Vastu Tips- ବେଲ ଗଛ ଗୃହର କେଉଁଠି ରହିଲେ ହୁଏ ଧନର ବର୍ଷା ଓ କେଉଁଠି ରହିଲେ ହୁଏ ସର୍ବନାଶ

ନମସ୍କାର ବନ୍ଧୁଗଣ ଆମର ଏହି ପ୍ରକୃତି ରେ ଏଭଳି ଅନେକ ଵସ୍ତୁ ରହିଛି ଯାହା ଆମ ପାଇଁ ବରଦାନ ଅଟେ । ସେଥିରେ ବିଭିନ୍ନ ଫୁଲ,ଫଳ, ଗଛ ଆଦି ଅନେକ ପ୍ରାକୃତିକ ଜିନିଷ ରହି ଅଛି ତେବେ ସେହି ଭଳି ଏକ ପ୍ରାକୃତିକ ଏବଂ ଦୁର୍ଲଭ ଗଛ ହେଉଛି ବେଲ ଗଛ । ଶାସ୍ତ୍ର ଅନୁସାରେ ଏହାର ଜନ୍ମ ମାତା ଲକ୍ଷ୍ମୀ ଙ୍କ ଦ୍ଵାରା ହୋଇଥିଲା । ତେବେ ଏହି ଗଛ ରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ଏହା ଛଡା ଏହି ଗଛ ର ପତ୍ର କୁ ପୂଜା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ତେବେ ଆସନ୍ତୁ ଏହା ବିଷୟରେ କିଛି କଥା ଆଲୋଚନା କରି ନେବା କି ଏହାକୁ ଘରର କେଉଁ ସ୍ଥାନରେ ରଖିବା ଉଚିତ କେଉଁ ଦିଗ ରେ ଲଗାଇବା ଉଚିତ ଏବଂ ଏହା ଦ୍ୱାରା କଣ ହୋଇଥାଏ । ମାନ୍ୟତା ରହିଛି ଏହି ବେଲ ଗଛ ରେ ସାକ୍ଷାତ ମହାଦେବ ଏବଂ ମାତା ପାର୍ବତୀ ଙ୍କ ବାସ କରନ୍ତି ଏବଂ ବେଲ ପତ୍ର ର ତ୍ରିଶାଖାରେ ତ୍ରିନାଥ ବାସ କରନ୍ତି । ଏଣୁ ପ୍ରତିଦିନ ସ୍ନାନ ପରେ ବେଲ ଗଛ ମୂଳେ ପାଣି ଦେଲେ କୋଟି ପୁଣ୍ୟ ମିଳିଥାଏ ଏବଂ ମହାଦେବଙ୍କ ସହ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।

ଯାହା ଫଳରେ ନିଜ ମନର ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ଏବଂ ଚାକିରୀ ଏବଂ ବ୍ୟବସାୟ ରେ ମଧ୍ୟ ଉନ୍ନତି ଘଟିଥାଏ । ଏହା ସହ ଧନ ର ବୃଦ୍ଧି ମଧ୍ୟ ହୋଇଥାଏ । ଏହି ବେଲ ପତ୍ର ସମସ୍ତ ଦେବାଦେବୀ ଙ୍କ ପ୍ରିୟ ଅଟେ ତେଣୁ ଏହା ଶୁଖିଯାଏ କିନ୍ତୁ ବାସି ହୁଏ ନାହିଁ । ଏହି ପତ୍ର କୁ ଚନ୍ଦନ ସହିତ ଅର୍ପଣ କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ସୋମବାର ଦିନ ଏହି ବେଲ ଗଛ କୁ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ହୁଏ,ବିବାହ ମଧ୍ୟ ହୁଏ ଏହା ସହିତ ନିଜ ମନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ମଧ୍ୟ ନାଶ ହୋଇଥାଏ ।

ଏହା ସହ ଯେଉଁମାନେ ଦେବୀ ଏବଂ ମହାଦେବ ଙ୍କୁ ଆରାଧନା କରିଥାନ୍ତି ଏହି ବେଲ ଗଛ ମୂଳେ ତେବେ ସେମାନଙ୍କ ସାଧନା ଏବଂ ଆରାଧନା ସଫଳ ହୋଇଥାଏ ଏବଂ ମହାଦେବଙ୍କ ଠାରୁ ଆଶୀର୍ବାଦ ମଧ୍ୟ ମିଳିଥାଏ । ସାଧାରଣତଃ ଘରର ଚାରି ପାଖରେ ବଡ଼ ବଡ଼ ଗଛ ରହିବା ଅଶୁଭ ହୋଇଥାଏ । ସେହି ସବୁ ଗଛର ଛାଇ ଘରେ ପଡ଼ିବା ଦ୍ୱାରା ଘରେ ବାସ୍ତୁ ଦୋଷମଧ୍ୟ ହୋଇଥାଏ ।

କିନ୍ତୁ ମାତ୍ର ଏହି ବେଲ ଗଛ ଘରର ଯେଉଁ ସ୍ଥାନରେ ରହିଲେ ମଧ୍ୟ ଶୁଭ ହୋଇଥାଏ ଏବଂ ଏହାର ଛାଇ ଘରେ ପଡିଲେ ତାହା ବହୁତ ଭଲ ମଧ୍ୟ ହୋଇଥାଏ । ନକରାତ୍ମକ ଉର୍ଜା ବାହାରି ଯାଏ । ବେଲ ଗଛ ଘରର ଉତ୍ତର ଏବଂ ଉତ୍ତର ପୂର୍ବ କୋଣ ରେ ରହିଲେ ଧନ ର ଅଭାବ ହୁଏ ନାହିଁ । ଧନ ର ବୃଦ୍ଧି ଘଟେ । ଘରର ପୂର୍ବ ଦିଗରେ ବେଲ ଗଛ ରହିଲେ ଘରର ଶାନ୍ତି ବଜାୟ ରହିଥାଏ । ଘରର ପଶ୍ଚିମ ଦିଗରେ ରହିଲେ ସୁସନ୍ତାନ ପ୍ରାପ୍ତ ହୋଇଥାଏ ।

ଦକ୍ଷିଣ ରେ ରହିଲେ ଦୁର୍ଘଟଣା ଜନିତ ସମସ୍ୟା ଦୂର ହୋଇଥାଏ । ଘରେ ବେଲ ଗଛ ନଥିଲେ ତେବେ ଯେ କୌଣସି ତିଥି ରେ ଗଛ ଆଣି ଘରେ ଲଗାଇ ପୂଜା କରି ପାରିବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *