ସୂର୍ଯ୍ୟଙ୍କ ମୀନ ରାଶିରେ ପ୍ରବେଶ ଫଳରେ ରାଶିମାନଙ୍କ ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ ମୀନ ସଙ୍କ୍ରାନ୍ତି ୨୦୨୦ ତାରିଖ ଓ ସମୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ ହିନ୍ଦୁ କ୍ୟାଲେଣ୍ଡର ର ଦ୍ଵାଦଶ ମାସର ଆରମ୍ଭ ମୀନ ସଂକ୍ରାନ୍ତି ରୂପରେ ହୋଇଥାଏ । ଏହି ଦିନ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିଥାନ୍ତି । ସୂର୍ଯ୍ୟ ଙ୍କ ଏହି ରାଶି ପରିବର୍ତ୍ତନକୁ ମୀନ ସଂକ୍ରାନ୍ତି ବୋଲି କୁହାଯାଏ । 14 ମାର୍ଚ୍ଚ 2020 ରେ ସୂର୍ଯ୍ୟ, ଗୁରୁଙ୍କ ରାଶି ମୀନରେ ପ୍ରବେଶ କରିବାକୁ ଯାଉଛନ୍ତି  । ମୀନ ରାଶିର ସ୍ଵାମୀ ଗୁରୁ ଓ ସୂର୍ଯ୍ୟଙ୍କର ସମ୍ବନ୍ଧ ମୈତ୍ରୀପୂର୍ଣ୍ଣ ବୋଲି କୁହାଯାଏ । ଏମିତିରେ ଗ୍ରହ ମାନଙ୍କର ଏହିପରି ସଂଯୋଗ ବହୁତ ହିଁ ଶୁଭ ଦାୟକ ହୋଇଥାଏ ଓ ଲାଭ କାରି ବୋଲି କୁହାଯାଏ । ସୂର୍ଯ୍ୟଙ୍କର ମୀନ ରାଶିରେ ପ୍ରବେଶ ଦ୍ଵାରା ସବୁ ରାଶିର ଜାତକରେ ବହୁତ ପ୍ରଭାବ ପଡିବ ।

ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପକାଇବ ।

ମେଷ ରାଶି-

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତନ ଶୁଭ ଫଳଦାୟୀ ରହିବ । ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ହିଁ ଲାଭ ଦାୟକ ରହିବ । ଚାକିରି କ୍ଷେତ୍ରରେ ଲାଭବାନ  ହେବେ ଓ ନିଜ ଜୀବନ ସାଥିଙ୍କ ସହ ସୁଖରେ ସମୟ କଟିବ ।

ବୃଷ ରାଶି-

ବୃଷ ରାଶି ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତନ ଭଲ ପରିଣାମ ଦେବ, ଜମି ବାଡି ଯଦି କିଣୁଛନ୍ତି ଏହି ସମୟ ଉତ୍ତମ ଅଟେ, ସାଙ୍ଗସାଥି ମାନଙ୍କ ସହ ମଜା ମସ୍ତିରେ ସମୟ କଟିବ।

ମିଥୁନ-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତନ ବ୍ୟବସାୟ କ୍ଷେତ୍ରରେ ଭଲ ରହିବ । ଧନର ବର୍ଷା ହେବାକୁ ଲାଗିବ । ବହୁତ ଦିନରୁ ପଡିଥିବା କାମ ପୂରଣ ହେବ।

କର୍କଟ ରାଶି-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ । ନିଜ କର୍ମ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସିଂହ ରାଶି-

ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତନ ଶୁଭ ରହିବ । ପରିବାରରେ ଶାନ୍ତି ଲାଗି ରହିବ । ଏହି ସମୟରେ ନିଜର ଅତି ଘନିଷ୍ଟ ଲୋକଙ୍କ ଆଗମନ ହେବ । ଖର୍ଚ୍ଚ ବଢିପାରେ । ଦେଖି ଚାହିଁ ଖର୍ଚ୍ଚ କରିବେ।

କନ୍ୟା ରାଶି-

ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ କନ୍ୟା ରାଶିର ସପ୍ତମ ସ୍ଥାନରେ ହେବା କାରଣରୁ ନିଜ ସମ୍ପର୍କକୁ ନେଇ ଟିକେ ସାବଧାନରେ ରହିବେ । ଜୀବନ ସାଥିଙ୍କ ସହିତ ଝଗଡା ରୁ ଦୂରେଇ ରୁହନ୍ତୁ । ଯଦି ଏହି ସମୟରେ ବ୍ୟବସାୟ କରୁଛନ୍ତି ଲାଭବାନ ହେବେ । ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ ।

ତୁଳା-

ତୁଳା ରାଶିର ବ୍ୟକ୍ତି ମାନଙ୍କୁ ମିଶ୍ରିତ ଫଳ ମିଳିବ, ନିଜ ଖର୍ଚ ଉପରେ ଟିକେ ଧ୍ୟାନ ଦେବେ । ଶରୀର ପ୍ରତି ଧ୍ୟାନ ଦେବେ । ପରିବାରରେ ଖୁସି ଲାଗି ରହିବ ।

ବିଛା-

ବିଛା ରାଶିର ବ୍ୟକ୍ତି ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ହେତୁ ଲାଭବାନ ହେବେ, ସନ୍ତାନ ପ୍ରାପ୍ତି ଯୋଗ ଅଛି । କାମ କାର୍ଯ୍ୟରେ ଉତ୍ତମ ଫଳ ମିଳିବ ।

ଧନୁ-

ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବହୁତ ଭଲ ରହିବ । ଦେଖି ଚାହିଁ କାର୍ଯ୍ୟ କରନ୍ତୁ । ଅଯଥା ଖର୍ଚ୍ଚ ବଢିପାରେ ।

ମକର-

ଏହି ରାଶିର ବ୍ୟକ୍ତିଙ୍କୁ ମିଶ୍ରିତ ଫଳ ମିଳିବ । ଛୋଟ ବଡ କଥାକୁ ନଜର ଅନ୍ଦାଜ କରନ୍ତୁ ନତୁବା ସମ୍ପର୍କରେ ଫାଟ ଆସିପାରେ । ସମସ୍ୟା ଲାଗି ରହିବ । ଦୂର ଜାଗାକୁ ଯାତ୍ରା କରିବେ ।

କୁମ୍ଭ-

ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କୁମ୍ଭ ରାଶିଙ୍କ ସମସ୍ୟା ଆଣିପାରେ । ଝଗଡା ହେଉଥିବା ସ୍ଥାନରୁ ଦୂରେଇ ରୁହନ୍ତୁ । ବହୁତ ଦିନରୁ ଅଟକି ରହିଥିବା କାମ ପୁରଣ ହେବ।

ମୀନ-

ସୂର୍ଯ୍ୟ କୁମ୍ଭରୁ ବାହାରି ମୀନ ରାଶିରେ ପ୍ରବେଶ କରୁଛନ୍ତି ଓ ପୂର୍ବରୁ ମୀନ ରାଶିରେ ବୁଧ ଅଛନ୍ତି,ସେଥିପାଇଁ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଆପଣଙ୍କ ରାଶିରେ କିଛି ମାତ୍ରାରେ ଅଶୁଭ ରହିବ ।

 

Leave a Reply

Your email address will not be published. Required fields are marked *