Vastu Tips – ପର୍ସ ରେ ରଖନ୍ତୁ ଏହି ଜିନିଷ ହେବ ଧନର ବର୍ଷା

ଧନ ଓ ସମ୍ପତ୍ତି ପାଇବାର ଇଚ୍ଛା ତ ପ୍ରାୟ ସମସ୍ତଙ୍କର ରହିଥାଏ । ପ୍ରାୟ ସମସ୍ତେ ଚାହାଁନ୍ତି ଯେ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଉ । ଯଦି ଆପଣ ଧନ ଜନିତ ସମସ୍ୟାରେ ଚିନ୍ତିତ ଅଛନ୍ତି କି ଆପଣଙ୍କ ପର୍ସ ରେ ଟଙ୍କା ରହୁ ନାହିଁ ତେବେ ଆପଣ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ଆପଣଙ୍କ ପର୍ସ ରେ ରଖନ୍ତୁ । ତେବେ ଆପଣଙ୍କୁ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଆଜି ଆମେ ଜାଣିବା କଣ ସେହି ଜିନିଷ ଯାହାକୁ ଯଦି ଆପଣ ସୋମବାର ଦିନ ଆପଣ ନିଜ ପର୍ସ ରେ ରଖନ୍ତି ତେବେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ ।

୧. ରକ୍ଷା ସୂତା – ରକ୍ଷା ସୂତାରେ ୭ ଟି ଗଣ୍ଠି ପକାଇ ସୋମବାର ଦିନ ଶ୍ରୀ ଗଣେଶ ଭଗବାନଙ୍କ ସାମ୍ନା ରେ ରଖନ୍ତୁ ଓ ପୂଜା କରନ୍ତୁ , ଏହା ପରେ ସନ୍ଧ୍ୟା ସମୟରେ ତାହାକୁ ଆଣି ଆପଣଙ୍କ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଆବଶ୍ୟକତା ଅନୁସାରେ ଆପଣଙ୍କ ପାଖକୁ ଧନ ଆସିଥାଏ । କେବେ ବି ଧନ ସମ୍ପଦ ର ଅଭାବ ହୋଇ ନଥାଏ ।

୨. ଲାଲ ରଙ୍ଗର କାଗଜ

ଗୁରୁବାର ଦିନ ଆପଣ ଏକ ନାଲି ରଙ୍ଗର କାଗଜରେ ଓଁ ଲେଖି ତାହାକୁ ଆପଣ ନିଜ ପର୍ସ ରେ ରଖନ୍ତୁ । ଏହା ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟାକୁ ଦୂର କରିଥାଏ ।

୩. ଚାଉଳ

ଗୁରୁବାର ଦିନ ଅରୁଆ ଚାଉଳର ୭ ଟି ଦାନା ନିଅନ୍ତୁ ଓ ତାହାକୁ ଘରର ମନ୍ଦିରରେ ରଖନ୍ତୁ । ଏହାକୁ ଧୂପ ଓ ଦୀପ ରେ ପୂଜା କରନ୍ତୁ ଓ ତାହା ପରେ ସେହି ୭ ଟି ଚାଉଳକୁ ପର୍ସ ରେ ରଖନ୍ତୁ । ଆପଣ ଚାହିଁବେ ତ କୌଣସି କାଗଜରେ କିମ୍ବା କୌଣସି କପଡାରେ ବାନ୍ଧି କି ମଧ୍ୟ ଆପଣ ପର୍ସ ରେ ରଖି ପାରିବେ ।

୪. ଗଣେଶ ଭଗବାନଙ୍କ ଫଟୋ

ସୋମବାର ଦିନ ଯଦି ଆପଣ ଗଣେଶ ଭଗବାନଙ୍କ ଫଟୋ ଆପଣଙ୍କ ପର୍ସ ରେ ରଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ ।

୫. ରୁଦ୍ରାକ୍ଷ

ସୋମବାର ଦିନ ଯଦି ଆପଣ ଗୋଟିଏ ରୁଦ୍ରାକ୍ଷ ଆପଣଙ୍କ ପର୍ସ ରେ ରଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ । ଏବଂ ଏହା ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟାକୁ ଦୂର କରିଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *