ଅକ୍ସିଜେନ ଲେଭଲ ଏକଦମ ତୁରନ୍ତ 95 ରୁ ଅଧିକ ହେଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଭୟଙ୍କର ରୂପ ନେଇ ସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଏହି ଭାଇରସରେ ସଂକ୍ରମଣ ହେବା ପରେ ରୋଗୀ ଜଣକ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଉଛି ଓ ଏହି ଭାଇରସଟି ରୋଗୀର ଫୁସଫୁସ ଉପରେ ଆକ୍ରମଣ କରୁଛି ଯାହାଫଳରେ ରୋଗୀକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅଧିକ ଅସୁବିଧା ହେଉଛି । 


ବନ୍ଧୁଗଣ ଆମକୁ ଆମ ଶରୀରର ଅମ୍ଳଜାନ ସ୍ତରକୁ ଅଧିକ କରି ରଖିବା ନିହାତି ଆବଶ୍ୟକ । ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଶରୀରର ଆକ୍ସିଜେନ ସ୍ତରକୁ ବଢାଇ ପାରିବେ ଓ ନିଜ ଫୁସଫୁସକୁ ସୁସ୍ଥ ରଖିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପାୟ ଗୁଡିକ ବିଷୟରେ । 


ବନ୍ଧୁଗଣ ଅମ୍ଳଜାନ ସ୍ତରକୁ ବଢେଇବା ପାଇଁ ଆପଣ ମାନେ ସର୍ବ ପ୍ରଥମେ ବେଡରେ ତିନୋଟି ତକିଆ ରଖନ୍ତୁ, ପ୍ରଥମ ତକିଆଟି ମୁଣ୍ଡ ତଳେ ରହିବ, ଦ୍ଵିତୀୟ ତକିଆ ପେଟ ତଳେ ଓ ତୃତୀୟ ତକିଆଟି ଗୋଡ ତଳେ ରହିବ । ଆପଣ ମାନଙ୍କୁ ନିଜ ପେଟ ବଳରେ ଶୋଇବାକୁ ହେବ । ବନ୍ଧୁଗଣ ଆପଣ ମାନେ କମ ସେ କମ ଏହିପରି ଅଧ ଘଣ୍ଟା ସୋଇ ପଡନ୍ତୁ । ଏହା ବହୁତ ଫଳଦାୟକ ଉପାୟ ଅଟେ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଶରୀରରେ ଆକ୍ସିଜେନ ସ୍ତର ବହୁତ ଶୀଘ୍ର ବଢିଯିବ । 

ବନ୍ଧୁଗଣ ଏହା ସହିତ ଆପଣ ମାନେ ସବୁଦିନ ସଖାଳ ସମୟରେ ଯୋଗ, ବାୟମ ଓ ବ୍ରେଥିଙ୍ଗ ଏକ୍ସସାଇଜ ନିଶ୍ଚୟ କରନ୍ତୁ । ଏହାଦ୍ବାରା ଆପଣଙ୍କ ଫୁସଫୁସ ମଝବୁତ ହୋଇଥାଏ ଓ କରୋନା ଭାଇରସ ଆପଣଙ୍କ ଫୁସଫୁସ ଉପରେ ଶୀଘ୍ର ଆକ୍ରମଣ କରିପାରେ ନାହିଁ । ଏହି ସବୁ ଉପାୟକୁ ଉଭୟ କରୋନା ଆକ୍ରାନ୍ତ ଲୋକ ଓ ସୁସ୍ଥ ଲୋକ ମାନେ କରିପାରିବେ । 

ବନ୍ଧୁଗଣ ଆମର ତୃତୀୟ ଉପାୟରେ ଆପଣ ପ୍ରଥମେ ଏକ ଗ୍ଯାସ ଚୁଲାରେ ଏକ ପାତ୍ର ବଶାନ୍ତୁ ଓ ଏଥିରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏଥିରେ ଆପଣ ଏକ ଚାମଚ ଜୁଆଣୀ ଓ ଏକ ଚାମଚ ହଳଦୀ ଗୁଣ୍ଡ ମିଶାନ୍ତୁ । କିଛି ସମୟ ଏହି ମିଶ୍ରଣକୁ ଗରମ କରିବା ପରେ ଆପଣ ଏହାର ବାମ୍ଫ ନିଜ ନାକ ଦ୍ଵାରା ନିଅନ୍ତୁ ।

ବନ୍ଧୁଗଣ ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଶରୀରର ଆକ୍ସିଜେନ ସ୍ତର ବହୁତ ଅଧିକ ବଢିଯିବ ଓ ଆପଣଙ୍କ ଫୁସଫୁସ ମଧ୍ୟ ମଝବୁତ ରହିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଉପଚାରର ପ୍ରୟୋଗ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *