‘ଯଦି ଭୁଲ ହେଇଛି ଘୁସୁରି ଘୁସୁରି କ୍ଷମା ମାଗିବି’ ସେଦିନର ଖୋଲାକଥାରେ ଏମିତି କାହିଁକି କହିଥିଲେ ଅଭିନେତା Mihir Das, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । ଜୀବନର ରଙ୍ଗମଞ୍ଚରେ ନିଜର ଅଭିନୟ ସାରି ସେ ବାହୁଡ଼ି ଯାଇଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଆଜିି ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ମୃତ୍ୟୁ ବେଳକୁ ତାଙ୍କୁ ବୟସ ମାତ୍ର ୬୩ ବର୍ଷ ହୋଇଥିଲା । କିଡନି ବ୍ୟାଧିରେ ପୀଡ଼ିତ ମିହିର ଦାସଙ୍କ ଏକାଧିକ ଅଙ୍ଗ ଅକାମୀ ହୋଇ ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।


୨୦୨୧ ଡିସେମ୍ବର ମାସ ୮ ତାରିଖରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘ‌ରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପର ଠାରୁ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ତେବେ ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିବା ବହୁମୁଖୀ ଅଭିନୟ ପ୍ରତିଭା  ମିହିର ଦାସ ଓଡ଼ିଶା‌ର ଘରେ ଘରେ ପରିଚିତ ଥିଲେ ।

୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସିନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଆସିଥିବା ମିହିର ଦାସ  ନାୟକ, ଖଳନାୟକ, ହାସ୍ୟ ଚରିତ୍ର  ଓ  ଚରିତ୍ର ଅଭିନେତ‌ା ଆଦି ଭୂମିକା ନିଭାଇ ଦର୍ଶକଙ୍କୁ ତାଙ୍କ ଅଭିନୟର କୁହୁକପଣରେ ବାନ୍ଧି ରଖିଥିଲେ । ପିଲାଠାରୁ ବୁଢ଼ା ସମସ୍ତଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବାରେ ସେ ହେଉଛନ୍ତି ଅନ୍ୟତମ ସଫଳ ସ୍ରଷ୍ଟା ।

ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍‌ ମଜନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି ରହିଛି । ଉଚ୍ଚକୋଟିର ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ଏକାଧିକ ବାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।


ତେବେ ଅଭିନୟରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ରାଜନୀତିକୁ ଆସିଥିଲେ । ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ଦଳ ଲାଗି ପ୍ରଚାର କରିଥିଲେ । ଏହାପରେ ସେ ବିଜେଡି ପରିତ୍ୟାଗ କରି ୨୦୧୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ ।

ତେବେ ସେହି ସମୟରେ ତାଙ୍କର ଗୋଟିଏ ଭାଷଣ କୁ ନେଇ ସେ ବହୁତ ଚର୍ଚ୍ଚା ରେ ଆସି ଯାଇଥିଲେ । ତେବେ ସେ ନିଜ ଭାଷଣ ରେ ଶ୍ରୀ ଜଗନ୍ନାଥ ଙ୍କ ରାଣ ଖାଇବା ଏବଂ ମୋଦିଙ୍କୁ ଛୁଇଁବା ଭଳି ଅନେକ ବିବାଦୀୟ କଥା କହିଥିଲେ । ତେବେ ସେ ଏହା ପାଇଁ ସେ ପରେ ଏକ ଭିଡିଓ ମାଧ୍ୟମରେ ଲୋକ ମାନଙ୍କ ଠାରୁ କ୍ଷମା ମାଗିଥିଲେ ।


ତେବେ ସେ ଖୋଲା କଥାରେ ମଧ୍ୟ ଏହି ବିଷୟରେ ଚର୍ଚ୍ଚା କରିଥିଲେ ତେବେ ସେ ସାମ୍ବାଦିକ ଙ୍କ ର ସବୁ କଥାର ଉତ୍ତର ବହୁତ ସୁନ୍ଦର ଭାବରେ ଦେଉଥିଲେ ଏବଂ ସେ କହିଥିଲେ କି ତାଙ୍କୁ ରାଜନୀତି କରି ଆସେନି ଏବଂ ସେ ଜଗନ୍ନାଥ ଙ୍କ ନାମ ଜାଣିଶୁଣି ନେଇ ନାହାନ୍ତି ଏହା ତାଙ୍କ ମନରୁ ହିଁ ଆସି ଯାଇଥିଲା । ତେବେ ଶେଷରେ ସେ କହିଥିଲେ କି ଯଦି ତାଙ୍କ କଥାରେ କାହାର ବି ମନଦୁଃଖ ହୋଇଥାଏ ତେବେ ସେ କ୍ଷମା ମାଗୁଛନ୍ତି ଏବଂ ସେ ଏହା ମଧ୍ୟ କହିଥିଲେ କି ସେ ସବୁବେଳେ ଶ୍ରୀ ଜଗନ୍ନାଥ ଙ୍କ ନାମ ସେ ନେବେ ।

Leave a Reply

Your email address will not be published. Required fields are marked *