ବରିଷ୍ଠ ଅଭିନେତା Pradyumna Lenka କହିଲେ ‘Ollywood ଉପରେ ପଡିଛି Babushan ଙ୍କ କଳାଛାଇ, ଯେତେ ଜଲ୍ଦି ବାବୁସାନଙ୍କୁ…’ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ବହୁଚର୍ଚ୍ଚିତ ବାବୁସାନ ଏବଂ ପ୍ରକୃତି ଙ୍କ ମାମଲାକୁ ନେଇ ଓଡିଆ ଇଣ୍ଡଷ୍ଟ୍ରୀର ବରିଷ୍ଠ ଅଭିନେତା ମାନେ ମର୍ମାହତ ହୋଇଯାଇଛନ୍ତି । ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି ଯେ ଏହା ବହୁତ ଦୁର୍ଭାଗ୍ୟ ଜନକ କଥା ଅଟେ । ଏହିଭଳି ଘଟଣା ଘଟିବାର ନଥିଲା । ଏଭଳି ଏକ ଘଟଣା ଫିଲ୍ମ ଇନଡଷ୍ଟ୍ରୀ ସହିତ ପ୍ରତ୍ୟକ ବ୍ୟକ୍ତିବିଶେଷ ତଥା ତାଙ୍କ ପରିବାରକୁ ଏବଂ କଳା ଜଗତରେ ଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ତଥା ଓଡିଶା ବାସୀ ଙ୍କୁ ଏହା ଅତ୍ୟନ୍ତ ବ୍ୟତୀତ କରିଛି, ଦୁଖିତ କରିଛି, ମର୍ମାହତ କରିଛି ।

ସେ ମଧ୍ୟ ବହୁତ ମର୍ମାହତ ବୋଲି କହିଛନ୍ତି କାରଣ ଉଭୟ ପରିବାର ସହିତ ସେ ଜଡିତ । ଉତ୍ତମ ମହାନ୍ତି ଯେ କି ଜଣେ ଆଗ ଧାଡିର ନାୟକ ଥିଲେ । ଏବଂ ତାଙ୍କ ସହଯୋଗରୁ ହିଁ ଓଡିଆ ଇଣ୍ଡଷ୍ଟ୍ରୀ ଆଜି ଯେଉଁଠାରେ ପହଞ୍ଚିଛି ଉତ୍ତମ ମହାନ୍ତି ଏବଂ ଅପରାଜିତାଙ୍କ ଭୂମିକା ଅଗ୍ରଗନ୍ୟ । ସମସ୍ତେ ଏହା ନିଶ୍ଚିତ ଭାବରେ ମାନିବେ । ବାବୁସାନ ମହାନ୍ତି ଜଣେ ପ୍ରସିଦ୍ଧ କଳାକାର ଅଟନ୍ତି ।

ଏଣୁ ଏହିଭଳି ଏକ ଘଟଣା ଘଟିଲା ମତେ ବହୁତ କଷ୍ଟ ଲାଗିଲା ଓଡିଆ ଚଳଚିତ୍ର ଜଗତରେ । ବହୁତ କଳାକାରମାନେ ଚାଲି ଗଲେଣି ତଥା ଦୂସମୟ ଚାଲିଛି ମାତ୍ର ଯେଉଁ ଓଡିଆ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ତାକୁ ଉଠିବାକୁ ହେଲେ ବାବୁସାନ ମହାନ୍ତି ଙ୍କର ଆବଶ୍ୟକତା ରହିଅଛି । ବାବୁସାନ ଜଣେ ଭଲ ଅଭିନେତା ଅଟନ୍ତି । ମାତ୍ର ତାଙ୍କ ଭଳି ଅଭିନେତା ଙ୍କ ଜୀବନରେ ଏଭଳି ଘଟିବା ଏହିଭଳି ଘଟଣା ବହୁତ କଷ୍ଟ ଦେଇଛି ।

ପ୍ରଦ୍ୟୁମ୍ନ ଲେଙ୍କା କହିଛନ୍ତି ଯେ ବାବୁସାନଙ୍କ ଜୀବନରେ ଏହିଭଳି କଳାଛାଇ ଆସିଛି ଯେ ସବୁ ଲୋକେ ମର୍ମହାତ ହୋଇଛନ୍ତି । ବାବୁସାନ ନିଜେ ପ୍ରଥମେ ବୁଝିବା ଦରକାର ଯେ ସେ କ’ଣ ? ତଥା ତାଙ୍କ ଭୂମିକା କ’ଣ ? ସେ ପ୍ରଥମେ ବୁଝିବା ଦରକାର । ତାଙ୍କୁ ନେଇ ଚଳଚିତ୍ର ନିର୍ମାଣ ହୋଇଥାଏ ଏଣୁ ସେ ଭଲରେ ରହିଲେ ଓଡିଆ ଇଣ୍ଡଷ୍ଟ୍ରୀର ଉନ୍ନତି ହେବ । ଏଣୁ ବାବୁସାନଙ୍କୁ ନିଜେ ବୁଝିବାକୁ ହେବ ଯେ ସେ କ’ଣ କରୁଛନ୍ତି ? ପ୍ରକୃତି ମଧ୍ୟ ଜଣେ ଭଲ ଅଭିନେତ୍ରୀ କିନ୍ତୁ ଏ ଯେଉଁ ଘଟଣା ଘଟିଲା ମୋ ମତରେ ଯିଏ ଯେଉଁଠି ସୁଖରେ ରହିବା କଥା ସୁଖରେ ରହୁ କାହା ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବା ଉଚିତ ନୁହେଁ ।

ବହୁତ ଖଟି, ଯନ୍ତ୍ରଣା ସହି, କାମ କରି ଘରକୁ ଫେରିଥାଉ ଆମ୍ଭ ସ୍ତ୍ରୀ ପିଲାମାନେ ଆମ୍ଭର ସାହାରା ଥାନ୍ତି, ତାଙ୍କୁ ଦେଖି ମନକୁ ସାନ୍ତ୍ଵନା ମିଳିଥାଏ । ଏଣୁ ଯଦି ପରିବାରକୁ ଯଦି ଆମ୍ଭ ବନ୍ଧୁତା ଅସୁବିଧାରେ ପକାଉଛି ତେବେ ଆମ୍ଭେ ବନ୍ଧୁ ହେବା ନାହିଁ । ଆର୍ଟିଷ୍ଟଭାବରେ କାମ କରିବା । ତେବେ ବାବୁସାନ ଏବଂ ପ୍ରକୃତି ଙ୍କୁ ଏହି ସମ୍ବନ୍ଧରେ ନିଶ୍ଚିତ ଭାବରେ ବୁଝିବାକୁ ହେବ । ବନ୍ଧୁଗଣ ଏହିଭଳି କହିଛନ୍ତି ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *