ଦିନରେ ଅଙ୍ଗନବାଡି ଦିଦି ଓ ରାତିରେ ଅଟୋ ଚଲାଉଛନ୍ତି, ନାରୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦମୟନ୍ତୀ…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସକାଳେ ଅଙ୍ଗନବାଡି ଡିଡି ଓ ରାତିରେ ଅଟୋବାଲି । ହଁ ଦର୍ଶକବନ୍ଧୁ ଜଣେ ନାରୀ ଆଜିର ସମାଜ ପାଇଁ ଉଦାହରଣ ପାଲିଟିଛନ୍ତି । ଏହା ହେଉଛି ଦମୟନ୍ତୀଙ୍କ କାହାଣୀ ଯାହାକୁ ଶୁଣିବା ପରେ ଅନେକ ନାରୀମାନେ ଏଭଳି  ହେବାକୁ ମନବୃତ୍ତି କରିଥାନ୍ତି । କେନ୍ଦୁଝର ସହର ବରଡିଲା ଗାଁର ଦମୟନ୍ତୀ ନାୟକଙ୍କ ସଙ୍ଗର୍ଷମଯ କାହାଣୀ ।

ସହରପଡା ଗାଁ ଦମୟନ୍ତୀଙ୍କୁ ଯେବେ 15 ବର୍ଷ ହୋଇଥିଲା ସେତେବେଳେ ବରଡେରା ଗାଁର ପଦ୍ମଲୋଚନ ଙ୍କ ସହ ବିବାହ ହୋଇଥିଲା । ଦମୟନ୍ତୀଙ୍କ ସ୍ଵାମୀ ଜଣେ ଦର୍ଜି ହୋଇଥିବା କାରଣରୁ ସ୍ଵାମୀଙ୍କୁ ସାହାଯ୍ୟ କରୁଥିଲେ ଦମୟନ୍ତୀ । ମାତ୍ର ଆଜିକା ଯୁଗରେ ଏହାର ଚାହିଦା କମିଯିବା ହେତୁ ଆର୍ଥିକ ସମସ୍ୟା ଦେଖାଯାଇଥିଲା ।

ତେଣୁ ଦମୟନ୍ତୀ ଅଙ୍ଗନବାଡି ଦିଦି ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ ମାତ୍ର ଏଥିରେ ମଧ୍ୟ ଘର ଚଳିବା ସମ୍ଭବ ହେଲାଣି । ତେଣୁ ସେ ଅଟୋକିଣି ତାହାକୁ ଶିଖିଲେ ଏବେ ସେ ସକାଳବେଳେ ଅଙ୍ଗନବାଡି ଦିଦି କାର୍ଯ୍ୟ ସାରି ତା ପରେ ଘରକାମ ସାରି 4 ଟା ବେଳକୁ ଅଟୋନେଇ ଗ୍ରାହକ ମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାନ୍ତି । ଦମୟନ୍ତୀ ଅଙ୍ଗାନବାଡି ଦିଦି ହେବ ପରେ ଶିକ୍ଷା ପ୍ରତି ତାଙ୍କ ଆଗ୍ରହ ବଢିଲା ତେଣୁ କରି ପୁଅ B.SC ପଢୁଥିବା ବେଳେ ସେ B .A  ପଢିବାକୁ ମନବୃତ୍ତି କରିଛନ୍ତି ।

ତେଣୁ ସେ ଦୁଇବର୍ଷ ତଳେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଯୁକ୍ତ +3 ପଢିବା ପାଇଁ ନାଁ ଲେଖାଇଥିଲେ । ତେବେ ଚଳିତ ବର୍ଷ ହେଉଛି ତାହାଙ୍କ ଶେଷ ଶିକ୍ଷାବର୍ଷ ତେଣୁ ସେ ସକାଳ ଅଙ୍ଗାନବାଡି କାମ କରି ଘର କାମ ବୁଝି ଏବଂ ରାତିରେ ଅଟୋ ଚଳାଇ ଏସବୁ ପରେ ମଧ୍ୟ ବସି ପାଠପଢନ୍ତି । ଦମୟନ୍ତୀଙ୍କ ଅଟୋ ଚଳାଇ ଦିନକୁ ହଜାର ଟଙ୍କା ରୋଜଗାର କରନ୍ତି ଯାହା ଦ୍ଵାରା ତାଙ୍କ ଘରେ ଆର୍ଥିକ ସମସ୍ୟା ପରିଲକ୍ଷିତ ହେଉନି ।

ଘର ଏବେ ସୁଖଶାନ୍ତିରେ କରୁଛି ଦମୟନ୍ତୀଙ୍କ ଅଟୋରେ ବସିଥିବା ଯାତ୍ରୀମାନେ କହୁଛନ୍ତି ଯେ ନାରୀଙ୍କ ଅଟୋ ବସିବା ଯୋଗୁଁ ନିଜକୁ ବହୁତ ସୁରକ୍ଷିତ ମନେ କରୁଛୁ ଏବଂ ନିଜକୁ ଗର୍ବିତ ମନେ କରୁ । ତେବେ ଆପଣଙ୍କୁ ଦମୟନ୍ତୀଙ୍କ ସଙ୍ଗର୍ଷଭରା କାହାଣୀ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *