ରାଶିଫଳ 26 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସମ୍ପୂର୍ଣ ଚେଷ୍ଟା ମଧ୍ୟ କରିବେ । ଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ ।
କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ 26 ଜୁଲାଇ 2020 ।
ମେଷ
ଆଜି ଆପଣ ଭଲ ଲାଭ ମେୟ ପାରିବେ । ବନ୍ଧୁଙ୍କ ପାଇଁ ଖର୍ଚ କରିବାର ସମ୍ଭାବନା ଅଛି । ମନରେ ବ୍ୟସ୍ତତା ରହିବ । ଆପଣଙ୍କର ଅଟକି ଥିବା ଟଙ୍କା ମଧ୍ୟ ଆପଣଙ୍କୁ ଫେରସ୍ତ ମିଳିପାରେ । ଆପଣଙ୍କ ରୋଜଗାରରେ ବୃଦ୍ଧି ହେବ । ପାର୍ଟନରଙ୍କ ଠାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ମିଳିବ । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଆପଣ ଆପଣଙ୍କର ବିଗିଡି ଯାଇ ଥିବା କାରୋବାର ସଠିକ ଭାବରେ ଏକାଠି କରନ୍ତୁ । ନିବେଶ କରିବା ପୂର୍ବରୁ କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ ।
ବୃଷ
ଆଜି କୌଣସି ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ । ଅଧୟନରେ ଆଗ୍ରହ ରହିବ । ନିଜ ସାଙ୍ଗ, ସମ୍ପର୍କୀୟ ଏବଂ ଭାଇ ଭଉଣୀଙ୍କ ସହିତ ଆପଣ ବହୁତ ମଜା କରି ପାରନ୍ତି । ଆପଣଙ୍କ ସାମନାରେ ବୃତ୍ତିଗତ ସ୍ତରରେ ନିଜର ଲକ୍ଷ୍ୟ ପୂରଣ କରିବାର ଚାପ ରହିବ ଏବଂ ଆପଣ ଆପଣଙ୍କ ମାଲିକଙ୍କ ଆଶା ପୂରଣ କରିବେ । ସମାଜରେ ମାନ ସଂମ୍ମାନ ରହିବ । ଘର ପରିବାର ସହିତ ଭଲ ସମୟ ଅତିବାହିତ ହେବ । ଆପଣଙ୍କ ମନରେ ବହୁତ ସାରା ଚିନ୍ତାଧାରା ସୃଷ୍ଟି ହୋଇ ପାରେ । ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତ ରହିବେ ।
ମିଥୁନ
ଆଜି ଆପଣଙ୍କୁ ଅଟକି ଥିବା ଧନ ମିଳିବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସମ୍ପୂର୍ଣ ଚେଷ୍ଟା ମଧ୍ୟ କରିବେ ଏବଂ ସଫଳ ମଧ୍ୟ ହୋଇ ଯିବେ । ମନରେ ସ୍ଥିରତା ରହିବ । କୌଣସି ବି ପ୍ରକାରର ଶାରୀରିକ ଚ୍ୟାଲେଞ୍ଜର ସାମନା କରିବା ବେଳେ ଏକା କାମ କରନ୍ତୁ ଏବନଗ ସାବଧାନ ରୁହନ୍ତୁ । କିଛି ଅଟକି ଥିବା କାମ ଠିକ ସମୟରେ ପୁରା ହୋଇଯିବ । ଜୀବନସାଥୀଙ୍କ ଠାରୁ ସଂମ୍ମାନ ମିଳିବ, ଯଦି ସମ୍ଭବ ତାହେଲେ ଆପଣ ତାଙ୍କର ଅଭିଳାଷ ପୁରା କରନ୍ତୁ । ପରିବାରର ଜଣେ ସଦସ୍ୟଙ୍କ ବିଷୟରେ କୌଣସି ଭଲ ଖବର ମିଳିବ ।
କର୍କଟ
ଆଜି ଆପଣଙ୍କର ପାରିବାରିକ ବାତାବରଣ ଭଲ ରହିବ । ଆପଣଙ୍କୁ ଅଫିସରେ ନିଜ ସହକର୍ମୀଙ୍କ ସହଯୋଗ ମିଳିବ । ଆଜିର ଦିନ ଜୀବନରେ ଗୁରୁତ୍ଵପୂର୍ଣ ଜିନିଷର ଯୋଜନା କରିବା ଏବଂ ସ୍ଥିର କରିବା ପାଇଁ ଭଲ ହେବ, ଖାସକରି ଯୁବତୀ ମାନଙ୍କ ପାଇଁ । ଜୀବନସାଥୀଙ୍କ ସହିତ ଆଜି ଆପଣ ଭବିଷ୍ୟତ ବିଷୟରେ ଯୋଜନା କରିବେ । ଧାର୍ମିକ ଗତିବିଧିରେ ମନ ରହିବ । କୌଣସି କାମରେ ବାଧାର ସାମନା କରିବାକୁ ପଡିପାରେ ।
ସିଂହ
ଆଜି ଆପଣ ନିରାଶାବାଦୀ ମାନସିକତା ଉପରେ କାବୁ କରିବା ପାଇଁ ଚେଷ୍ଟା କରିବେ । ଆପଣ ଏଥିରେ ସଫଳ ହୋଇ ଯିବେ । ସ୍ଥିତି ଆପଣଙ୍କ ପାଇଁ ଭଲ ରହିପାରେ । ବ୍ୟବସାୟୀଙ୍କ ପାଇଁ ଏକ ବ୍ୟସ୍ତ ଏବଂ ଲାଭଦାୟକ ଦିନ ହେବ ଏବଂ ସଂଯୁକ୍ତ ବ୍ୟବସାୟରେ ଆପଣ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ଯୋଜନା କରିବେ । କାହାକୁ ଧାର ଦେବା ସମୟରେ ସାବଧାନ ରୁହନ୍ତୁ । ଧାର ନକରିବା ଆପଣଙ୍କ ପାଇଁ ଭଲ ହେବ । ସ୍ଵାସ୍ଥ ପ୍ରତି ଜମା ହେଲେ ବି ଦାୟିତ୍ଵହୀନ ହୁଅନ୍ତୁ ନାହିଁ । ଆପଣଙ୍କ କାମର ପ୍ରଶଂସା ହୋଇ ପାରେ ।
କନ୍ୟା
ଏହି ରାଶିର ଛାତ୍ର ମାନଙ୍କର ଆଜି ପାଠ ପଢାରେ ମନ ଲାଗିବ । ଆପଣ ଧୀରେ ଧୀରେ ଆପଣଙ୍କ ସଙ୍ଗୀତ ଏବଂ ସୌଦର୍ଯ୍ୟକୁ ଫେରିବେ । ଆପଣଙ୍କର ଅଧିକାଂଶ ଭାବିଥିବା ପୁରୁଣା କାମ ପୁରା ହୋଇ ପାରେ । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ । କିନ୍ତୁ ଆପଣ ନିଜକୁ ବହୁତ ଏକା ଅନୁଭବ କରିବେ । ବ୍ୟବସାୟରେ ବାଧା ଆସିବ । ପ୍ରତିଯୋଗୀ ମାନଙ୍କ ସହିତ ବିବାଦ ହୋଇ ପାରେ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ଅଧିକ ରହିବ । ଭାବନାତ୍ମକ ସମ୍ପର୍କ ଦ୍ଵାରା ଆପଣ ନରମ ହୋଇ ଯିବେ ।
ତୁଳା
ଆଜି ଆପଣ ଆପଣଙ୍କ ମଧୁର କଥାରେ ଲୋକଙ୍କ ମନରେ ନିଜର ସକାରାତ୍ମକ ଚିହ୍ନ ଛାଡି ପାରିବେ । ଆପଣଙ୍କ ବିନମ୍ର ସ୍ଵଭାବ ପ୍ରଶଂସନୀୟ ହେବ । ଆପଣଙ୍କ ଖର୍ଚ ସଞ୍ଚୟକୁ ବିଗାଡି ଦେଇ ପାରେ ଏବଂ କୌଣସି ଯୋଜନା ଅଧାରେ ଅଟକି ପାରେ । ସମ୍ପର୍କ ପ୍ରତି ତ୍ୟାଗ ଦ୍ଵାରା ହିଁ ମଧୁରତା ଆସିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଘର ପରିବାରରେ ଖୁସିର ବାତାବରଣ ରହିବ । ବେପାର କରୁଥିବା ଲୋକଙ୍କୁ ବେପାର କ୍ଷେତ୍ରରେ ବହୁତ ବଡ ଲାଭ ମିଳିପାରେ ।
ବିଛା
ଆଜି ଯଦି କାହା ପାଖରେ ପ୍ରେମ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ ସଫଳତା ମିଳିବାର ଅଧିକ ସମ୍ଭାବନା ଅଛି । କିନ୍ତୁ ମନେ ରଖନ୍ତୁ ବ୍ୟସ୍ତ ହୋଇ କରୁଥିବା କାମ ବିଗିଡି ଯାଇ ପାରେ । ବ୍ୟକ୍ତିଗତ ଅସୁବିଧାରେ ଜଣେ ବୃଦ୍ଧ ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆପଣ ତାଙ୍କର ଆଶୀର୍ବାଦ ପାଇ ପାରିବେ । ଆଖପାଖ ଲୋକଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିବ । ଆପଣଙ୍କୁ ବାପା ମାଆଙ୍କର ଆଶୀର୍ବାଦ ମଧ୍ୟ ମିଳିବ ।
ଧନୁ
ଆଜି ନିଷ୍ପତ୍ତି ନ ନେବାର ପରିଣାମ ସ୍ୱରୂପ ନୂଆ କାମର ଆରମ୍ଭ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ନାହିଁ । ଆପଣଙ୍କ ଧ୍ୟାନ ଆପଣ ନିଜର ଗୁରୁତ୍ଵପୂର୍ଣ କାମ ଉପରେ ହିଁ ରଖନ୍ତୁ । ଥଟା ମଜାରେ କୁହାଯାଇ ଥିବା କଥାରେ କାହା ଉପରେ ସନ୍ଦେହ କରନ୍ତୁ ନାହିଁ । ଯଦି ଆପଣ ଅଫିସରେ ଅତିରିକ୍ତ ସମୟ ଲଗାଇବେ ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିପାରେ । କୌଣସି ଖାସ ମିଟିଙ୍ଗ ହୋଇ ପାରେ । କାମର ବୋଝ ଆଗ ଅପେକ୍ଷା କିଛି କମ ହୋଇ ପାରେ ।
ମକର
ଏହି ରାଶି ପାଇଁ ଆଜିର ଦିନ ଶୁଭ ରହିବ । ଅନେକ ଲୋକ ଆପଣଙ୍କର ପ୍ରଶଂସା କରି ପାରନ୍ତି । ମାନସିକ ଚାପ ରହିବା ପରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜକୁ ନୂଆ ରୋମାଞ୍ଚକାର ଅବସ୍ଥାରେ ପାଇବେ ଯାହା ଆପଣଙ୍କୁ ଆର୍ଥିକ ଲାଭ ଦେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣଙ୍କୁ କିଛି ଅତିରିକ୍ତ ଦାୟିତ୍ଵ ମଧ୍ୟ ଆଜି ମିଳିପାରେ । ଯଦି ଜୀବନ ଗଠନ ଉପରେ ଧ୍ୟାନ ଦେବେ ତାହେଲେ ସ୍ଵପ୍ନକୁ ପୂରଣ କରାଯାଇ ପାରିବ ।
କୁମ୍ଭ
ଏହି ରାଶିର ଲୋକ ଆଜି ନିଜର ବ୍ୟବହାରକୁ ସକାରାତ୍ମକ ରଖିବେ । ବହୁତ ଶୀଘ୍ର ସଫଳତାର ଦ୍ଵାର ଖୋଲିବ । ଉଚିତ ପରାମର୍ଶ ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କ ଦୃଷ୍ଟି ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ । ମନ କିଛି କଥାକୁ ନେଇ ଚିନ୍ତିତ ରହିପାରେ । ଆଜି ଜୀବନସାଥୀ ଆପଣଙ୍କର ବହୁତ ପ୍ରଶଂସା କରିବେ । ଏହାଦ୍ୱାରା ଆପଣ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବ । ସନ୍ଧ୍ୟାରେ ଘରକୁ ଅତିଥି ଆସିବା ଦ୍ଵାରା ଘରର ବାତାବରଣ ଖୁସି ରହିବ ।
ମୀନ
ଆଜି ଯଦି ଆପଣ ସମ୍ପର୍କରେ ଔପଚାରିକତା ରଖନ୍ତୁ ନହେଲେ ମତଭେଦ ହେବାର ସମ୍ଭାବନା ଅଛି । ନିଜର ସମୟ ଏବଂ ଚେଷ୍ଟା ସେହି ଜିନିଷରେ ଲଗାନ୍ତୁ ଯାହାକୁ ଆପଣ ମାନୁଛନ୍ତି ଏବଂ ସର୍ବଶ୍ରେଷ୍ଠ କରନ୍ତି । ବନ୍ଧୁଙ୍କ ଠାରୁ ସାନଧାନ ରହିବାର ଆବଶ୍ୟକତା ଅଛି । ଜୀବନସାଥିଙ୍କ ସହଯୋଗ ମିଳିବ । ସାଥି ମାନଙ୍କ ସହିତ ଭଲ ଭାବରେ ସମୟ ଅତିବାହିତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ମନ ହେବ । ଯଦି ଆପଣ କଳା କ୍ଷେତ୍ରରେ ଯୋଡି ହୋଇଛନ୍ତି ତାହେଲେ ଆପଣଙ୍କ ପ୍ରଗତିର ଅନେକ ନୂଆତନ ରାସ୍ତା ଖୋଲା ଦେଖାଯିବ ।