ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ମାନସିକ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।
ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଉଚ୍ଚତା ଏକ ବହୁତ ବଡ଼ ସମସ୍ୟା ହୋଇଛି ମଣିଷ ପାଇଁ । ଅନେକ ଲୋକଙ୍କ ର ଉଚ୍ଚତା ଠିକ ସମୟ ରେ ବଢ଼ିପାରୁ ନାହିଁ ।
ଏହା ପାଇଁ ଅନେକ ଲୋକ ବହୁତ ମାନସିକ ଚିନ୍ତା ରେ ରହୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ଘରୋଇ ଉପଚାର ଵିଷୟ ରେ ଜଣାଇବୁ ଯାହା କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ର ଉଚ୍ଚତା ଖୁବ ଶୀଘ୍ର ବଢ଼ିପାରିବ । ତେବେ ଆସନ୍ତୁ ଜାଣିବା ସେହି ଵିଷୟରେ । ବନ୍ଧୁଗଣ ଏହି ଘରୋଇ ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆମକୁ ଆବଶ୍ୟକୀୟ ଜିନିଷ ଟି ହେଉଛି ଗୁଡ଼ ।
ଗୁଡ଼ ଆମକୁ ଅତି ସହଜ ରେ ଆମ ରୋଷେଇ ଘରେ କିମ୍ବା ପାଖ ତେଜରାତି ଦୋକାନ ରେ ମିଳିଯିବ । ଗୁଡ଼ ରେ ଏପରି କିଛି ଉପାଦାନ ରହିଥାଏ ଯାହା ଆମର ଉଚ୍ଚତା କୁ ବୃଦ୍ଧି କରିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଏହା ପରେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ଦ୍ଵିତୀୟ ଜିନିଷ ଟି ହେଉଛି କ୍ଷୀର । କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
କ୍ଷୀର ରୁ ଆମକୁ ଅନେକ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ । କ୍ଷୀର ଆମ ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ପ୍ରଥମେ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଓ ସେଥିରେ ଗୁଡ଼ କୁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ଏକ ଚାମଚ ସାହାଯ୍ୟ ରେ ମିଶାଇ ଦିଅନ୍ତୁ ।
ଏହାପରେ ଆମେ ଜାଣିବା ଏହାକୁ ଆମେ କିପରି ସେବନ କରିବା । ବନ୍ଧୁଗଣ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟ ରେ ଏହି ଗୁଡ଼ ମିଶା କ୍ଷୀର କୁ ସେବନ କରନ୍ତୁ । ଏହାକୁ ସମସ୍ତେ ସେବନ କରି ପାରିବେ । ଛୋଟ ପିଲା ହୁଅନ୍ତୁ କିମ୍ବା ବଡ଼ ପିଲା ସମସ୍ତେ ଏହାକୁ ସେବନ କରିପାରିବେ । ଏହା ଉଚ୍ଚତା ବଢ଼େଇବା ପାଇଁ ଆମକୁ ବହୁତ ସାହାଯ୍ୟ କରିଥାଏ । ଯେଉଁ ମାନଙ୍କର ବୟସ ବଢିଯାଇଛି କିନ୍ତୁ ଉଚ୍ଚତା ବଢି ପାରି ନାହିଁ ସେମାନେ ନିହାତି ଭାବରେ ଏହାକୁ ସେବନ କରିବା ଉଚିତ ।
ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର କୁ କ୍ୟାଲସିୟମ ପ୍ରଚୁର ପରିମାଣ ରେ ମିଳିବ । ଯାହା ଦ୍ୱାରା ଆପଣଙ୍କ ହାଡ଼ ଗୁଡିକ ମଧ୍ୟ ବୃଦ୍ଧି ଘଟିବ । ହାଡ଼ ବୃଦ୍ଧି ହେବା ଦ୍ୱାରା ଆପଣଙ୍କ ର ଉଚ୍ଚତା ମଧ୍ୟ ବଢିଯିବ । ଏହାକୁ ଆପଣ ଲଗାତାର ଭାବେ ୪୦ ଦିନ ସେବନ କରନ୍ତୁ । ଏହା ପରେ ଆପଣ ନିଜେ ଜାଣିପାରିବେ ଯେ ଆପଣଙ୍କ ର ଉଚ୍ଚତା ବଢିଯାଇଛି । ତେବେ ଯଦି ଆପଣଂକର ଉଚ୍ଚତା ଜନିତ ସମସ୍ୟା ଅଛି ତେବେ ଆପଣ ଏହାକୁ ନିହାତି ସେବନ କରନ୍ତୁ ।
ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ