ଶିବଙ୍କର ଏହି ସରଳ ଉପାୟ ଦ୍ଵାରା ବୈବାହିକ ଜୀବନର ସବୁ ସମସ୍ୟା ହୋଇଥାଏ ଦୂର, ବାସ କରିବାକୁ ହେବ ଏହି କାମ

ପ୍ରଭୁ ଶିବଙ୍କର ପୁଜା କରିଲେ ସବୁମନସ୍କାମନା ପୁରଣ ହୋଇଯାଇଥାଏ ଓ ଜୀବନର ସମସ୍ୟା ଦୁର ହୋଇଯାଏ । କେବଳ ଏତିକି ନୁହେଁ ଶିବଙ୍କ ପୂଜା କରିଲେ ଦାମ୍ପତ୍ୟ ଜୀବନର ସବୁ କଠିନ ପରିସ୍ଥିତିରୁ ମୁକ୍ତି ମିଳିଥାଏ । ତେଣୁ କଠିନ ପରିସ୍ଥିତିରେ ଗତିକରୁଥିବା ଲୋକ ସୋମବାର ଦିନ ପ୍ରଭୁ ଶିବଙ୍କର ପୁଜା କରନ୍ତୁ ଓ ତାଙ୍କୁ ପ୍ରସନ୍ନ କରିବା ପାଇଁ ତଳେ ଦିଆ ଯାଇଥିବା ଉପାୟ କରନ୍ତୁ ସବୁ ସମସ୍ୟା ଦୁର ହୋଇଯିବ ।

ଦାମ୍ପତ୍ୟ ଜୀବନର ଅସୁବିଧାକୁ ଦୁର କରିବା ପାଇଁ କରନ୍ତୁ ଏହି ଉପାୟ

ଯେଉଁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଲଢ଼େଇ ଝଗଡା ହେଉଛି ସେମାନେ ସୋମବାର ଦିନ ଗୌରୀ ଶଙ୍କରଙ୍କର ପୂଜା ଏକ ସାଙ୍ଗରେ କରନ୍ତୁ ଓ ପୂଜା କରିବା ସମୟରେ ତାଙ୍କୁ ରୁଦ୍ରାକ୍ଷ ଅର୍ପଣ କରନ୍ତୁ । ଗୌରୀ ଶଙ୍କରଙ୍କୁ ରୁଦ୍ରାକ୍ଷ ଅର୍ପଣ କଲେ ଜୀବନରେ ଆସୁଥିବା ଅସୁବିଧା ଏକାଥରକେ ଶେଷ ହୋଇଯିବ ।

କ୍ଷୀର ଚଢ଼ାନ୍ତୁ

ସୋମବାର ଦିନ ସକାଳେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ କ୍ଷୀର ଢାଳନ୍ତୁ । ଲଗାତାର ୧୧ ଟି ସୋମବାର ଏହି ଉପାୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ଦୁଃଖ ଦୂର ହୋଇଯିବ ।

ବେଲପତ୍ର ଦ୍ଵାରା କରନ୍ତୁ ପ୍ରସନ୍ନ

ଶାସ୍ତ୍ର ଅନୁସାରେ ପ୍ରଭୁ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ ଅଟେ ଯଦି ନିଷ୍ଠା ସହକାରେ ଶିବଙ୍କୁ ବେଲପତ୍ର ଅର୍ପଣ କରାଯାଏ ତେବେ ସେ ପ୍ରସନ୍ନ ହୋଇ ସବୁ ମନସ୍କାମନା ପୁରଣ କରି ଥାଆନ୍ତି । ସେଥିପାଇଁ ଆପଣ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ । ଆପଣ ୧୧ ଟି ବେଲପତ୍ର ନେଇ ତା ଉପରେ ଚନ୍ଦନ ଦ୍ଵାରା ଓଃ ଲେଖି ସେହି ବେଲପତ୍ରକୁ ଶିବଙ୍କୁ ଅର୍ପଣ କରନ୍ତୁ । ବେଲପତ୍ର ଦେବା ସମୟରେ ଓମ ନମଃ ଶିବାୟର ଜପ କରନ୍ତୁ ।

ଶିବ ଚାଳିଶା ପାଠ କରନ୍ତୁ

ସୋମବାର ଦିନ ମନ୍ଦିର ଯାଇ ପ୍ରଥମେ ଶିବଙ୍କର ପୂଜା କରନ୍ତୁ । ପୁଜା କରିବା ପରେ ଶିବଙ୍କ ପାଖରେ ଗୋଟେ ଘିଅର ଦୀପ ଲଗାଇ ଓ ଶିବ ଚାଳିଶା ପାଠ କରନ୍ତୁ । ଶିବ ଚାଳିଶାର ପାଠ କରିବା ଦ୍ୱାରା ପ୍ରଭୁ ଶିବ ସହଜରେ ପ୍ରସନ୍ନ ହୋଇଯାଆନ୍ତି ଓ ମନୋକାମନା ପୁରା କରିଥାନ୍ତି ।

କରନ୍ତୁ ଶିବଙ୍କର ମନ୍ତ୍ର ଜପ

 

ପ୍ରତିଦିନ ସକାଳେ ମନ୍ଦିର ଯାଇ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଓ ଓମ ନମଃ ଶିବାୟ ମନ୍ତ୍ରକୁ 101 ଥର ଜପ କରନ୍ତୁ । ଏହି ମନ୍ତ୍ର ପଢ଼ିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଦୁଃଖକୁ ପ୍ରଭୁ ନଷ୍ଟ କରିଦେବେ । ଏହି ମନ୍ତ୍ର ବ୍ୟତୀତ ତଳେ ଦିଆ ଯାଇଥିବା ମନ୍ତ୍ରକୁ ମଧ୍ୟ ପଢି ପାରିବେ ।
କରନ୍ତୁ ଶିବଙ୍କ ଅଭିଷେକ

କ୍ଷୀର ,ଦହି , ମିଠା , ଘିଅ, ଚିନି ଓ ଆଖୁର ରସ ମିଳାଇ ଗୋଟେ ମିଶ୍ରଣ ତିଆରି କରନ୍ତୁ ଓ ଏହି ମିଶ୍ରଣ ଦ୍ଵାରା ଶିବଙ୍କର ଅଭିଷେକ କରନ୍ତୁ । ଅଭିଷେକ କରିବା ପରେ ଶିବଙ୍କ ଠାରୁ ମନରୁ ବରଦାନ ମାଗନ୍ତୁ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଉପାୟ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *