Telengana ହାଇ କୋର୍ଟରୁ ବଡ ଖବର ! ଦ୍ଵିତୀୟ ବିବାହରୁ ଜନ୍ମିତ ସନ୍ତାନର ସମ୍ପତ୍ତିରେ ଭାଗ କେତେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦ୍ଵିତୀୟ ବିବାହରୁ ଜନ୍ମିତ ପିଲାଙ୍କ ଭାଗ କେତେ ?ପୈତୃକ ସମ୍ପତ୍ତି ଉପରେ ପୋଷ୍ୟ ସନ୍ତାନର ରହିଛି କି ଅଧିକାର ? ସମ୍ପତ୍ତି ଭାଗବଣ୍ଟାକୁ ନେଇ କଣ ରହିଛି ଆଇନଗତ ଅଧିକାର ? ସାଧାରଣଃ ସମାଜରେ ପୈତୃକ ସମ୍ପତ୍ତି କୁ ନେଇ ଅନେକ ଭେଦଭାବ ଦେଖିବାକୁ ମିଳିଥାଏ । ବାପାଙ୍କ ସମ୍ପତ୍ତି କିପରି ପାଇବେ ସନ୍ତାନ ବା ଯଦି ସ୍ଵାମୀ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରନ୍ତି ।

ତେବେ ଦ୍ଵିତୀୟ ସ୍ତ୍ରୀଠାରୁ ଜନ୍ମିତ ଶିଶୁଙ୍କର କଣ ପୈତୃକ ସମ୍ପତ୍ତିରେ ଅଧିକାର ରହିଛି । ଏଭଳି ଅନେକ ପ୍ରଶ୍ନ ଉପୁଜେ ବର୍ତ୍ତମାନ ସମୟରେ ଏହି ପୈତୃକ ବିବାଦକୁ ନେଇକି କଣ ରହିଛି ଆଇନଗତ ନିୟମ  ଆସନ୍ତୁ ଜାଣିବା । ଏହାକୁ ନେଇ ତେଲଙ୍ଗାନା ସରକାର ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯଦି କୋଣସି ବ୍ୟକ୍ତି ଛୁଆକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଥାଏ ।

ତେବେ ଛୁଆ ବଡ ହେବା ପରେ ପୈତୃକ ସମ୍ପତ୍ତିରେ ତାହାର କୋଣସି ଅଧିକାର ରହିନଥାଏ । କାରଣ ଆଇନଗତ ନିୟମ ଅନୁଯାୟୀ ପୋଷ୍ୟ ସନ୍ତାନର ପୈତୃକ ସମ୍ପତ୍ତିରେ ଅଧିକାର ନ ଥାଏ । ଯଦି ପୋଷ୍ୟ ଭାବରେ ଗ୍ରହଣ କରିବା ପୂର୍ବରୁ ସମ୍ପତ୍ତି ଭାଗ କରାଯାଇଥାଏ ତେବେ ସେମାନେ ପାଇପାରିବେ । ଭାରତୀୟ ଆଇନ ଅନୁଯାୟୀ ବ୍ୟକ୍ତି ନିଜ ଅନୁସାରେ ସମ୍ପତ୍ତି ଭାଗ କରିବାର ସ୍ଵାଧୀନତା ରହିଛି ।

ତେବେ ଏହି ପ୍ରକ୍ରିୟା ଅନୁଯାୟୀ ବାପା ପୋଷ୍ୟ ସନ୍ତାନ ବା ବାଇଲୋଜିକାଲ ସନ୍ତାନକୁ ସମ୍ପତ୍ତି ଦେଇପାରିବେ । ସ୍ତ୍ରୀ ଥାଉ ସ୍ଵାମୀ ପରକ୍ରିୟା ପ୍ରୀତିରେ ସନ୍ତାନ ଜନ୍ମିଥାଏ । ତେବେ ଆଇନ ନିୟମ ଅନୁସାରେ ସନ୍ତାନକୁ ବାପାଙ୍କ ସମ୍ପତ୍ତିରୁ ଅଧିକାର ମିଳିଥାଏ କିନ୍ତୁ ପୈତୃକ ସମ୍ପତ୍ତିରେ କିଛି ମିଳିନଥାଏ । ବିବାହରୁ ଜନ୍ମିତ ସନ୍ତାନର ବାପା ଓ ପୈତୃକ ସମ୍ପତ୍ତିରେ ଅଧିକାର ରହିଥାଏ ।

ଦ୍ଵିତୀୟ ବିବାହରୁ ଜନ୍ମିତ ସନ୍ତାନକୁ କେବଳ ବାପାଙ୍କ ସମ୍ପତ୍ତିଋ ଭାଗ ମିଳିଥାଏ । ପୈତୃକ ସମ୍ପତ୍ତିରେ କୋଣସି ପ୍ରକାରର ଅଧିକାର ନ ଥାଏ । ଯଦି କୋଣସି ବ୍ୟକ୍ତି ଦୁଷ୍କର୍ମ କରି ସନ୍ତାନ ଜାତ କରେ ତେବେ ବାପାଙ୍କ ସମ୍ପତ୍ତିରୁ  ଭାଗ ପାଇବାର ଅଧିକାର ରହିଛି କିନ୍ତୁ ପୈତୃକ ସମ୍ପତ୍ତିରେ ଭାଗ ପାଇବନାହିଁ । ଲିଭଇନ ସମ୍ପର୍କରୁ ଜାତ ସନ୍ତାନ ବାପାଙ୍କ ସମ୍ପତ୍ତିରୁ ଭାଗ ପାଇବ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହି ବାକୁ ଆମ ପେଜ୍ କୁ ଲାଇକ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *