ଲୋକପ୍ରିୟ ଓଡିଆ ସିଙ୍ଗର ସ୍ବର୍ଗତଃ Tapu Mishra ଙ୍କ Family & Biography

ନମସ୍କାର ବନ୍ଧୁଗଣ ଓଲିଉଡ଼ ଜଗତ ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଏବେ ଆଉ ଆମ ସହିତ ନାହାନ୍ତି । ଏହି କରୋନା ମହାମାରୀ ରେ ସେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ ବର୍ଷ ତାଙ୍କ ଦେହ ଅଧିକ ଖରାପ ହୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ତପୁଙ୍କ ବିଯୋଗକୁ 1 ବର୍ଷ ପୁରି ଯାଇଛି । କିନ୍ତୁ ଆଜି କେହି ବି ତାଙ୍କୁ ଭୁଲି ପାରି ନାହାଁନ୍ତି ।

ତେବେ ସେ ଓଡ଼ିଆ ସିନେମା ରେ ବହୁତ ସିନେମା ଏବଂ ଆଲବମ ରେ ନିଜ କଣ୍ଠଦାନ ଦେଇଛନ୍ତି ଏବଂ ତାଙ୍କୁ ଯଥା ତାଙ୍କ ସଙ୍ଗୀତ କୁ ଲୋକମାନେ ମଧ୍ୟ ଖୁବ ପସନ୍ଦ କରିଥାନ୍ତି । ତେବେ ଏଭଳି ଏକ ଦିଗଜ କଣ୍ଠଶିଳ୍ପୀ କୁ ହରାଇବା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତେବେ ଆସନ୍ତୁ ତପୁ ମିଶ୍ର ଙ୍କ ଜୀଵନ ବିଷୟରେ ଆଲୋଚନା କରି ନେବା ।

ଓଡିଶା ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ୧୯୮୫ ମସିହା ଜାନୁଆରୀ ୧୧ ତାରିଖ ରେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ । ଛୋଟ ବେଳରୁ ସେ ପାଠପଢା ସହିତ ସଙ୍ଗୀତ ରେ ମଧ୍ୟ ବହୁତ ରୁଚି ରହିଥିଲା । ସେ ଓଡ଼ିଆ ସିନେମା ରେ ଅନେକ ଗୀତ ଗାଇଛନ୍ତି ଯେପରି -‘ଦିନ ସରେ ନାହିଁ’ ‘ଶାଶୁ ଘର ଚାଲିଯିବି’ ଆଦି ଅନେକ ଗୀତ ଗାଇଛନ୍ତି ଏବଂ ତାଙ୍କ ଗୀତ କୁ ମଧ୍ୟ ଶ୍ରୋତା ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତପୁ ମିଶ୍ର ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି ଏଵଂ ଲୋକ ପ୍ରିୟତା ହାସଲ କରିଛନ୍ତି । ତପୁ ମିଶ୍ର ଙ୍କ ବାପା ଙ୍କ ନାମ ହେଉଛି କ୍ଷେତ୍ର ମୋହନ ମିଶ୍ର ଏବଂ ତାଙ୍କ ମାଆ ଙ୍କ ନାମ ହେଉଛନ୍ତି ଚାରୁଲତା ମିଶ୍ର । ଏହା ବ୍ୟତୀତ ତପୁ ମିଶ୍ର ଙ୍କ ର ଦୁଇ ଭଉଣୀ ମଧ୍ୟ ଅଛନ୍ତି ଜଣଙ୍କ ନାମ ହେଉଛି ଦୀପଶିକ୍ଷା ମିଶ୍ର ଯିଏ କି ଜଣେ ଗାୟିକା ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ଧୃତିଦିପା ମିଶ୍ର ଯିଏ ଜଣେ ମ୍ୟାନେଜର ଅଟନ୍ତି ।

ତପୁ ମିଶ୍ରଙ୍କ ସ୍ୱାମୀ ଙ୍କ ନାମ ହେଉଛି ଦୀପକ ପୂଜାହାରୀ ସେ ଜଣେ ଅଭିନେତା ମଧ୍ୟ ଏବଂ ତାଙ୍କ ବିବାହ ୨୦୧୮ ମସିହାରେ ହୋଇଥିଲା । ତେବେ ଏହି କରୋନା ମହାମାରୀ ରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଥିଲେ କିନ୍ତୁ ତାଙ୍କ ଫୁସଫୁସ ୭୫% ନଷ୍ଟ ହୋଇ ଯାଇଥିବାରୁ ତାଙ୍କ ଚିକିତ୍ସା ପାଇଁ ବହୁତ ଅସୁବିଧା ହେଉଥିଲା ।

ସେ ଗତକାଲି ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତେବେ ଏହି ଖବର ସାରା ଓଲିଉଡ ଜଗତ ରେ ଶୋକ ର ଛାୟା ଖେଳି ଯାଇଛି । ଏହା ଏକ ଅପୁରଣୀୟ କ୍ଷତି ଓଡ଼ିଆ ସିନେମା ପାଇଁ । ତେବେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *