ଓଡିଆ କଣ୍ଠଶିଳ୍ପୀ Tapu Mishra ଙ୍କ ଶେଷ କୃତ୍ୟ, ଦେଖନ୍ତୁ Video

ବନ୍ଧୁଗଣ କରୋନା ମହାମାରୀ କେତେ ଯେ ଜୀବନ ନେଇ ସାରିଲାଣି ତାହାର କଳନା ନାହିଁ । ପ୍ରତିଦିନ କିଛି ନା କିଛି ଖରାପ ଖବର ଶୁଣିବାକୁ ମିଳି ଯାଉଛି । ବର୍ତ୍ତମାନ ସମୟରେ ବହୁତ ବଡ ଦୁଃଖଦ ଖବର ଆସି ପହଞ୍ଚିଛି ।

ଓଲିଉଡ ର ସୁନାମଧାନ୍ୟ ସିଙ୍ଗର ତପୁ ମିଶ୍ର ଆଉ ଏଇ ଦୁନିଆରେ ନାହାଁନ୍ତି । ଗତ କାଲୀ ତାଙ୍କର ପରଲୋକ ହୋଇ ଯାଇଛି । ଗତକାଲି ରାତି 11 ଟା ସମୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ତାଙ୍କ ମୃତ୍ୟୁ ରେ ତାଙ୍କ ପରିବାର ଲୋକ ମର୍ମାହତ ହୋଇ ପଡିଛନ୍ତି । ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହା ସହିତ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।

ବହୁତ କମ ବୟସରେ ସେ ଆମକୁ ଛାଡି ଚାଲି ଯାଇଛନ୍ତି । ଗତ ଏକ ମାସ ହେବ ସେ କରୋନା ରେ ପୀଡିତ ଥିଲେ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟଲ ରେ ଚିକିତ୍ସିତ ହେଉଥିଲେ । ଧୀରେ ଧୀରେ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହେଉଥିଲା ଓ ସେ କୋଭିଡ ନେଗେଟିଭ ମଧ୍ୟ ହୋଇ ଯାଇଥିଲେ । କିନ୍ତୁ କୋଭିଡ କାରଣରୁ ତାଙ୍କ ଫୁସଫୁସ 75 ଭାଗ ନଷ୍ଟ ହୋଇ ଯାଇଥିଲା ।

ଯେଉଁଠି ପାଇଁ ସେ ଗତ 5 ଦିନରୁ କ୍ରୀଟିକାଲ କଣ୍ଡିସନ ରେ ଥିଲେ । କିନ୍ତୁ ଗତ କାଲି ରାତିରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କ ମୃ-ତ୍ୟୁ ପରେ ସମସ୍ତେ ମର୍ମାହତ ହୋଇ ପଡିଛନ୍ତି । ମୃ-ତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରରକୁ ପରିବାରକୁ ହସ୍ତାନ୍ତର କରା ଯାଇଛି ଓ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଯାହା ଆପଣ ଏହି ଭିଡିଓ ରେ ଦେଖି ପାରୁଥିବେ ।

ତପୁ ମିଶ୍ର ଓଲିଉଡ ର ଜଣେ ଆଗ ଧାଡିର ସିଙ୍ଗର ଥିଲେ । ସେ ନିଜର ସୁମଧୁର କଣ୍ଠ ରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିଲେ । ଲୋକମାନେ ମଧ୍ୟ ତାଙ୍କୁ ଖୁବ ସାରା ଭଲ ପାଇବା ଦେଇଛନ୍ତି । କିନ୍ତୁ ଆଉ ତାଙ୍କ କଣ୍ଠ ର ସୁମଧୁର ଗୀତ ଆମକୁ ଶୁଣିବାକୁ ମିଳିବନି। ସେ ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି । ତେବେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *