6 ଟା ପିଲାଙ୍କୁ ଜନ୍ମ କରିଥିଲି, ହେଲେ କି ଲାଭ ସ୍ଵାମୀ ଗଲାପରେ କେହି ପଚାରିଲେନି, କିନ୍ତୁ ମୁଁ ହାର ମାନିନୀ ଅଣ୍ଡା ବିକି ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ 6 ଟି ପିଲାଙ୍କୁ ଜନ୍ମ କରିଥିଲି ହେଲେ ସ୍ଵାମୀ ମଲାପରେ କେହି ପଚାରିଲେନି , କିନ୍ତୁ ହାର ମାନିନି ଅଣ୍ଡା ବିକ୍ରି କରି ଚଳୁଛି । ହଁ ଦର୍ଶକବନ୍ଧୁ ଏହା ହେଉଛି ବୁଢୀ ମା ‘ ଙ୍କର ସଙ୍ଗର୍ଷ କାହାଣୀ । ଯେଉଁ ବୟସରେ ଘରେ ବସି ଖାଇପିଇ ନାତିନତୁଣୀଙ୍କ ସହ ଆନନ୍ଦରେ ଶେଷ ଦିନମାନଙ୍କୁ ବିତାଇବା କଥା ସେହି ବୟସରେ ତାଙ୍କୁ ଜୀବନ ଚଳାଇବା ପାଇଁ ଖଟିବାକୁ ପଡୁଛି ।

ସୂଚନା ଅନୁସାରେ ସିଏଚ . ଲକ୍ଷ୍ମୀ ତାଙ୍କର ଚାରି ପୁଅ ଓ ଦୁଇ ଝିଅ । ଚାରି ପୁଅ ବାପାଙ୍କ ଦେହତ୍ୟାଗ ହେବା ପରଠାରୁ ମା ‘ ଦେଖିବା ଛାଡିଦେଇଥିଲେ । ମା ‘ କେମିତି ବଞ୍ଚିବ ଥରେ ଟିଏ ନ ଚିନ୍ତା କରି ଏକଲା ଛାଡି ସ୍ତ୍ରୀକୁ ନେଇ ପଳେଇଯାଇଥିଲେ । ଏହା ପରେ ମଧ୍ୟ ବୁଢୀମା ‘ ହାର ମାନିନଥିଲେ କେହି ନ ଦେଖୁ ମୁଁ ପରିଶ୍ରମ କରି ଦୁଇ ପଇସା ରୋଜଗାର କରିକି ଜୀବନ ଥିବା ଯାଏ ବଞ୍ଚିବୀ ବୋଲି ଦୃଢ ସକଳ୍ପ ନେଇଥିଲେ ।

ଏଣୁ ବୁଢୀ ମା ‘ ଙ୍କ ବୟସ ସୀମା 90 ଅତିକ୍ରମ କରିଲାଣି ହେଲେ ବି ଦୋକାନ କରି ଅଣ୍ଡା ବିକିଛନ୍ତି । ତେବେ ବୁଢୀ ମା ‘ ଙ୍କ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସେ କାନ୍ଦି ପକାଇଥିଲେ ଓ କହିଥିଲେ ମୁଁ ସାନ ରୁ ବଡ କରିଲି କିନ୍ତୁ ମୋତେ ଦେଖିବା ପାଇଁ କେହି ବି ଉଚ୍ଛୁକ ନୁହଁନ୍ତି । ଏଭଳି ସନ୍ତାନକୁ ଜନ୍ମ କରିକି କି ଲାଭ ଯିଏ ମୋ ଭଲ ମନ୍ଦ ପଚାରୁ ନାହାଁନ୍ତି ।

ମୋ ପୁଅ ଦୋକାନ ପାଖକୁ ଆସେ କିନ୍ତୁ ମା ‘ କେମିତି ଅଛୁ ବୋଲି ପଦେ କଥା ପଚାରେ ନାହିଁ । ମୋର ଦୁଇ ଝିଅ ଅଛନ୍ତି ସାନ ଝିଅ ମୋ ଲୁଗା କାଛିକି ପଠାଏ ବେଳେ ଆସି ମୋତେ ସାହାଯ୍ୟ କରିକି ଶାଶୂ ଘରକୁ ପଳାଏ । ଝିଅମାନେ ଟିକେ ମୋ କଥା ବୁଝନ୍ତି ମାତ୍ର ପୁଅ ମାନେ ମୁଁ ବଞ୍ଚିଛି କି ନାହିଁ ପଚାରନ୍ତି ନାହିଁ । ବିବାହ ପରେ ଆନ୍ଧ୍ରାରୁ ମୁଁ ଏଠାକୁ ଆସିଛି ଦୀର୍ଘ ପଚାଶ ବର୍ଷ ଧରି ଅଣ୍ଡା ବିକ୍ରି କରୁଛନ୍ତି ।

ଯଦି କୋଣସି ସାହାଯ୍ୟ ମିଳେ ତେବେ ମୁଁ ଦୋକାନ କରିକି ଅଣ୍ଡା ବିକ୍ରି କରିବି ।

Leave a Reply

Your email address will not be published. Required fields are marked *