‘ବଳରାମ ନାହିଁ ସିନା ଆମେ ଲକ୍ଷ୍ମୀର ବାପା ମା…’ ଆଜି ଶ୍ରୀମନ୍ଦିରୁ ଡେଇଁ ଜୀବନ ହାରିଥିବା କିନ୍ନର ବଳରାମଙ୍କ ଭଉଣୀ ବାହାଘର, ଏ ନେଇ କିନ୍ନର ଜଣକ ଯାହା କହୁଛନ୍ତି ଶୁଣିଲେ କରିବେ ପ୍ରଶଂସା…

ବନ୍ଧୁଗଣ ଗତ କିଛି ଦିନ ତଳେ ପୁରୀ ଜଗନ୍ନାଥ ମନ୍ଦିରରେ ଏପରି ଏକ ଘଟଣା ଘଟିଗଲା ଯାହା ବିଷୟରେ କେହି କେବେ କଳ୍ପନା ବି କରି ନଥିବେ । କିନ୍ନର ବଳରାମ ପୁରୀ ଗୁମଟ ଉପରୁ ଡେଇଁ ମୃତ୍ୟୁ ବରଣ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିଲା । ଏହା ପରେ କିନ୍ନର ବଳରାମଙ୍କ ଶବକୁ ହିନ୍ଦୁ ରୀତିନୀତିରେ ଶବ ସଂସ୍କାର କରାଗଲା । ବନ୍ଧୁଗଣ ବଳରାମ ଥିଲେ ଏକ ମାତ୍ର ରୋଜଗାର କ୍ଷମ ମଣିଷ ଯିଏ ନିଜ ପରିବାର ଚଳାଉ ଥିଲେ ।

ବନ୍ଧୁଗଣ ବଳରାମଙ୍କ ଜଣେ ଭଉଣୀ ଅଛନ୍ତି ଆଉ ବଳରାମଙ୍କର ଇଛା ଥିଲା ସେ ତାଙ୍କ ଭଉଣୀର ବାହାଘର ବହୁତ ଧୁମଧାମର ସହ କରିବେ । ତେବେ ବଳରାମଙ୍କ ସ୍ଵପ୍ନ ଏବେ ପୂରଣ ହୋଇଛି । ଦେବକୀ ନାମକ ଜଣେ କିନ୍ନର ନିଜ ସାଥି ମାନଙ୍କ ସହ ବଳରାମଙ୍କ ଭଉଣୀ ବିବାହ କରିଛନ୍ତି । ଦେବକୀ ପୁରୀ ଜିଲ୍ଲାର ମା ହିସାବରେ କାମ କରୁଛନ୍ତି । ବଳରାମ ଦେବକୀଙ୍କ ଝିଅ, ଚେଲା ଓ ବୋହୁ ଥିଲେ ।

ଦେବକୀ ଓ ତାଙ୍କ ସାଥି ମାନେ ବଳରାମଙ୍କ ଭଉଣୀ ବିବାହ ପାଇଁ କିଛି ଟଙ୍କା ଦେଇଛନ୍ତି । ଦେବକୀ ଏକ ମଙ୍ଗଳସୂତ୍ର ଦେଇଛନ୍ତି । ଦେବକୀଙ୍କ ମତରେ, ବଳରାମ ନୁହେଁ ଅନ୍ୟ ଚେଲା ମାନଙ୍କ ଭଉଣୀ ମଧ୍ୟ ତାଙ୍କର ଝିଅ ଅଟନ୍ତି । ତାଙ୍କର ଗୁରୁ ସ୍ଵିଟି ବଳରାମଙ୍କ ଭଉଣୀ ବିବାହ ପାଇଁ 21 ହଜାର ଟଙ୍କା ଦେଇଛନ୍ତି ।

15 ହଜାର ଟଙ୍କା ଦେଇ ସେମାନେ ମଙ୍ଗଳସୂତ୍ର ଆଣିଛନ୍ତି ଆଉ ଯାହା ଟଙ୍କା ରଖିଛନ୍ତି ସେମାନେ ବିବାହ ପାଇଁ ଦେବେ । କିନ୍ନର ଦେବକୀ ନିଜ ସାଥି ମାନଙ୍କ ସହ ପୁଅ ଘରକୁ ଯାଇ ବର ଭେଶ କରେଇଥିଲେ ଆଉ ସବୁ କଥା ବୁଝିଥିଲେ । ବନ୍ଧୁଗଣ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ବଳରାମଙ୍କ ଭଉଣୀଙ୍କ ବିବାହ କିନ୍ନର ସମାଜ ମାନେ ବହୁତ ସୁନ୍ଦର ଭାବରେ କରୁଛନ୍ତି । ବଳରାମଙ୍କର ଯାହା ସ୍ଵପ୍ନ ଥିଲା ସେହି ସ୍ଵପ୍ନ ଏବେ ଏହି କିନ୍ନର ସମାଜ ପୂରଣ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *