ଟ୍ରକ ଚୋରୀ କରୁଛନ୍ତି ବିଜେଡି ନେତା ! ଧରା ପଡିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଟ୍ରକ ଚୋରୀର ତଦନ୍ତ କରୁ କରୁ ସାମ୍ନାକୁ ଆସିଲା ବିଜେଡି ନେତାଙ୍କ ସମ୍ପୃକ୍ତି । ଓଡିଶାରୁ କୋଲକତା ଭାୟା ବିହାର ପର୍ଯ୍ୟନ୍ତ ଲମ୍ବିଥିଲା ଚେର । ଟ୍ରକ ଚୋରୀ କରୁଥିଲେ ବିଜେଡି ନେତା । ଯାଜପୁର ବଡଚଣା ଧର୍ମଶାଳାରୁ ଟ୍ରକ ଚୋରୀ କରି କୋଲକାତା କୁ କରୁଥିଲେ ଚାଲାଣ । ଆଉ ଟ୍ରକ ଚୋରା ଚାଲାଣର ଚେର ଲମ୍ବିଥିଲା ଓଡିଶା ଠାରୁ ବିହାର, ଭାୟା, କୋଲକାତା ।

ଟ୍ରକ ଚୋରୀ କରି ପଶ୍ଚିମ ବଙ୍ଗ କୁ ଚାଲାଣ ପରେ ଗାଡିର ଯନ୍ତ୍ରାଂଶ କୁ ପାର୍ଟ ପାର୍ଟ କରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଏମିତି ସଙ୍ଗିନ ଏବଂ ସାଂଘାତିକ ଘଟଣା ସାମ୍ନା କୁ ଆସିବା ପରେ ନବୀନ ଙ୍କ ନେତା କେତେ ସ୍ଵଚ୍ଛ ସେ ନେଇ ଉଠିଲାଣି ପ୍ରଶ୍ନ । ରାତାରାତି ଟ୍ରକ ଚୋରୀ କରୁଥିଲେ କୋଲକାତା ରେ ତାକୁ ବିକ୍ରି କରି ଗାଡି ଚୋରା ଚାଲାଣରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ଅଶ୍ବଜିତ ରାଉତ ଏବଂ ତାଙ୍କ ସାଥି । ଧର୍ମଶାଳା ବଡଚଣାରୁ ବାରମ୍ବାର ଟ୍ରକ ଚୋରୀର ମାମଲା ସାମ୍ନାକୁ ଆସିବା ପରେ ପୁରା ଖିଅ ଖୋଜିବାକୁ ଲାଗି ପଡିଥିଲା ପୋଲିସ । ତଦନ୍ତ କରିବାରୁ ଜଣାପଡିଲା ଯେ ବଡଚଣାରୁ ଟ୍ରକ ସବୁ ଚୋରୀ କରାଯାଇ କୋଲକାତାରେ ପହଞ୍ଚୁଛି । ଆଉ ସେଠାରେ ଟ୍ରକର ପାର୍ଟ କୁ ବିଭିନ୍ନ ସ୍ଥାନକୁ ରପ୍ତାନି କରାଯାଉଅଛି ।

ଆଉ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ ହେଉଛି । ତେବେ ଘଟଣାର ପର୍ଦାଫାର୍ଶ ହେବା ପରେ ଏବେ ଟ୍ରକ ଚୋରୀର ଖୋଲିଛି ଗୁମର । ଖାଲି ଗୁମର ଖୋଲିଛି ତାହା ନୁହେଁ, ବରଂ ଏମାନେ କେତେ ଟ୍ରକ ଚୋରୀ କରିଛନ୍ତି ? କେଉଁଠୁ କେଉଁଠୁ ଚୋରୀ କରିଛନ୍ତି ? ଏବଂ କେତେ ଟଙ୍କାରେ ଟ୍ରକ ବିକ୍ରି କରିଛନ୍ତି ? ସେ ନେଇ ଉଠିଲାଣି ପ୍ରଶ୍ନ ?

ତେବେ ଯାଜପୁର ପୋଲିସ ର କହିବା ଅନୁସାରେ  ଟ୍ରକ ଚୋରୀ ଘଟଣାରେ ଧର୍ମଶାଳା ପୋଲିସ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ କାର ଏବଂ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି । ଗତ ୧୧ ତାରିଖରେ ଧର୍ମଶାଳା ଥାନା ଉଡଙ୍ଗା ନିକଟସ୍ଥ ଏକ ପ୍ରସରରୁ ଟ୍ରକଚୋରୀ ଘଟଣାରେ ପୋଲିସ ତଦନ୍ତ କରିବା ବେଳେ ଟ୍ରକ ଚୋରୀ ରାକେଟ ର ପର୍ଦାଫାର୍ଶ ହୋଇଥିଲା ।

ଟ୍ରକ ଚୋରୀ ଘଟଣାରେ ଗିରଫ ହୋଇଥିବା ଲୁଟେରା ଙ୍କ ମଧ୍ୟରୁ ବଡଚଣା, ଧର୍ମଶାଳା, ଏବଂ ବାଲି ଚନ୍ଦ୍ରପୁର ଅଞ୍ଚଳର ୬ ଜଣ ହୋଇଥିବା ବେଳେ, କୋଲକାତା ଏବଂ ବିହାରର ୩ ଜଣ ବୋଲି ଜଣା ପଡିଛି । ଘଟଣାର ତଦନ୍ତ ହେବା ପରେ ସମସ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *