କିଛି ଏମିତି ଥିଲା Uttam Mohanty ଓ Aprajita ଙ୍କ ପ୍ରେମ କାହାଣୀ, ନିଜେ Uttam Mohanty କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏହି ସିନେମା ଜଗତରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ସିନେମା କରୁ କରୁ କିମ୍ବା କୌଣସି ଶୋ ରେ ଏକାଠି ଦେଖା ହେବା ପରେ ପ୍ରେମ ଆରମ୍ଭ ହୋଇ ଯାଇଥାଏ ତେବେ କିଛି ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗି ଯାଏ ଏବଂ କିଛି ସମ୍ପର୍କ ବିବାହ ପର୍ଯ୍ୟନ୍ତ ଯାଏ । ତେବେ କିଛି ବିବାହ ଅସଫଳ ମଧ୍ୟ ହୁଏ ଏବଂ କିଛି ବିବାହ ସଫଳ ମଧ୍ୟ ହୋଇଯାଏ । ତେବେ ସେହି ଭଳି ଏକ ସଫଳ ଏବଂ ଲୋକପ୍ରିୟ ଯୋଡି ହେଉଛି ଓଡ଼ିଆ ସିନେମା ଜଗତର ଉତ୍ତମ ମହାନ୍ତି ଏବଂ ଅପରାଜିତା ।

ତେବେ ଏହି ଯୋଡି ଓଲିଉଡ ଇଣ୍ଡଷ୍ଟ୍ରୀ ର ଏକ ହିଟ ଏବଂ ଲୋକପ୍ରିୟ ହେବା ସହ ଏକ ସଫଳ ଯୋଡି । ତେବେ ଆସନ୍ତୁ ଏହି ହିଟ ଯୋଡ଼ି ର ପ୍ରେମ କାହାଣୀ ବିଷୟରେ ଜାଣିନେବା ।
ତେବେ ଉତ୍ତମ ମହାନ୍ତି ନିଜର ଏକ ଇଣ୍ଟରଭିୟୁ ରେ ଯେତେବେଳେ ତାଙ୍କୁ ତାଙ୍କ ପ୍ରେମ କାହାଣୀ ଏବଂ ସେ ପ୍ରେମ ନିବେଦନ କିପରି କରିଥିଲେ ପ୍ରଶ୍ନ କରିବା ରୁ ସେ ଉତ୍ତର ରେ ଏହା କହିଥିଲେ କି ସେ ଏବଂ ଅଭିନେତ୍ରୀ ମହାଶ୍ୱେତା ଏକ ସିନେମା ପାଇଁ ସମ୍ବଲପୁର ଯାଇଥିଲେ ।

ତେବେ ମହାଶ୍ୱେତା ଙ୍କ ପିଇସି ଝିଅ ଭଉଣି ହେବେ ଅପରାଜିତା ତେବେ ସେ ମଧ୍ୟ ତାଙ୍କ ସହ ଆସିଥାନ୍ତି । ତେବେ ସେହି ପ୍ରଥମ ଦେଖା ରେ ହି ତାଙ୍କୁ ଅପରାଜିତା ବହୁତ ପସନ୍ଦ ଆସି ଯାଇଥିଲେ ଏବଂ ସେ କହିଥିଲେ କି ବାହା ହେବ ତ ଏମିତି ଝିଅକୁ । ତେବେ ପରବର୍ତ୍ତୀ ସମୟରେ ଦୁହେଁ ଏକାଠି ସିନେମା ମଧ୍ୟ କରିଲେ ଏବଂ ଦିନେ ଉତ୍ତମ ମହାନ୍ତି ଅପରାଜିତା ଙ୍କ ମାଆ ଙ୍କୁ ତାଙ୍କ ଝିଅ କୁ ସେ ପସନ୍ଦ କରନ୍ତି ଏବଂ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ ଏବଂ ଅପରାଜିତା ଙ୍କ ମାଆ ରାଜି ହୋଇଥିଲେ ଏବଂ ବିବାହ ହୋଇଥିଲା ।

ତେବେ ସେ ଏହା ମଧ୍ୟ କହିଥିଲେ ସେ ଅପରାଜିତା ଙ୍କୁ ପ୍ରଥମ ଉପହାର ଏକ ସୁନା ମୁଦି ଦେଇଥିଲେ ଯାହା ଦେଖି ଅପରାଜିତା ବହୁତ ଖୁସି ମଧ୍ୟ ହୋଇଥିଲେ । ତେବେ ଏହା ପରେ ସେମାନେ କୌଣସି ରୋମାଣ୍ଟିକ ଡିନର ହେଉ କିମ୍ବା ଅନ୍ୟ କିଛି ପାଳନ କରି ନାହାନ୍ତି ।

କେବଳ ସାଧାରଣ ସ୍ୱାମୀ ସ୍ତ୍ରୀ ଙ୍କ ଭଳି ରହିଛନ୍ତି ତେବେ ଉତ୍ତମ ମହାନ୍ତି ଏହା ମଧ୍ୟ କହିଛନ୍ତି କି ସେ ବହୁତ ଥର ନିଜ ହାତରେ ରୋଷେଇ କରି ଅପରାଜିତା ଙ୍କୁ ଦିଅନ୍ତି ଏବଂ ସେ ତାଙ୍କୁ ଘରେ ଟିକି ବୋଲି ଡାକନ୍ତି ଏବଂ ସେ ଉତ୍ତମ ବୋଲି ।

ତେବେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଏକାଠି ଅନେକ ସିନେମା କରିଛନ୍ତି ଯେପରି ଏଇ ତ ଦୁନିଆ, ଉଦଣ୍ଡି ସୀତା,କପାଳ ଲିଖନ,କଳା ମାଣିକ, ରଖିଲେ ଶିବ ମାରିବ କିଏ, ଜଗା ହାତରେ ପଘା, ଚକା ଭଉଁରୀ, ଆଦି ଅନେକ ସିନେମା ରେ ଦୁହେଁ ଏକାଠି ନଜର ଆସିଛନ୍ତି ତେବେ ଆଜି ବି ଏହି ଯୋଡି ଲୋକ ମାନଙ୍କ ର ପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *