ବନ୍ଧୁଗଣ, ଆପଣ ମାନେ ସାଧାରଣତ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ପାଇଥିବେ ଯେ କିଭଳି ବାବୁସାନ, ତୃପ୍ତି ଓ ପ୍ରକୃତି ଏହି ତିନି ଜଣଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ସରଗରମ ହେବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଫିଲ୍ମ ଜଗତରେ ଯେଉଁମାନେ କଳାକାର ରହିଛନ୍ତି, ଯେଉଁମାନେ ଟେକନିସିଆନ ଓ ନିର୍ଦ୍ଦେଶକ ରହିଛନ୍ତି ସେମାନେ କିନ୍ତୁ ବହୁତ ଚିନ୍ତାରେ ଅଛନ୍ତି କ’ଣ ହେବ ଓଡ଼ିଆ ସିନେ ଜଗତର ଭବିଷ୍ୟତ ?
ବାବୁସାନ ଭଳି ଜଣେ ନାୟକଙ୍କ ନାମରେ ଏଭଳି ଅଭିଯୋଗ ଆସିଲେ ନିଶ୍ଚିତ ଭାବରେ ଏହା ଏକ ଦୁଃଖଦ ଖବର । କାହାକୁ ନେଇ ଓଡ଼ିଆ ଫିଲ୍ମ ଚାଲିବ ? ବାବୁସାନଙ୍କ ପ୍ରଥମ ଫିଲ୍ମ “ରୋମିଓ ଦ ଲଭର ବୟ” ରେ ଯିଏ ଇଣ୍ଟ୍ରଡ୍ୟୁସ କରିଥିଲେ ବ୍ରଜରାଜ ଫିଲ୍ମର ଟୁଟୁ ନାୟକ । ଆସନ୍ତୁ ଜାଣିବା ଟୁଟୁ ନାୟକ ଏହି ବିଷୟରେ କ’ଣ କହୁଛନ୍ତି । ଟୁଟୁ ନାୟକଙ୍କ ମତରେ ଏହା ହେଉଛି ସିନେ ଜଗତ ପାଇଁ ସବୁଠୁ ବଡ ନିନ୍ଦନୀୟ ଘଟଣା । ଫ୍ୟାମିଲି ଭିତରେ ଝଗଡ଼ା ହୁଏ ତାହା ହେଉଛି ଅଲଗା କଥା ।
କିନ୍ତୁ ଏହି ଯେଉଁ ଝଗଡ଼ା ହେଇଛି ଏହା ବିଷୟରେ କହିବାକୁ ମଧ୍ୟ ଖରାପ ଲାଗୁଛି । ଏବେ ତ ସବୁ କ୍ଲିଅର ହୋଇଗଲାଣି । କ୍ଷୀର କ୍ଷୀର, ପାଣି ପାଣି ଅଲଗା ହୋଇସାରିଲାଣି । ବାବୁସାନ ଉପରେ ମୋର ବହୁତ ବିଶ୍ବାସ ଥିଲା । ବାବୁସାନ ର ଭଲ ଓ ସୁଖମୟ ଫ୍ୟାମିଲି ଥିଲା । ସେମାନେ ଲଭ ମ୍ୟାରେଜ୍ କରି ବାହା ହୋଇଛନ୍ତି । ତୃପ୍ତି ଜଣେ ଘୋରୋଇ ଝିଅ । ଏତେ ସୁନ୍ଦର ଫ୍ୟାମିଲି ଥାଇ ମଧ୍ୟ ବାବୁ କ’ଣ ପାଇଁ ଏମିତି କରିଲା ?
ଟୁଟୁ ନାୟକ କହିଲେ ଦେଖ ବାବୁ ମଦ, ନାରୀ, ଚାମଚା ଏହି ତିନୋଟି ଠାରୁ ଯିଏ ଦୁରେଇକି ରହିବ ସେ ମଣିଷ ହୋଇଗଲା । ଏହି ଲାଇନ୍ ରେ ଝିଅମାନେ ତ ଆସିବେ । କିନ୍ତୁ ନିଜକୁ ଠିକ ରଖିବାର ଅଛି । ପ୍ରକୃତି କେବେଠାରୁ ହିରୋଇନ୍ ହେଲାଣି ? ସେ ଓଡ଼ିଶାରେ କ’ଣ ନାମ କମେଇଛି । ପ୍ରକୃତି କହୁଛି ସେ ନାସନାଲ ଆୱାର୍ଡ଼ ପାଇଛି । ସେ କଥା ଛାଡ ସେ ଓଡ଼ିଶା ପାଇଁ କ’ଣ କରିଛି ? ବାବୁସାନକୁ ପଟେଇଲୁ, “ପ୍ରେମମ” ଫିଲ୍ମ କଲୁ, ଓଡ଼ିଶାରେ ନାମ କମେଇଲୁ । ଆଉ କ’ଣ ଟା କରିଛି ? ସମସ୍ତଙ୍କର ଇଛା ଥାଏ ଗୋଟେ ସୁପର ଷ୍ଟାର କୁ ଫସେଇଲେ ଆମ୍ଭେ ନାମ କମେଇବୁ ।
କିନ୍ତୁ ତୁ ତ ସ୍ବପ୍ନ ସାକାର କରେ, କିନ୍ତୁ କାହା ଘର ଭାଙ୍ଗ ନାହିଁ ଓ ମିଛ କହ ନାହିଁ । ସବୁବେଳେ ମୁଁ କୋ ପ୍ରଡ୍ୟୁସର କୋ ପ୍ରଡ୍ୟୁସର କହି ହେଉଛି । କ’ଣ କୋ ପ୍ରଡ୍ୟୁସର କେତେ ପଇସା ତୋ ପାଖରେ ଅଛି ? ତେବେ ଏହିଭଳି ନାନା କଥାମାନ ପଚାରିଛନ୍ତି ଟୁଟୁ ନାୟକ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।