ନମସ୍କାର ବନ୍ଧୁଗଣ ଆଜି ହେଉଛି ଅଗଷ୍ଟ ୧୫ ଅର୍ଥାତ ସ୍ୱାଧୀନତା ଦିବସ । ଏହି ଦିବସ ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ବହୁତ ଖାସ ଅଟେ । ତେବେ ଏହି ଦିନ ପ୍ରତ୍ୟେକ ଭାରତବାସୀ ଆମର ଜାତୀୟ ପତାକା କୁ ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରୁ ।
ଏହି ସ୍ୱାଧୀନତା ପାଇଁ ନିଜ ପ୍ରାଣ ର ବଳିଦାନ ଦେଇଥିବା ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେଇଥାଉ । ତେବେ ଏହି ପତାକା ପ୍ରତ୍ୟକ କୋର୍ଟ,ସ୍କୁଲ,କଲେଜ,ଅଫିସ ,ସରକାରୀ କାର୍ଯ୍ୟଳୟ ଆଦିର କୋଠାଉପରେ ଫର ଫର ହୋଇ ଉଡୁଥାଏ ଏହି ଜାତୀୟ ପତାକା,ତେବେ ଏହି ତ୍ରିରଙ୍ଗା ଯେତେ ବେଳେ ଉଡେ ପ୍ରତ୍ୟେକ ଭାରତୀୟ ଗର୍ବ ରେ ଭରିଯାଏ ଏବଂ ନିଜର ମୁଣ୍ଡ ଙ୍କୁ ତ୍ରିରଙ୍ଗା ଆଗରେ ନୁଆଇଁ ଦେଇଥାଏ ।
ପ୍ରତ୍ୟେକ ଭାରତୀୟ ଏହି ତ୍ରିରଙ୍ଗା କୁ ବହୁତ ସମ୍ମାନ ଦେଇଥାନ୍ତି କେବେବି ତାର ଅପମାନ କରନ୍ତି ନାହିଁ । ତେବେ ଏହି ତ୍ରିରଙ୍ଗା ର ସୃଷ୍ଟି କିପରି ଏବଂ ଏହାକୁ କିଏ ପ୍ରସ୍ତୁତ କରିଥିଲେ କଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିନେବା ସେହି ମହାନ ବ୍ୟକ୍ତିଙ୍କ ବିଷୟରେ ଯିଏ ଆମ ଜାତୀୟ ପତାକା ର ଡିଜାଇନ କରିଥିଲେ ।
ତେବେ ଜାତୀୟ ପତାକା ର ଡିଜାଇନ କରିଥିବା ମହାନ ବ୍ୟକ୍ତି ହେଉଛନ୍ତି ପିଙ୍ଗଳି ଭେଙ୍କୟା । ସେ ୧୮୭୬ ମସିହା ଜାନୁଆରୀ ୨ ତାରିଖରେ ଆନ୍ଧ୍ରପ୍ରଦେଶ ର ଏକ ଛୋଟ ଗାଁ ରେ ଜନ୍ମଗ୍ରହଣ କରିଥିଲେ । ସେ ୧୯ବର୍ଷ ବୟସରେ ବ୍ରିଟିଶ ସେନା ରେ ସାମିଲ ହୋଇଥିଲେ । କିନ୍ତୁ ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀ ଙ୍କ ସହିତ ସାକ୍ଷାତ କରିଥିଲେ ସେତେବେଳେ ନିଜ ଜୀଵନ ର ପଥ କୁ ପରିବର୍ତ୍ତନ କରି ସବୁଦିନ ପାଇଁ ଭାରତ ଆସି ଯାଇଥିଲେ । ପରେ ସେ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ସଂଗ୍ରାମ ରେ ଝାସ ଦେଇଥିଲେ ।
ପିଙ୍ଗଳି ଜଣେ ଭାଷା ବିଶାରଦ ଏବଂ ଜଣେ ଲେଖକ ମଧ୍ୟ । ୧୯୧୩ ରେ ସେ ଜାପାନୀ ଭାଷା ରେ ଏକ ଭାଷଣ ଦେଇଥିଲେ । ତାଙ୍କର ଏହି ବିଶେଷ ଗୁଣ ପାଇଁ ସେ ଅନେକ ନାମ ରେ ପରିଚିତ ଥିଲେ । କିଏ ସଲମନ-ଜାପାନ ଭେଙ୍କୟା, ପଟି ଭେଙ୍କୟା,ଝଣ୍ଡା ଭେଙ୍କୟା । ସେ ୩୦ ଟି ଦେଶ ର ଅନୁଧ୍ୟାନ ପରେ ଭାରତର ଜାତୀୟ ପତାକା ର ଡିଜାଇନ କରିଥିଲେ ସେ ୧୯୧୬ ରୁ ୧୯୨୧ ପର୍ଯ୍ୟନ୍ତ ଗବେଷଣା କରିଥିଲେ ।
ସେ ତ୍ରିରଙ୍ଗା ପତାକା ର ରଙ୍ଗ ଥିଲା ଲାଲ ଯାହା ହିନ୍ଦୁ ମାନଙ୍କ ର ପ୍ରତୀକ ସବୁଜ ଯାହା ମୁସଲିମ ମାନଙ୍କ ର ପ୍ରତୀକ ଏବଂ ଧଳା ଅନ୍ୟ ସବୁ ଜାତିର ପ୍ରତୀକ ଏହା ସହ ମଝିରେ ଚରଖା ଥିଲା ।୧୯୨୧ ମସିହାରେ ମହାତ୍ମା ଗାନ୍ଧୀ କଂଗ୍ରେସ ର ବିଜୟବାଡା ଅଧିବେଶନ ରେ ଏହି ତ୍ରିରଙ୍ଗା କୁ ଜାତୀୟ ପତାକା ଭାବେ ମଞ୍ଜୁରୀ ଦେଇଥିଲେ । ତେବେ ୧୯୩୧ ମସିହାରେ ଏହାକୁ ଜାତୀୟ ପତାକା କରିବାର ପ୍ରସ୍ତାବ ପଡିଥିଲା ।
ତେବେ ଏଥିରେ କିଛି ସଂଶୋଧନ ମଧ୍ୟ ହୋଇଥିଲା ନାଲି ରଙ୍ଗ ବଦଳ ରେ ନାରଙ୍ଗୀ ରଙ୍ଗ ଏବଂ ଚରଖା ବଦଳରେ ଅଶୋକ ଚକ୍ର ରହିଲା ଏବଂ ଏହାର ଅର୍ଥ ମଧ୍ୟ ବଦଳି ଗଲା । ୧୯୪୭ ଜୁଲାଇ ୨୨ ରେ ଏହାକୁ ଜାତୀୟ ପତାକା ଭାବେ ମାନ୍ୟତା ପ୍ରଦାନ କରାଗଲା । ପିଙ୍ଗଳି ୧୯୬୩ ମସିହାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ପରେ ଲୋକମାନେ ତାଙ୍କୁ ଭୁଲି ଯାଇଥିଲେ ତେବେ ୨୦୦୯ ରେ ତାଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ କରାଯାଇଥିଲା ।