କାହାକୁ ପ୍ରଥମେ ଭଲ ପାଉଥିଲେ Mihir Das ? ପ୍ରେମରେ Mihir କେମିତି ପାଲଟିଲେ ପଗ୍‌ଲୁ ?

ବନ୍ଧୁଗଣ ଆଜି ମିହିର ଦାସ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ତେବେ ଗତ କାଲି କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି । ଗତ ୧୧ ତାରିଖ ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ।


ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ଦିଗଜ କଳାକାର ନିଜର ଦୁଃଖ ପ୍ରକାଶ କରିଛନ୍ତି । ମିହିର ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାରଙ୍କ ସହ କାମ କରିଥିଲେ । ତେବେ ମିହିର ଯିବା ପରେ ସୋସିଆଲ ମିଡିଆରେ କେବଳ ତାଙ୍କର ହିଁ ଚର୍ଚା ହେଉଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ମିହିରଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ସେ ତାଙ୍କ ପ୍ରଥମ ପ୍ରେମ ବିଷୟରେ କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମିହିର ଦାସଙ୍କ ମତରେ-‘ମୋର ପାଠ କମ ଡ୍ରାମା ଅଧିକ ଯେତେବେଳେ ମୁ ଡ୍ରାମାଟିକ ସେକ୍ରେଟେରୀ ଥିଲି ସେତେବେଳେ ମୋବାଇଲ ନଥିଲା ଚିଠି ଗୋଟେ ବଡ କଥା’ ।

ଆଗକୁ ମିହିର କହିଛନ୍ତି-‘ପ୍ରଥମ ଥର ପାଇଁ ମୁ କ୍ୟାମେରାରେ ସାହାସ କରି କହୁଛି ଆଉ ଇଛା ହେଉଛି କହିବା ପାଇଁ ୩୦ ବର୍ଷ ତଳର ସେ ଚିଠି ଏବେ ବି ମୋ ପାଖରେ ଅଛି । ଚିଠି ଶବ ହୋଇ ନାହିଁ ରଙ୍ଗ ବଦଳିଯାଇଛି ମୋଡି ହୋଇ ଭାଙ୍ଗି ଯାଇଛି ଇଛା ହେଉଛି କ୍ୟାମେରାରେ ଦେଖାଇ ଦେବା ପାଇଁ କିନ୍ତୁ ଦେଖେଇବି ନାହିଁ । ମୋର ଇଛା ଥିଲା ହେଲେ ମୁ ପ୍ରକାଶ ନକରି ପ୍ରକାଶିତ ହେଉ ବୋଲି ସବୁବେଳେ ଚାହିଁଲି’ ।

ଆଗକୁ ମିହିର କହିଛନ୍ତି -‘ମୁ ଭିତରେ ବହୁତ ଘାଣ୍ଟି ହେଲି ସେତେବେଳେ ସେ ପାହାଚରୁ ଦଉଡି ଦଉଡି ଆସି ମୋ ପାଖରେ ପହଞ୍ଚିଲା ଓ କହିଲା କଲେଜ ପିଲା ଆଉ ମୋ ସାଙ୍ଗ ମାନେ ତମର ଆଉ ମୋ ବିଷୟରେ ଇଆଡୁ ସିଆଡୁ କହୁଛନ୍ତି ।  ମୁ କହିଲି ତମେ ତାଙ୍କୁ ମନା କରୁନ । ଏହା ପରେ ଆମ କାହାଣୀ କିଛି ଦିନ ଚାଲିଲା ଓ କଲେଜ ବି ଉଠିଲା ପଡିଲା । ତା ପରେ ଗୋଟେ ତୃତୀୟ ଚରିତ୍ର ଆମ ଭିତରେ ପଶିଲା ଯାହାଫଳରେ ସେ ଖୁସିରେ ରୁହ କହି ଚାଲିଗଲା । ଆଜି ପର୍ଯ୍ୟନ୍ତ ସେ ଚିଠି ଅଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମିହିର ନିଜ ପ୍ରଥମ ପ୍ରେମ ବିଷୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *