Odia Puzzle- ତିନି ଅକ୍ଷର ମୋହର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, କୁହନ୍ତୁ ଏହାର ଉତ୍ତର କଣ ? କେବଳ ବୁଦ୍ଧିମାନ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ, ତଥାପି କାନ୍ଦେନି, କୁହ ସେ କିଏ ?

ଉତ୍ତର- ବେଲୁନ ହେଉଛି ଏହାର ସଠିକ ଉତ୍ତର ।

୨. ଗରମ ପାଇଲେ ଆକାଶେ ଉଡେ, ଶୀତଳ ପାଇଲେ ତଳକୁ ପଡେ, ଏହାର ଉତ୍ତର କଣ ?

ଉତ୍ତର- ବାଷ୍ପ ଯାହାକି ଗରମ ପାଇଲେ ଆକାଶେ ଉଡେ ଓ ଶୀତଳ ପାଇଲେ ତଳକୁ ପଡେ ।

୩. ଗୋଟିଏ ଘର ବାର ଦୁଆର ତିନି ଲୋକ ସେଠି ଚଳ ପ୍ରଚଳ, ଏହାର ଉତ୍ତର କଣ ?

ଉତ୍ତର- ଘଣ୍ଟାରେ ୧୨ଟି ନମ୍ବର ରହୁଛି ଆଉ ତିନୋଟି କଣ୍ଟା ତଥା ଘଣ୍ଟା କଣ୍ଟା, ମିନିଟ କଣ୍ଟା ଓ ସେକେଣ୍ଡ କଣ୍ଟା ଚଳ ପ୍ରଚଳ କରିଥାଏ ।

୪. ତୁ ଥିବି ଡାଲେ ମୁଁ ଥିବି ଜଳେ, ଭେଟା ଭେଟି ହେବା ରୋଷେଇ ଶାଳେ, ଏହାର ଉତ୍ତର କଣ ?

ଉତ୍ତର- ଆମ୍ବ ଆଉ ମାଛ । ଆମ୍ବ ଥାଏ ଡାଳରେ ଆଉ ମାଛ ଥାଏ ଜଳରେ ଉଭୟକୁ ରୋଷେଇ ଶାଳେ ଅଣା ଯାଇଥାଏ ।

୫. ସରଗରୁ ଆସିଲେ ଭାଇ ଭଉଣୀ, ଚୋବେଇ ଗଲେ ବିରି ଗହୁଣି, ଏହାର ଉତ୍ତର କଣ ?

ଉତ୍ତର- ଚକି ଶିଳ ଦ୍ଵାରା ବିରି ଗହୁଣି ପେସା ଯାଇଥାଏ ।

୬. ଚାରିଟି ଅକ୍ଷରେ ନାମ ମୋହର, ଚାରିଟି ଅକ୍ଷରେ ହର୍ଷଇ କାର, କହିଲ ଦେଖି ନାମ କଣ ?

ଉତ୍ତର- ଝିଟିପିଟି

୭. ତୁ ଯେତେ ହଲଉଛୁ ହଲା, ମୁଁ ତଳେ ନ ପଡିଲେ ଗଲା, ଏହାର ଉତ୍ତର କଣ ?

ଉତ୍ତର- ଦୋଳିକୁ ଆପଣ ଯେତେ ହଲେଇଲେ ବି ପଡିବ ନାହିଁ ।

୮. ମୁଁ ସବୁଜ ମୋ ଛୁଆ କଳା, ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, ମୁଁ କିଏ ?

ଉତ୍ତର- ଗୁଜୁରାତି ସବୁଜ ରଙ୍ଗର ହେଲେ ତାର ଛୁଆ ଭିତରେ କଳା ରଙ୍ଗର ଥାଏ ।

୯. ତିନି ଅକ୍ଷର ମୋର ନାମ, ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳର ନାମ, ଏହାର ଉତ୍ତର କଣ ?

ଉତ୍ତର- ଆରାମ

୧୦. ସରଗରୁ ଆସିଲା ଟୋକା ଟିକେ ତା ମୁଣ୍ଡରେ ଟୋପି ଟିଏ ଏହାର ଉତ୍ତର କଣ ?

ଉତ୍ତର- ତାଳ

Leave a Reply

Your email address will not be published. Required fields are marked *