ମରିଗଲେ ବି ଏହି 3 ଟି କଥା କାହାକୁ ବି କହିବେ ନାହିଁ- Chanakya Niti

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକଙ୍କ ଜୀବନରେ ଉଭୟ ଛୋଟ ବଡ ଘଟଣା ହେଉଥାଏ । ହେଲେ ବନ୍ଧୁଗଣ ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ବହୁତ କିଛି କଥା ବିଷୟରେ କହିଛନ୍ତି ଯାହାକୁ ମାନିଲେ ମଣିଷ ନିଜ ଜୀବନରେ ବହୁତ ସୁଖମୟ ଜୀବନ ଅତିବାହିତ କରିପାରିବ । ଠିକ ସେହିପରି ବନ୍ଧୁଗଣ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଏପରି କିଛି କଥା ବିଷୟରେ କହିଛନ୍ତି ଯାହାକୁ ମଣିଷ କେବେହେଲେ କାହାକୁ କହିବା ଉଚିତ ନୁହେଁ, ସବୁବେଳେ ସେହି କଥାକୁ ଗୋପନୀୟ ରଖିବା ଉଚିତ ।

ଏହି ସମସ୍ତ କଥାକୁ କହିବା ଦ୍ଵାରା ମଣିଷ ନିଜ ଜୀବନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ କଥା ବିଷୟରେ ।


୧. ବନ୍ଧୁଗଣ ଆମ ଜୀବନରେ ଏପରି କିଛି ପରିସ୍ଥିତି ଆସିଥାଏ ଯେଉଁଠି ଆମକୁ ଅପମାନ ହେବାକୁ ପଡିଥାଏ ବା ଆମ ଉପରେ ଲୋକମାନେ ହସି ଥାନ୍ତି । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ନିଜ ଅପମାନ ଜନିତ କଥା ବିଷୟରେ କେବେହେଲେ କୌଣସି ଲୋକକୁ କହିବେ ନାହିଁ । କାରଣ ଏହି ସମସ୍ତ କଥା ବିଷୟରେ ଯଦି ଆପଣ ଅନ୍ୟ ଲୋକ ମାନଙ୍କୁ କହିବେ ତା ହଲେ ସେହି ଲୋକ ମଧ୍ୟ ଆପଣଙ୍କ ଉପରେ ନିଶ୍ଚୟ ହସିବ । ଜୀବନରେ ସମସ୍ତଙ୍କ ସହ ସକାରାତ୍ମକ କଥା ସେୟାର କରିବା ଉଚିତ ।

୨. ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ କୌଣସି ବିସୃଅଙ୍ଖଳା ବା କଳହ ଆଦି ସାମସ୍ୟା ହେଉଛି ତା ହେଲେ ଏହି ସମ୍ବନ୍ଧିତ କୌଣସି କଥା ଅନ୍ୟ ଲୋକ ମାନଙ୍କୁ କୁହନ୍ତୁ ନାହିଁ । ଏହା ବ୍ଯତୀତ ନିଜ ପତ୍ନୀର ଚରିତ୍ର ବିଷୟରେ ମଧ୍ୟ ଅନ୍ୟ କୌଣସି ଲୋକଙ୍କୁ କୁହନ୍ତୁ ନାହିଁ । ଯଦି ଘର କଥା ବିଷୟରେ ଅନ୍ୟ କୌଣସି ଲୋକ ଜାଣିଥାଏ ତା ହେଲେ ସେ ଆପଣଙ୍କ ଘରେ କଳହ କରିବାର ଚେଷ୍ଟା କରିଥାଏ । କାରଣ ଅଧିକାଂଶ ଲୋକ ମାନଙ୍କୁ ଅନ୍ୟ ଘର ଭାଙ୍ଗିବା ପାଇଁ ବହୁତ ଭଲ ଲାଗିଥାଏ । ତେଣୁ ବନ୍ଧୁଗଣ ନିଜ ସଦସ୍ୟ ମାନଙ୍କର କୌଣସି କଥା ଅନ୍ୟ ଲୋକଙ୍କୁ କୁହନ୍ତୁ ନାହିଁ ।


୩. ବନ୍ଧୁଗଣ ନିଜ କଷ୍ଟ ବା ଦୁଃଖ ବିଷୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ କହିବେ ନାହିଁ । ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ମତରେ ମନର ଦୁଃଖ ବିଷୟରେ କୌଣସି ଲୋକକୁ କହିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ଆପଣଙ୍କ ମନରେ ଥିବା ଦୁଃଖ ଆହୁରି ଅଧିକ ବଢିଥାଏ । ତେଣୁ ବନ୍ଧୁଗଣ ନିଜ ମନର ଦୁଃଖ ବିଷୟରେ ଅନ୍ୟ କୌଣସି ଲୋକଙ୍କୁ କୁହନ୍ତୁ ନାହିଁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *