ନମସ୍କାର ବନ୍ଧୁଗଣ ଆପଣ ମାନେ ରାଜନୀତି ସମ୍ପର୍କରେ ନିଶ୍ଚିତ କିଛି ନା କିଛି କଥା ଜାଣିଥିବେ । ଆମ ମନରେ ନେତା ର ଛବି ଭାବେ ମିଥ୍ୟ ପ୍ରତିଶ୍ରୁତି କୁ ବୁଝାଏ । ତେବେ ନିଜର ଶାସନ କୁ ବଜାୟ ରଖିବା ପାଇଁ ରାଜନେତା ମାନେ ଅନେକ ପ୍ରୟାସ କରିଥାନ୍ତି । ଏହା ଛଡା ବିରୋଧୀ ଦଳ ଙ୍କର କୌଣସି ଏକ ବଡ଼ ହେଉ କିମ୍ବା ଛୋଟ ଦୋଷ କୁ ଧରି ସେହିଥିରେ ରାଜନୀତି ଖେଳିଥାନ୍ତି । କେତେବେଳେ ଶାସକ ଦଳ ର ନେତା ବିରୋଧୀ ମାନଂକୁ ଉପଦେଶ ଦେଇଥାନ୍ତି ତ କେତେବେଳେ ବିରୋଧୀ ଦଳ ଶାସକ ଦଳ କୁ ଦୋଷ ଦେଖାଇବା ଆଦି କାର୍ଯ୍ୟ କରିଥାନ୍ତି ।
ତେବେ ବର୍ତ୍ତମାନ କଂଗ୍ରେସ ଦଳ କିଛି ନେତା ମାନେ କଂଗ୍ରେସ ଦଳ କୁ ନିନ୍ଦା କରିବା ସହ ଦଳରୁ ଯିବା ପାଇଁ ମଧ୍ୟ ଚାହୁଁଛନ୍ତି । ତେବେ ଏହି ବିଷୟରେ ସୁର ରାଉତ କଣ କହିଛନ୍ତି ଆସନ୍ତୁ ଶୁଣିନେବା । ସୁର ରାଉତ ନିଜ ଇଣ୍ଟରଭିଉ ରେ କହିଛନ୍ତି କି ଆମ କଂଗ୍ରେସ ଦଳ ର କିଛି ନେତା ଏପରି ଅଛନ୍ତି ଯେଉଁ ମାନଂକୁ କେଂଚା କେଂଚି ନ ହେଲେ କିମ୍ବା କାହା ବିଷୟ ରେ କିଛି କଥା କିମ୍ବା ନିନ୍ଦା ନ କଲେ ତାଙ୍କୁ ରାତିରେ ନିଦ ହୁଏ ନି କି ଖାଦ୍ୟ ହଜମ ହୁଏ ନାହିଁ ।
ତେବେ ଏହା ଛଡା ସେ କହିଛନ୍ତି ଏହି କଂଗ୍ରେସ ଦଳ ସବୁଠାରୁ ପୁରୁଣା ଦଳ ଏବଂ ପ୍ରଥମ ରାଜନୈତିକ ଦଳ ମଧ୍ୟ । ତେବେ ଯଦି କେହି ଏହି ଦଳ ରେ ରହିବାକୁ ଚାହୁଁ ନାହାନ୍ତି ତେବେ ସେମାନେ ଆରାମ ରେ ଯାଇ ପାରିବେ । ଏହା ଛଡା ସେ କହିଛନ୍ତି କି ଦଳର ନେତୃତ୍ୱରେ ଥିବା ନେତା ମାନେ ଏହି ଭଳି ଲୋକ ମାନଙ୍କ କଥା ଏବଂ ତାଙ୍କୁ ଅଣଦେଖା କରନ୍ତୁ ଏବଂ ଆଗକୁ ଆସୁଥିବା ପୌର ନିର୍ବାଚନ ଏବଂ ଭୋଟ ବିଷୟ ରେ ଚିନ୍ତା କରନ୍ତୁ ଏଭଳି ଫାଲତୁ ଜିନିଷ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ନାହିଁ ।
ଏହା ସହିତ ସେ ନିଜ ଇଣ୍ଟରଭିଉ ରେ କହିଛନ୍ତି କି ଯେଉଁ ବ୍ୟକ୍ତି ମାନଙ୍କ ଜୀଵନ ଏବଂ କ୍ୟାରିଆର ଏହି କଂଗ୍ରେସ ଦଳ ଯୋଗୁଁ ଗଢି ହୋଇଛି କିମ୍ବା ଯେଉଁମାନେ ଏହି ଦଳ ଯୋଗୁଁ ଭାରତ ରେ ପରିଚିତ ସେହି ମାନେ ଏହି ଦଳ କୁ ନିନ୍ଦା କରୁଛନ୍ତି । ଯେଉଁ ଦଳ କିଛିଦିନ ପୂର୍ବେ ବହୁତ ଭଲ ଲାଗୁଥିଲା ତାହା ବର୍ତ୍ତମାନ ଖରାପ ଲାଗୁଛି ଖୁଣ ବାହାର କରୁଛନ୍ତି ସେମାନଂକୁ ଲଜ୍ଜା ଲାଗିବା କଥା ସେମାନେ ଦଳ ରୁ ଦୂରରେ ରହିବା ହିଁ ଉଚିତ । ଏହି ଘଟଣାରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାଇବେ ଓ ଏହିପରି ଅପଡେଟ ପାଇବାକୁ ଚାହୁଁଥିଲେ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।