କୁହାଯାଏ ଅଧ୍ୟବସାୟ ଓ ପରିଶ୍ରମ ବଳରେ ମଣିଷ ନିଶ୍ଚୟ ତା ଲକ୍ଷ୍ୟ ହାସଲ କରିପାରେ । ମନରେ ଦୃଢ ନିଶ୍ଚୟ ଓ ଏକାଗ୍ରତା ଥିଲେ କୌଣସି ବିଷୟ କଷ୍ଟ ଲାଗେ ନାହିଁ । ବରଂ ମଣିଷ ସମସ୍ତ ବାଧାବିଘ୍ନ ପାର କରି ବିଜୟୀ ହୁଏ । ଏହାର ଉଦାହରଣ ସ୍ୱରୂପ ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।
ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଓ ଜୀବନରେ ଦୃଢ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା ମଧ୍ୟ ପାଇବେ । ରାଜସ୍ଥାନର ତିନି ଭଉଣୀ ଏକା ସାଥିରେ ଷ୍ଟେଟ ଆଡମିନିଷ୍ଟ୍ରେଟିଭ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ତିନି ଭଉଣୀ ଏକା ସାଥିରେ ପରିଶ୍ରମ କରିଥିଲେ, ଏକା ସାଥିରେ ପରୀକ୍ଷା ଦେଇଥିଲେ ଓ ଏକା ସାଥିରେ ପରୀକ୍ଷାରେ କୃତକାର୍ଜ୍ୟ ମଧ୍ୟ ହୋଇଛନ୍ତି ।
ଏହି ତିନି ଭଉଣୀ ହେଉଛନ୍ତି ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଭୌରୁସାରୀ ଗ୍ରାମର ବାସିନ୍ଦା । ଏହି ତିନି ଭଉଣୀ ତାଙ୍କ ରାଜ୍ୟ, ଜିଲ୍ଲା ଓ ଗ୍ରାମର ନାମ ଉଚ୍ଚ କରିଛନ୍ତି । ନିଜ ଗ୍ରାମ ସହ ଯୋଡି ଦେଇଛନ୍ତି ଏକ ସଫଳତାର ଗାଥା । ସେହି ଗ୍ରାମର ତିନି ଝିଅ ବା ତିନି ଭଉଣୀ ହେଉଛନ୍ତି ରିତୁ, ଅଂଶୁ ଓ ସୁମନ । ସେମାନଙ୍କ ରାଜ୍ୟରେ ହୋଇଥିବା ଗତ ଆଡମିନିଷ୍ଟ୍ରେଟିଭ ପରୀକ୍ଷା ଏହି ତିନି ଭଉଣୀ ଏକ ସାଥିରେ ଦେଇଥିଲେ ଓ ଏକା ସାଥିରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି ।
ସେମାନେ ଗ୍ରାମର ଅନ୍ୟ ଝିଅଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । କେବଳ ଗ୍ରାମ ପାଇଁ ନୁହେଁ ଆମ ଦେଶର ପ୍ରତ୍ଯେକ ଝିଅଙ୍କ ପାଇଁ ଓ ଉଚ୍ଚ ଲକ୍ଷ୍ୟ ରଖିଥିବା ପ୍ରତ୍ଯେକ ବ୍ୟକ୍ତିଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି । ରିତୁ, ଅଂଶୁ ଓ ସୁମନଙ୍କ ପିତାମାତା ମଧ୍ୟ ସେମାନଙ୍କ ପାଇଁ ଖୁବ ଖୁସି ହେଉଛନ୍ତି । ସେମାନେ ସମୁଦାୟ ୫ ଭଉଣୀ । ତାଙ୍କ ବଡ ଦୁଇ ଭଉଣୀ ପୂର୍ବରୁ ହିଁ ଆଡମିନିଷ୍ଟ୍ରେଟିଭ ଅଫିସର ବନି ସାରିଛନ୍ତି ।
ଏହି ୫ ଭଉଣୀଙ୍କ ପିତାମାତା ଛୋଟବେଳୁ ହିଁ ଇଚ୍ଛା ରଖିଥିଲେ ଯେ ତାଙ୍କ ଝିଅମାନେ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତୁ ବୋଲି । ବଡ ଦୁଇ ଭଉଣୀଙ୍କୁ ଅନୁସରଣ କରି ତାଙ୍କ ତଳ ତିନି ଭଉଣୀ ମଧ୍ୟ ଆଡମିନିଷ୍ଟ୍ରେଟିଭ ଅଫିସର ହେବା ପାଇଁ ଦୃଢ ନିଶ୍ଚୟ କରି ନେଇଥିଲେ । ବଡ ଭଉଣୀଙ୍କ ଠାରୁ ପ୍ରେରଣା ପାଇ ରିତୁ, ଅଂଶୁ ଓ ସୁମନ ପାଠ ପଢାରେ ଲାଗି ପଡିଥିଲେ ଓ ଆଜି ସଫଳ ହୋଇ ପିତାମାତା ଓ ନିଜ ଗ୍ରାମର ନାମ ଉଚ୍ଚ କରିଛନ୍ତି ।
ସେମାନଙ୍କ ପାଇଁ ତାଙ୍କ ଗ୍ରାମରେ ଖେଳି ଯାଇଛି ଖୁସିର ମାହୋଲ । ଏଣିକି ତାଙ୍କ ପରିବାରର ୫ଟି ଯାକ ଝିଅ ହେବେ ପ୍ରଶାସନିକ ଅଧିକାରୀ । ଝିଅ ମାନଙ୍କ ଯୋଗୁଁ ତାଙ୍କ ପିତାଙ୍କୁ ଏକ ନୂତନ ପରିଚୟ ମିଳିଥିବାରୁ ତାଙ୍କ ପିତା ଖୁବ ଖୁସି ହେବା ସହ ଗର୍ବ ଅନୁଭବ କରୁଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଖବରଟି ଭଲ ଲାଗିଛି ତେବେ ନିଶ୍ଚୟ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ ।