ରିୟା, କଙ୍ଗନା ଓ ଜିୟା ଖାନଙ୍କ ସହ ମହେଶ ଭଟ୍ଟଙ୍କ କଳା କାରନାମା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡର ଲୋକପ୍ରିୟ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ତ ଆପଣ ମାନେ ଜାଣିଥିବେ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଏମିତି କିଛି ରହସ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଶାନ୍ତ ନେପୋଟିଜିମ ପାଇଁ ଆତ୍ମହତ୍ୟା କରିଥିଲେ । ଯାହା ଫଳରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ସେଲିବ୍ରେଟି ମାନଙ୍କୁ ଏକ୍ସପୋଜ କରିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ତାଙ୍କର କିଛି ରହସ୍ୟମୟ ଭିଡିଓ ଭାଇରାଲ କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ମହେଶ ଭଟ୍ଟଙ୍କ ବିଷୟରେ କିଛି ଏମିତି କଥା କହିବୁ ଯାହା ବିଷୟରେ ଆପଣ ଜାଣି ନଥିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସେହି ଭିଡିଓରେ ଜିୟା ଖାନଙ୍କ ସହ ମହେଶ ଭଟ୍ଟ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ।


ଏଥିରୁ ଏହା ଜଣା ପଡିଯାଇଛି ଯେ, ରିୟା ଓ କଙ୍ଗନାଙ୍କ ଛଡା ମହେଶ ଭଟ୍ଟ ଜିୟା ଖାନଙ୍କ ସହ ମଧ୍ୟ ରିଲେସନରେ ଥିଲେ । ସୁଶାନ୍ତ ଯେତେବେଳେ ରିୟାଙ୍କ ସହ ରିଲେସନରେ ଥିଲେ ସେତେବେଳେ ରିୟାଙ୍କ ସହ ମହେଶ ଭଟ୍ଟଙ୍କ ଅଫେୟାର ଚାଲିଥିଲା । ଏଥିପାଇଁ ସୁଶାନ୍ତ ବହୁତ ଚିନ୍ତାଗ୍ରସ୍ତ ଥିଲେ ।

ସୁଶାନ୍ତ ଅଧିକ ଚିନ୍ତା କରିବାରୁ ମହେଶ ରିୟାଙ୍କୁ ଏହା ମଧ୍ୟ କଥିଲେ ଯେ, ସୁଶାନ୍ତ ଡିପ୍ରେସନରେ ଯାଉଥିବାର ଦେଖାଯାଉଛି । ତମେ ସୁଶାନ୍ତଙ୍କ ଠାରୁ ଦୂରେଇ ରୁହ । ରିୟା ନିଜର ବହୁତ ବୟାନରେ କହିଛନ୍ତି ଯେ, ମହେଶ ଚାହୁଁ ନଥିଲେ ସେ ସୁଶାନ୍ତଙ୍କ ସହ ରିଲେସନରେ ରୁହନ୍ତୁ । ଅନ୍ୟ ପକ୍ଷରେ ଜିୟା ଖାନଙ୍କ କଥା କହିଲେ, ଜିୟା ବହୁତ ସଂଘର୍ଷ କରି ବଲିଉଡରେ ସଫଳତା ହାସଲ କରିଥିଲେ । ଶେଷରେ ସେ ମଧ୍ୟ ସୁସାଇଡ କରିଥିଲେ । ତାଙ୍କ ସୁସାଇଡ ପଛରେ ଥିବା ଅସଲ କାରଣ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ।

ମହେଶ ଭଟ୍ଟ ନିଜ କଲେଜ ସମୟରେ ଲରିୟାନ ବ୍ରାଇଟ ନାମକ ଏକ ଝିଅକୁ ପ୍ରେମ କରିଥିଲେ । ଏହା ପରେ ମହେଶ ସେହି ଝିଅ ସହ ବିବାହ କରିଥିଲେ, ବିବାହ କରିବା ପରେ ମହେଶ ସେହି ମହିଳାଙ୍କ ନାମ କିରନ ରଖିଲେ । ଏହାପରେ ମହେଶଙ୍କର ଦୁଇଟି ପିଲା ଜନ୍ମ ହେଲା । ସେମାନେ ଥିଲେ ପୂଜା ଭଟ୍ଟ ଓ ରାହୁଲ ଭଟ୍ଟ । ହେଲେ ବିବାହ ପରେ ମଧ୍ୟ ମହେଶ ସୁଧୁରି ନଥିଲେ । ଏହାପରେ ମହେଶ ବହୁତ ଅଭିନେତ୍ରୀଙ୍କ ସହ ଅଫେୟାର ରଖିଲେ, ଯାହାଫଳରେ ତାଙ୍କ ପତ୍ନୀ କିରନ ମହେଶଙ୍କୁ ଡିଭୋର୍ସ ଦେଇଥିଲେ ।

୧୯୮୭ ମସିହାରେ ମହେଶ ପରିବିନ ବବିଙ୍କ ମଧ୍ୟରେ ଥିବା ଅଫେୟାର ବହୁତ ଚର୍ଚାରେ ଥିଲା । ଖବର ଅନୁସାରେ ଜଣା ପଡିଥିଲା ମହେଶଙ୍କ ସହ ରିଲେସନରେ ଥିବା ସମୟରେ ପରିବିନ ବହୁତ ଡିପ୍ରେସନରେ ଆସିଯାଇଥିଲେ, ସେହି ସମୟରେ ମହେଶ ପରିବିନଙ୍କ ଠାରୁ ବୋର ହୋଇ ତାଙ୍କୁ ଛାଡି ଦେଇଥିଲେ । ଏହା ପରେ ମହେଶ ସୋନି ରାଜଦାନଙ୍କ ସହ ରହିଥିଲେ । ଏମାନଙ୍କର ଦୁଇଟି ଝିଅ ମଧ୍ୟ ଜନ୍ମ ହେଲେ । ସେମାନେ ହେଉଛନ୍ତି ଆଲିଆ ଭଟ୍ଟ ଓ ସାହିନ ଭଟ୍ଟ । ମହେଶ ଭଟ୍ଟଙ୍କ ଚରିତ୍ର ବିଷୟରେ ଆପଣ ମାନେ ଜାଣିପାରୁଥିବେ । ସୁଶାନ୍ତ ଡିପ୍ରେସନରେ ଆତ୍ମହତ୍ୟା କରିଥିଲେ । ହେଲେ ଏଥିପାଇଁ କିଛି ଭୂମିକା ମହେଶଙ୍କର ମଧ୍ୟ ରହିଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *