ରିଅଲ ଲାଇଫ ରେ ନଣନ୍ଦ ଭାଉଜ ଅଟନ୍ତି TV ର ଏହି ଫେମସ Actresses

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ଦେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜର ଭୂମିକାକୁ ବହୁତ ସୁନ୍ଦର ରୂପେ ପଦର୍ଶନ କରିଥାନ୍ତି । ଏହି ଭୂମିକା ଗୁଡିକ ମଧ୍ୟରୁ ଦୁଇଟି ମୁଖ୍ୟ ଭୂମିକା ମଧ୍ୟ ରହିଛି ତାହା ହେଉଛି ନଣନ୍ଦ ଓ ଭାଉଜର ଭୂମିକା । ହେଲେ ଆପଣ ମାନେ କଣ ଜାଣିଛନ୍ତି ଟିଭିରେ ଅଭିନୟ କରୁଥିବା ଏହି ନଣନ୍ଦ ଓ ଭାଉଜଙ୍କ ଯୋଡି ମଧ୍ୟରେ କେତେଜଣ ତାଙ୍କ ରିଅଲ ଲାଇଫରେ ମଧ୍ୟ ନଣନ୍ଦ ଓ ଭାଉଜ ଅଟନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ରିଅଲ ଲାଇଫରେ ମଧ୍ୟ ନଣନ୍ଦ ଓ ଭାଉଜ ଅଟନ୍ତି । ତେବେ ବନ୍ଧୁଗଣ ଆଉ ଅଧିକ ଡେରି ନ କରି ଆସନ୍ତୁ ଜାଣିବା ଏହି ନଣନ୍ଦ ଭାଉଜ ଯୋଡି ବିଷୟରେ ।


ଦୀପିକା କକ୍କଡ ଓ ସବା ଇବ୍ରାହିମ- ‘ଶଶୁରାଲ ସୀମର କା’ର ମୁଖ୍ୟ ଅଭିନେତ୍ରୀ ଦୀପିକା ନିଜ କୋଷ୍ଟାର ସୋଏବ ଇବ୍ରାହିମଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଦୀପିକା ବହୁତ ଭାଗ୍ୟଶାଳୀ ଅଟନ୍ତି କାରଣ ତାଙ୍କୁ ଏକ ବହୁତ ଭଲ ସ୍ଵାମୀ ସହ ଏକ ବହୁତ ଭଲ ନଣନ୍ଦ ମଧ୍ୟ ମିଳିଛନ୍ତି, ଯାହାଙ୍କର ନାମ ହେଉଛି ସବା ଇବ୍ରାହିମ ।

ଏହି ଦୁଇଜଣ ନଣନ୍ଦ ଓ ଭାଉଜଙ୍କର ଯୋଡି ବହୁତ ଫେମସ ମଧ୍ୟ ହୋଇଛି । ଏହି ଦୁଇଜଣ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରନ୍ତି । ଏହି ଫଟୋ ମାଧ୍ୟମରେ ତାଙ୍କ ମଧ୍ୟରେ ଥିବା ପ୍ରେମକୁ ଆପଣ ମାନେ ଦେଖି ପାରିବେ ।


ସରଗୁନ ମେହେତା ଏବଂ ଚାରୁ- ବନ୍ଧୁଗଣ ଛୋଟ ପରଦାରୁ ବଡ ପରଦାରେ ଅଭିନୟ କରିବାର ସଫଳତା ପାଇଛନ୍ତି ସରଗୁନ । ସରଗୁନଙ୍କ ଭାଇ ଏହି କିଛି ଦିନ ହେବ ଫ୍ୟାସନ ଡିଜାଇନର ଚାରୁଙ୍କ ସହ ବିବାହ କରିଛନ୍ତି । ଚାରୁ ଓ ସରଗୁନଙ୍କ ମଧ୍ୟରେ ନଣନ୍ଦ ଓ ଭାଉଜର ସମ୍ପର୍କ ଅଛି । ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି । ଦୁଇଜଣଙ୍କୁ ବହୁତ ଇଭେଣ୍ଟ ଓ ପାର୍ଟିରେ ଏକା ସହ ଦେଖା ଯାଇଛି ।

ଡେଲନାଜ ଇରାନୀ ଓ ତନାଜ ଇରାନୀ- ଟିଭି ଇଣ୍ଡଷ୍ଟ୍ରିରେ ସବୁଠାରୁ ଫେମସ ନଣନ୍ଦ ଓ ଭାଉଜ ଯୋଡି ହେଉଛନ୍ତି ଡେଲନାଜ ଇରାନୀ ଏବଂ ତନାଜ ଇରାନୀ । ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରି ଛଡା ରିଅଲ ଲାଇଫରେ ମଧ୍ୟ ନଣନ୍ଦ ଓ ଭାଉଜ ଅଟନ୍ତି । ଏହି ଦୁଇଜଣ ଫିଲ୍ମରେ ମଧ୍ୟ ନଣନ୍ଦ ଓ ଭାଉଜର ଭୂମିକା ପଦର୍ଶନ କରିଛନ୍ତି । ଏହି ଦୁଇଜଣଙ୍କୁ ବହୁତ ଇଭେଣ୍ଟ ଓ ବିଗବସ୍ ରେ ମଧ୍ୟ ଦେଖା ଯାଇଛି । ଏହି ନଣନ୍ଦ ଓ ଭାଉଜର ଯୋଡିକୁ ବହୁତ ଲୋକ ପସନ୍ଦ ମଧ୍ୟ କରିଛନ୍ତି ।

ଦୃଷ୍ଟି ଧାମି ଓ ସୁହାସି ଧାମି- ଅଭିନେତ୍ରୀ ସୁହାସି ଧାମି , ଯିଏକି ବୋ ଅପନା ସା ରେ ମୁଖ୍ୟ ଭିକାରେ ଅଭିନୟ କରିଥିଲେ ତାଙ୍କର ବିବାହ ଦୃଷ୍ଟି ଧାମିଙ୍କ ଭାଇ ଜୟଶ୍ରୀ ଧାମୀଙ୍କ ସହିତ ହୋଇଛି । ସେହିପରି ମଧୁବାଲା ନାମରେ ଘରେ ଘରେ ପରିଚିତ ଦୃଷ୍ଟି ଧାମିଙ୍କର ନିରଜ ଖେମକାଙ୍କ ସହିତ ବିବାହ ହୋଇଛି । ସେମାନେ ସେମାନଙ୍କ ଫଟୋକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥାନ୍ତି । ଏହି ନଣନ୍ଦ ଓ ଭାଉଜଙ୍କ ଯୋଡି ରିଅଲ ଲାଇଫରେ ବହୁତ ସୁନ୍ଦର ଅଟେ । ସେମାନେ ସବୁବେଳେ ସାଥି ହୋଇ ବହୁତ ସମୟ ବିତାଇ ଥାନ୍ତି ।

ଏମିତି ହିଁ ଟିଭି ଦୁନିଆ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *