“ଆନି ହାଉସ ହେଉଛି ମିହିର ଅଙ୍କଲ ଆଉ ଆନି ଆଣ୍ଟିଙ୍କ ଡ୍ରିମ ହାଉସ” Mihir Das ଙ୍କ ସହିତ ନିଜର ପୁରୁଣା ସ୍ମୃତି କହି କାନ୍ଦି ପକେଇଲେ ଅଭିନେତ୍ରୀ ଝିଲ୍ଲୀ, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ମିହିର ଦାସ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଓ ତାଙ୍କର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ନିଜ ଜବରଦସ୍ତ ଅଭିନୟ ପାଇଁ ତାଙ୍କୁ କେତେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି । ତେବେ ବନ୍ଧୁଗଣ ସମସ୍ତ ଓଡିଆ କଳାକାର ମାନେ ମିହିର ଯିବା ପରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଓଡିଆ ଟିଭି ଅଭିନେତ୍ରୀ ନିକିତା ମିଶ୍ର ନିଜ ଦୁଃଖ ପ୍ରକାଶ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନିକିତା କାନ୍ଦି କାନ୍ଦି କହିଛନ୍ତି-‘ଆନି ହାଉସ ହେଉଛି ମିହିର ଅଙ୍କଲଙ୍କର ଆଉ ଆନି ଆଣ୍ଟିଙ୍କର ଡ୍ରିମ ହାଉସ । ଆଉ ଆମେ ତ ଏଠିକାର କୂଣିଆ ତିନି ମାସ ହେବ ଆମ ଝିଲିର ସୁଟିଙ୍ଗ ଏଠି କରୁଥିଲୁ ଏଇଟା ହେଉଛି ଝିଲ୍ଲୀ ସୁଟିଙ୍ଗ ସେଟ । ଆଗକୁ ସେ କହିଛନ୍ତି-‘ଝିଲ୍ଲୀ ଯେଉଁ ଘରେ ରହୁଛି ତାହା ହେଉଛି ମିଠା ମହଲ ସେଥିପାଇଁ ସେଇଟା ମିଠା ମହଲ ଲେଖା ହୋଇଥିଲା ଆଉ ଆମର ସୁଟିଙ୍ଗ ଚାଲି ଥିଲା ।

କିନ୍ତୁ ଯେଉଁ ଦିନ ଏହି ଦୁଃଖ ଖବର ଆସିଲା ସେ ଦିନ ଆମ ସୁଟିଙ୍ଗ ସେଟରେ ନଥିଲୁ ବାହାରେ ସୁଟିଙ୍ଗ କରୁଥିଲୁ । ସେଇଟା କରା ହେଲେ କାରଣ ଆମେ ଜାଣିଥିଲୁ ମିହିର ଅଙ୍କଲଙ୍କର ଯେଉଁ ଶେଷ ଯାତ୍ରା ଏଇଠୁ ହିଁ ନିଆ ହେବ । ତାଙ୍କର ଯେଉଁ ଡ୍ରିମ ହାଉସ ଆନି ହାଉସ ସେଇଟା ସେମିତି ହି ଥାଉ ତା ଦେହରେ କିଛି ବି ପରିବର୍ତ୍ତନ କରା ନଯାଉ ସେଥିପାଇଁ ମିଠା ମହଲର ଟ୍ୟାଗ ଟା ଯୋଉ ଲାଗିଥିଲା ତାକୁ ଆମେ କାଢି ଥିଲୁ’ ।

ଆଗକୁ ସେ କହିଛନ୍ତି-‘ବହୁତ ହି ଖରାପ ଲାଗୁଛି କାରଣ ମିହିର ଅଙ୍କଲଙ୍କ ସହିତ ମୁ ଶିଶୁ କଳାକାର ରୂପେ କାମ କରିଛି । ଛୁଆ ବେଳରୁ ମୁ ତାଙ୍କ ସହ ଜଡିତ । ମୋ ଲାଇଫର ସେକେଣ୍ଡ ସିରିଏଲ ଯେଉଁଥିରେ ମୁ ମିହିର ଅଙ୍କଲଙ୍କ ଝିଅ ହୋଇଥିଲି ‘ବସୁନ୍ଧରା’ ସେଇଟା ମୋର ବେସ୍ଟ ସିରିଏଲ ଥିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନିକିତା ନିଜ ମନର କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *