Anubhav ଓ Varsha ଙ୍କ ପାଇଁ ହାତା ଯୋଡି କଣ କହିଲେ କମେଡିଆନ Gyana, ଦେଖନ୍ତୁ ଏହି Video

ବନ୍ଧୁଗଣ ବିଜେଡି ସାଂସଦ ଅନୁଭବ ମହାନ୍ତି ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନେକ ଦିନ ଧରି ଅନୁଭବ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ତେବେ ଗତ କାଲି ଅନୁଭବ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ପ୍ରାୟ ଅଧ ଘଣ୍ଟା ଏ ଭିଡିଓରେ ସେ ନିଜ ମନର କଥା କହିଛନ୍ତି । ବର୍ଷାଙ୍କୁ ସେ ଭଲ ପାଇ ବାହା ହୋଇଥିଲେ ଆଉ ଏହି ଭିଡିଓରେ ସେ ଭଲ ପାଇ ଭୁଲ କରିବା କଥା ସେ କହିଛନ୍ତି ।


ଅନୁଭବ କହିଛନ୍ତି 2008ରେ ସେ ବର୍ଷାଙ୍କୁ ବହୁତ ଅଧିକ ଭଲ ପାଉଥିଲେ ଆଉ ତାଙ୍କ ଛଡା ସେ ଆଉ କାହା କଥା ଭାବି ନଥିଲେ । କିନ୍ତୁ ଏବେ ସେ ବହୁତ ବଡ ଭୁଲ କରିଛନ୍ତି । ତେବେ ବନ୍ଧୁଗଣ ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସେ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଓଡିଆ କମେଡିଆନ ଜ୍ଞାନ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଜ୍ଞାନ କହିଛନ୍ତି-‘ମୁଁ ଆପଣ ମାନଙ୍କର ସେହି ଛୋଟିଆ କଳାକାର ଜ୍ଞାନ । ମୁଁ କେବେ ଏମିତି ଆସିନି ହେଲେ ଆଜି ଆସିବାକୁ ବାଧ୍ୟ ହେଲି କାରଣ ଗୋଟେ କଥା କହିବା ପାଇଁ ମୋର ମନ ହେଉଛି । ଏବେ ନ୍ୟୁଜରେ ଗୋଟିଏ ଖବର ଚାଲିଛି ଅନୁଭବ ଆଉ ବର୍ଷା ।

ଏହି ଖବର ବିଷୟରେ ଜାଣି ମୋତେ ବହୁତ ଦୁଃଖ ଲାଗୁଛି । ସେଇଟା ତ କୋର୍ଟ ଉପରେ କଥା ରହିଛି କୋର୍ଟ ଆଗକୁ ଏହାର ନିଷ୍ପତ୍ତି ନେବ । ତାଙ୍କର ସେଇଟା ଘରୋଇ କଥା ବ୍ୟକ୍ତିଗତ କଥା ପରିବାର ଭିତରେ ଏମିତି ହୁଏ । ହେଲେ ମୋତେ ବହୁତ ଦୁଃଖ ଲାଗୁଛି ଯେଉଁ ଭାଇ ଓ ଭଉଣୀ ମାନେ ଖରାପ ମନ୍ତବ୍ୟ ଦେଉଛନ୍ତି ଏବଂ ଶୋଦାଶୋଦି କରୁଛନ୍ତି ଏଇଟା କେତେ ଦୂର ଠିକ ।

ମୋତେ ଠିକ ଲାଗୁନି କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ଅନ୍ୟ ସେକ୍ଟରରେ ବି ଦୁଃଖ ସୁଖ ଲାଗି ରହିଛି । ସବୁ ପରିବାର ଭିତରେ ଝଡ ରହିଛି । ହେଲେ କୌଣସି ବ୍ୟକ୍ତିକୁ ଟାର୍ଗେଟ କରି ତାକୁ କମେଣ୍ଟ ଦେବା ବିଶ୍ଵାସ କରନ୍ତୁ ଏହା ଠିକ ନୁହେଁ । ମୁଁ ବିନମ୍ର ଅନୁରୋଧ କରୁଛି ଏହି ଘଟଣାରେ ମନ୍ତବ୍ୟ ଦେବା ବନ୍ଦ କରନ୍ତୁ ଆଉ ତାଙ୍କ ବ୍ୟକ୍ତିଗତ ଜୀବନରେ ତାଙ୍କୁ ବଞ୍ଚିବାକୁ ଦିଅନ୍ତୁ’ । 

Leave a Reply

Your email address will not be published. Required fields are marked *