ବନ୍ଧୁଗଣ ଦୀର୍ଘ ଏକ ମାସ ଉପରକୁ ହେବ ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ କଳହ ଲାଗି ରହିଛି । ତେବେ ସବୁଦିନ ଏହି ମାମଲା ସହ ଜଡିତ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତପସ୍ଵିନୀ ଏବେ ଧାରଣା ସ୍ଥଳରେ ଅଛନ୍ତି ଓ ଜନସାଧାରଣ ମାନେ ତାଙ୍କୁ ସମର୍ଥନ କରୁଛନ୍ତି । ତେବେ ଗତ କାଲି ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ଗତ କାଲି କୋର୍ଟ ଶୁଣାଣି ଆସିବା ପରେ ଜନସାଧାରଣ ମାନେ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ଭିତରକୁ ପଶି ଯାଇଥିଲେ ।

ତେବେ ବନ୍ଧୁଗଣ ଏହା ପରଠୁ ଏହି ମାମଲା ବହୁତ ଅଧିକ ଚର୍ଚାରେ ରହିଛି । ତେବେ ବନ୍ଧୁଗଣ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଓ ବର୍ତ୍ତମାନ ବରିଷ୍ଠ ଆଇନଜୀବୀ ବନ ମହାନ୍ତି ଏହି ମାମଲାକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବନ ମହାନ୍ତିଙ୍କ ଏହି ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ବନ ମହାନ୍ତି କହିଛନ୍ତି-‘ଏସଡିଜିଏମ ତପସ୍ଵିନୀ ଓ ସୁମିତଙ୍କ ଆବେଦନ ଖାରଜ କରିଛନ୍ତି । ବର୍ତ୍ତମାନ ଏହି ଦୁଇଜଣ ବର୍ତ୍ତମାନ ନିଜ ଆବେଦନ ନେଇ ସେଶନ କୋର୍ଟରେ ଫାଇଲ କରିବେ ତା ବିରୋଧରେ ସେମାନେ ଅପିଲରେ ଯିବେ । ସୁମିତ ମଧ୍ୟ ଆଗରୁ ଏକ ଅପିଲରେ ଯାଇଛି ସେଇଟା ପେଣ୍ଡିଙ୍ଗ ଅଛି । ତେଣୁ ବର୍ତ୍ତମାନ ସେମାନେ ଅପିଲ କରିବେ ତା ଉପରେ ଉପରୁ ଯାହା ଅର୍ଡର ମିଳିବ ତାହା ଆଗକୁ ଜଣା ପଡିବ’ ।
ଅଗକୁ ବନ କହିଛନ୍ତି-‘ବର୍ତ୍ତମାନ ଏହି ମାମଲାଟି ତପସ୍ଵିନୀର ନାହିଁ ଏଇଟା ଏବେ ପବ୍ଲିକ ମାନଙ୍କ ମାମଲା ହେଇଗଲାଣି । ଧୀରେ ଧୀରେ ମହିଳା ମାନେ ଆସି ତପସ୍ଵିନୀକୁ ସହଯୋଗ କରିଥିଲେ ଏବେ ଲୋକାଲ ପୁରୁଷ ମାନେ ବି ଆସି ସାହାର୍ଯ୍ୟ କଲେଣି । ଏବେ ଲୋକ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଲାଣି । ଯଦି ଏହି ଦିନେ ଦୁଇ ଦିନ ମଧ୍ୟରେ ଏହି ମାମଲା ସମାଧାନ ନହେଲା ତା ହେଲେ ଲୋକମାନେ ଯାହା କରିବେ ପୋଲିସ ସେହି ଲୋକ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ଏମିତିକି ସେହି ଲୋକ ମାନେ ଗିରଫ ବି ହୋଇପାରନ୍ତି । ଏବେ ଏହି ମାମଲାଟି ବ୍ୟକ୍ତିଗତ ସ୍ତରକୁ ଆସିଗଲାଣି’ ।

ଆଗକୁ ବନ କହିଛନ୍ତି-‘ଏବେ ଏହି ଦୁଇଜଣ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯାହା ଆଶା କରାଯାଉଥିଲା ଏମାନଙ୍କ ମିଳନ ହେବ ତାହା ଆଉ ହୋଇପାରିବ ନାହିଁ । ସୁମିତ ନିଜ ବାପାର ଆଦେଶକୁ ପାଳନ କରି ରାମଚନ୍ଦ୍ର ଭଳି ଚଳୁଛି ଆଉ ବାପା ରାବଣ ଭଳିଆ ଖାଲି ଗୋଟିଏ କଥା ଧରିଛନ୍ତି ନ୍ୟାୟଳୟ ଯାହା କହିବ । ନ୍ୟାୟଳୟରେ ସମୟ ଲାଗିବ ସେତେ ଦିନ ପର୍ଯ୍ୟନ୍ତ କଣ ବୋହୁଟା ବାହାରେ ରହିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବରିଷ୍ଠ ଆଇନଜୀବି ବନ ମହାନ୍ତି ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

