ଭାଇରାଲ ହେଲା ମୃତ୍ୟୁ ପୂର୍ବରୁ Tapu Mishra ଙ୍କ ଶେଷ ଗୀତ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ତପୁ ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ତପୁ ମିଶ୍ର ଅନେକ ଓଡ଼ିଆ ଫିଲ୍ମ ଓ ଅଲବମ୍ ରେ ନିଜର କଣ୍ଠଦାନ କରିଛନ୍ତି ।

ତାଙ୍କ କଣ୍ଠ ର ଯାଦୁ ରେ ସେ ସମସ୍ତ ଦର୍ଶକ କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏହି ପ୍ରସିଦ୍ଧ ଗାୟିକା ଜଣକ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଗୀତ ରେ କଣ୍ଠଦାନ କରି ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଓ ଆଲବମ୍ ବ୍ୟତୀତ ଅନେକ ଓଡ଼ିଆ ଭଜନ ରେ ମଧ୍ୟ ତପୁ ମିଶ୍ର ନିଜର କଣ୍ଠଦାନ କରିଛନ୍ତି । ତପୁ ମିଶ୍ର ଙ୍କ କଣ୍ଠ ର ଯେତେ ମଧ୍ୟ ପ୍ରଶଂସା କରିଲେ ତାହା କମ ପଡ଼ିବ । ତାଙ୍କ କଣ୍ଠ ର ଯାଦୁ ରେ ସମସ୍ତ ଦର୍ଶକ ବାନ୍ଧି ହୋଇ ରହିଛନ୍ତି ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଦୁଃଖୀ ହୋଇଯିବେ । ସୂଚନାନୁସାରେ ଓଲିଉଡ ଜଗତର ଏହି ପ୍ରଖ୍ୟାତ ଗାୟିକା ତପୁ ମିଶ୍ର କୋରନା ମହାମାରୀ ରେ ଆକ୍ରାନ୍ତ ହୋଇଥିଲେ ଏବଂ ଗୁରୁତର ଅବସ୍ଥାରେ ତପୁ ମିଶ୍ର ଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଟ କରାଯାଇ ଥିଲା ।

ତପୁ ଙ୍କୁ ହସ୍ପିଟାଲ ରେ ଆଇ ସି ୟୁ ରେ ଭର୍ତ୍ତି କରାଯାଇ ଥିଲା । ଭୁବନେଶ୍ୱର ର କୋଭିଡ଼ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା । କିନ୍ତୁ ଗତକାଲି ସେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ସାମ୍ନା କୁ ଆସିବା ପରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଶୋ-କ ର ଛାୟା ଖେଳି ଯାଇଛି ଏବଂ ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ତପୁ ଙ୍କ ସମସ୍ତ ବନ୍ଧୁ କଳାକାର ଓ କଣ୍ଠଶିଳ୍ପୀ ତଥା ଶୁଭେଚ୍ଛକ ତାଙ୍କୁ ଫେସବୁକ ରେ ଟ୍ୟାଗ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କିନ୍ତ ସେ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲିଗଲେ ।

ତପୁ ମିଶ୍ର ଓଡ଼ିଆ ସିନେମା ରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ତପୁ ମିଶ୍ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ଆକ୍ଟିଭ ରହିଥାନ୍ତି ଏବଂ ନିଜ ଫ୍ୟାନ ମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଗୀତ ଗାଇ ଇଂଷ୍ଟାଗ୍ରାମ ରେ ପୋଷ୍ଟ କରି ସେମାନଙ୍କ ର ମନୋରଞ୍ଜନ ମଧ୍ୟ କରିଥାନ୍ତି ।

ତେବେ ତାଙ୍କ ଶେଷ ଗୀତ ଟି ହେଉଛି ‘ମୁଁ ତୁମକୁ ଭଲ ପାଏ’ ଏହା ଅର୍ଜୁନ ଫିଲ୍ମ ର ଗୀତ । ତେବେ ଏହା ଓଲିଉଡ ପାଇଁ ଏକ ଅପୁରଣୀୟ କ୍ଷତି ଏବଂ ତାଙ୍କର ଆତ୍ମା ର ଶାନ୍ତି ପାଇଁ ଆମେ ପାର୍ଥନା କରୁଛୁ ସେ ସର୍ଵଦା ଆମ ସମସ୍ତଙ୍କ ମନ ରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *