ କରିଦେଇଛନ୍ତି ।
ତେବେ ଏଥିରେ ନନା ଜଣଙ୍କ କାର ପୂଜା କରିବା ସମୟରେ ମନ୍ତ୍ର ଉଚ୍ଚାରଣ କରି କହିଲେ ଯେ ପୂଜା ପାଠ କର୍ବାଣି, ରାସ୍ତାରେ ପୂଜା ହେଉଅଛି, ରାସ୍ତାରେ ପୂଜା ପାଉଥିବେ ଗାଡି ପୂଜା ଗାଡି ପୂଜା, ଚକା ପୂଜା ଚାରି ଚକା, ପ୍ରଭୁ ପିଲାର ମଙ୍ଗଳ କରିବେ, ଯେଉଁ ୩ ଟି ଗ୍ରାମରୁ ୨ ଜଣ ପିଲା ଆସିଛନ୍ତି ୩ ଟା ଗାଡିକୁ ତାଙ୍କର ସର୍ବଜୟ କରନ୍ତୁ ।
ମାଲିକର ଜୟ କରନ୍ତୁ । ଯେଉଁ ମାଲିକ ଆସିଅଛି ତାହାର କାମନା ପୂର୍ଣ୍ଣ କରନ୍ତୁ ପ୍ରଭୁ, ପ୍ରଭୁ ଭୋଗ ଖାଅ ଭୋଗ ଟିକେ ପ୍ରଭୁ । ରାସ୍ତାରେ ପୂଜାପାଠ ହେଉଛି, ସମସ୍ତଙ୍କର ଜୟ କର ପ୍ରଭୁ ଗାଡି ପୂଜା ରାସ୍ତାର ହେଉଅଛି । ତେବେ ଏହିଭଳି ନନା ଜଣଙ୍କ ସଠିକ ମନ୍ତ୍ର ପାଠ ନକରି ଏହିଭଳି ମନ୍ତ୍ର ପାଠ କରି ଗାଡି ପୂଜା କରିଛନ୍ତି ଯେ ଗାଡି ମାଲିକ ହସିବ ସହିତ ମୁଣ୍ଡରେ ହାତ ଦେଇ ବସିଲେ ।
ସତରେ ଯଦି ଏହିଭଳି ପୂଜା ହେବ ତେବେ ଲୋକେ କାହିଁ ଆଉ ନନା ଅଥବା ପଣ୍ଡିତ କୁ ଡକାଇବେ ସେମାନେ ନିଜେ ଏହିଭଳି ଗେରୁଆ ବସ୍ତ୍ର ପିନ୍ଧି ପୂଜା କରିଦେବେ । କାରଣ ଏହି ମନ୍ତ୍ର ନିଜ ମନରୁ ବାହାରିବ କୌଣସି ଶାସ୍ତ୍ର ତଥା ପୁରାଣ ରେ ଆପଣଙ୍କୁ ଦେଖିବାକୁ ମିଳିବନି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।