କେମିତି ସେ ପୁଅରୁ ଝିଅ ହେଲେ ଆଉ ବିବାହ କରି କିପରି ସଂସାର କଲେ, ସମୀକ୍ଷା ନିଜେ ବଖାଣିଲେ ନିଜ ଜୀବନ କାହାଣୀ, ଜାଣିଲେ ଆପଣ ଚମକି ପଡିବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ନାମରେ ପରିବର୍ତ୍ତନ ହୋଇଛି ମାତ୍ର ମଣିଷ ଗୋଟିଏ । ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଛି କିନ୍ତୁ ମଣିଷ ଗୋଟିଏ । ତେବେ ଆଜି ଆମ୍ଭେ କଥା ହେବାକୁ ଯାଉଅଛୁ ଜଣେ ଟ୍ରାନ୍ସ ମହିଳା ଙ୍କ ସହିତ । ନାମ ତାଙ୍କର ପ୍ରଶାନ୍ତ ବେହେରା । କିନ୍ତୁ ବର୍ତ୍ତମାନ ସେ ହୋଇଛନ୍ତି ସମୀକ୍ଷା ବେହେରା । ତେବେ ଆସନ୍ତୁ ଜାଣିନେବା ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ସମୀକ୍ଷା କହିଛନ୍ତି ଯେ କେହି କେବେ ଜାଣି ନଥାନ୍ତି ତଥା କେହି କେବେ ଜଣାଇ ନଥାନ୍ତି ଯେ ସେ ଝିଅ କି ପୁଅ ।

ମାତ୍ର ମୁଁ ଜାଣିଥିଲି ମୁଁ ଝିଅ କିନ୍ତୁ ମୋ ଶରୀର ମ୍ୟାଚ କରୁନଥିଲା । ମୋ ଶରୀରଟା ପୁଅ, ଏ ସବୁ ଜାଣି ବହୁତ ବିରକ୍ତ ଲାଗୁଥିଲା । କେହି କିଛି ବୁଝି ପାରୁନଥିଲେ । ମାତ୍ର ସେ ଭାବୁଥିଲେ ଯେ ସେ ଏହି ସମ୍ପର୍କରେ ଘରେ କିଭଳି ବୁଝାଇବେ ? ଘରେ କେହି ଏହି ଜିନିଷ କୁ ଗ୍ରହଣ କରୁନଥିଲେ ଯେ ସେ ଜଣେ ଝିଅ ଭଳି ବ୍ୟବହାର କରୁଛନ୍ତି, ସେ ଚାଲୁଛନ୍ତି ମଧ୍ୟ ଝିଅ ଭଳି ମାତ୍ର ତାହା ସେ କରୁନଥିଲେ । ୨/୩ ବର୍ଷରେ ଯେତେବେଳେ ଗୋଟେ ଶିଶୁ ର ହେତୁ ହୁଏ ସେ ଜାଣେ ମୁଁ ପୁରୁଷ କି ମହିଳା, ସେତେବେଳେ ସେ ଜାଣିବାକୁ ପାଇଲେ ।

୩୦ ବର୍ଷ ବୟସରେ ସେ ନିଜ ଶରୀର ଚେଞ୍ଜ କରାଇଥିଲେ । ହରମୋନ ଥେରେପି ଦ୍ଵାରା ସେ ଦିଲ୍ଲୀ ରେ ସର୍ଜରୀ କରାଇଥିଲେ । ଏବଂ ପ୍ରାୟ ଏକ ବର୍ଷର ହରମୋନ ଥେରେପି ଥିଲା । ସର୍ଜରୀ ପରେ ଯେତେବେଳେ ସମୀକ୍ଷା ଙ୍କ ହୋସ ଆସିଥିଲା ସେ ଡାକ୍ତରଙ୍କୁ ଦେଖି ଟିକିଏ କାନ୍ଦି ପକାଇଥିଲେ ।

ସେ କହିଛନ୍ତି ଯେ ସମାଜ ତାଙ୍କୁ କେବେ ହେଲେ ପୁଅ ଭଳି ଦେଖି ନାହିଁ । କାରଣ ତାଙ୍କର ଭାବଢଙ୍ଗ କିଛି ପୁଅ ଭଳି ନଥିଲା । ବର୍ତ୍ତମାନ ସେ ବିବାହ କରିଛନ୍ତି ଏବଂ ତାଙ୍କ ବୈବାହିକ ଜୀବନ ବର୍ତ୍ତମାନ ଭଲ ଚାଲିଛି । ତାଙ୍କ ଶଶୁର ବହୁତ ଭଲ ଏବଂ ସେ କହିଛନ୍ତି ଯେ ତୁମକୁ ଯଦି ଆଗକୁ ପାଠ ପଢିବାର ଅଛି ତେବେ ନିଶ୍ଚିତ ଭାବରେ ତମେ ପାଠ ପଢ ମୁଁ ହେଲ୍ପ କରିବି ।

ଯଦି ତୁମ୍ଭର ରୁଚି ଯାହା ଅଛି ସେ ସବୁ କରିବାକୁ ଚାହୁଁଛ ତେବେ ନିଶ୍ଚିତ ଭାବରେ କର । ବର୍ତ୍ତମାନ ସେ ଜଣେ ସିଟିମିସନ ମ୍ୟାନେଜର ପୋଷ୍ଟରେ ଅଛନ୍ତି । ଏବଂ ତାଙ୍କ ସ୍ଵାମୀ ତାଙ୍କର ସବୁ ଛୋଟ ଛୋଟ କଥା କୁ ବୁଝିଥାନ୍ତି । ଏହା ସହିତ ସେ ଷୋସାଇଟି କୁ କହିଛନ୍ତି ଯେ ଆପଣ ଯଦି ଜାଣିଛନ୍ତି ଯେ ଆପଣଙ୍କ ପିଲା ଟ୍ରାନ୍ସ ଜେଣ୍ଡର ତେବେ ଆପଣ ତାଙ୍କୁ ହତାଦାର କରନ୍ତୁ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *