ଟିମ ଇଣ୍ଡିଆର Semi Final କେବେ, କେଉଁଠି ଓ କାହା ସହ ? ଦେଖନ୍ତୁ ପୁରା ସମୀକରଣ…

ବନ୍ଧୁଗଣ, ଟିମ ଇଣ୍ଡିଆ କେବେ କାହା ସହିତ ସେମିଫାଇନାଲ ଖେଳିପାରିବ ସେ ସମ୍ବନ୍ଧରେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ । ପାକିସ୍ତାନ  ସାଉଥଆଫ୍ରିକା ଠାରୁ ଜିତି ଏହା ସୁନିଶ୍ଚିତ କରିଦେଇଛି ଯେ ଟିମ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚି ସାରିଛି । ଏବଂ ପାକିସ୍ତାନ କୁ ଯଦି ପହଞ୍ଚିବାକୁ ଅଛି ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ ରେ ଟିମ ଇଣ୍ଡିଆର ପରାଜୟ ର କାମନା କରିବାକୁ ହେବ । ଏହା ସହିତ ଏହା ମଧ୍ୟ ପ୍ରାର୍ଥନା କରିବାକୁ ହେବ ଯେ ସାଉଥଆଫ୍ରିକା ତାହାର ପରବର୍ତ୍ତୀ ମ୍ୟାଚ ଯେପରି ନ ଜିତିପାରୁ ।

ତେବ ବହୁତ ଗୁଡିଏ ସମୀକରଣ ରହିଅଛି । ଟିମ ଇଣ୍ଡିଆ କୁ ଗୃପ 2 ରେ ବର୍ତ୍ତମାନ ନମ୍ବର 1 ରେ ଅଛି । ଏବଂ ପରବର୍ତ୍ତୀ ମ୍ୟାଚ ଜିତିବାକୁ ଅଛି ଜିମ୍ବାଵେ ଠାରୁ । ଏହାପରେ ଟିମ ଇଣ୍ଡିଆ ର 8 ପଏଣ୍ଟ ହୋଇଯିବ । ଏହାପରେ ନ୍ୟୁଜିରଲ୍ୟାଣ୍ଡ ର ଶେଷ ମ୍ୟାଚ ଆୟରଲ୍ୟାଣ୍ଡ ସହିତ ଅଛି ଏବଂ ସେ ଆୟରଲ୍ୟାଣ୍ଡ କୁ ହରାଇ ଦେବ । ଇଂଲ୍ୟାଣ୍ଡ ଯଦି ଜିତି ଯାଉଛି ତାହାର ମଧ୍ୟ 7 ଅଙ୍କ ହୋଇଯିବ ।

ଅଷ୍ଟ୍ରେଲିଆ କୁ ଆଫଗାନିସ୍ଥାନ ଠାରୁ ଜିତିବାକୁ ହେବ । ଏବଂ ବହୁତ ବଡ ଅନ୍ତର ଦ୍ଵାରା ଜିତିବାକୁ ହେବ । ଏହାଫଳରେ ସେ ଯାଇ ଇଂଲାଣ୍ଡ ର ପାଖାପାଖି ପହଞ୍ଚି ପାରିବ । ତେବେ ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲ୍ୟାଣ୍ଡ କ୍ଵାଲିଫାଏ କରିବେ ବୋଲି ସମୀକରଣ ବନୁଅଛି । ନ୍ୟୁଜିଲ୍ୟାଣ୍ଡ ନମ୍ବର 1 ରେ ଅଛି, ତେବେ ଗୃପ 1ଟିମ, ନମ୍ବର 1 ଟିମ ଏବଂ ଗୃପ 2 ଟିମ ର ନମ୍ବର 2 ଟିମ ସହିତ ମ୍ୟାଚ ହେବ । ଅର୍ଥାତ ଗୃପ 2 ରେ ସାଉଥଆଫ୍ରିକା ହିଁ ନମ୍ବର 2 ରେ ରହିବ । ତେବେ ନ୍ୟୁଜିଲ୍ୟାଣ୍ଡ vs ସାଉଥଆଫ୍ରିକା ର ମ୍ୟାଚ ୯ ତାରିଖକୁ ଖେଳାଯିବ ।

ଟିମ ଇଣ୍ଡିଆ ଯିଏ କି ଗୃପ ୨ ର ନମ୍ବର 1 ଟିମ ଅଟେ । ଗୃପ 1 ର ନମ୍ବର 2 ଟିମ ଇଂଲ୍ୟାଣ୍ଡ ଅଟେ । ଉଭୟ ଙ୍କ ମଧ୍ୟରେ ମୁକାବିଲା ହେବ 10 ନଭେମ୍ବର କୁ ଅର୍ଥାତ ଗୁରୁବାର ଦିନ ଇଂଲାଣ୍ଡ ଏବଂ ଇଣ୍ଡିଆ ର ସେମିଫାଇନାଲ ହୋଇପାରିବ । ତେବେ ଭାରତୀୟ ସମୟ ଅନୁଯାୟୀ ଦ୍ଵିପ୍ରହର 1.30 ରେ ଏହି ମ୍ୟାଚ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମାରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *