ରାତା ରାତି ଚମକି ଉଠିବ ଭାଗ୍ୟ, ବାସ ତକିଆ ତଳେ ରଖନ୍ତୁ ଏହି 1 ଜିନିଷ ଆଉ ଦେଖନ୍ତୁ ଚମତ୍କାର- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାତିରେ ଶୋଇବା ସମୟରେ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ତକିଆ ର ଆବଶ୍ୟକତା ରହିଥାଏ। ଯଦିଓ ତକିଆ ଦେଖିବାକୁ ସାମନ୍ୟ ହୋଇଥାଏ, କିନ୍ତୁ ଦେଖିବାକୁ ସବୁ ସାମନ୍ୟ ଜିନିଷ କାର୍ଯ୍ୟ ରେ ସାମନ୍ୟ ହୋଇନଥାଏ।ଯେତେ ମଧ୍ୟ ଧନୀ ବ୍ୟକ୍ତି ହୋଇଥାଉ ନା କାହିଁକି ରାତିରେ ଶୋଇବା ପାଇଁ ତା’କୁ ତକିଆ ର ଆବଶ୍ୟକତା ନିଶ୍ଚିତ ଭାବରେ ପଡ଼ିଥାଏ। ଏହି ସାମନ୍ୟ ଦେଖା ଯାଉଥିବା ତକିଆ ର ସଠିକ ଉପଯୋଗ ଦ୍ୱାରା ଆପଣଙ୍କ ଭାଗ୍ୟ ରାତାରାତି ଚମକି ଉଠିବ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜର ତକିଆ ତଳେ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟ ଖୋଲିଯିବ ଏବଂ ଆପଣ ସଫଳତା ହାସଲ କରିବେ। ଏହି ଜିନିଷ ଦ୍ଵାରା ଆପଣଙ୍କ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ମୟୁର ପର’। ମୟୁର ପର କୁ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ରଖି ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯିବ ଏବଂ ଆପଣଙ୍କୁ ଜୀବନରେ ସଫଳତା ହାସଲ ହେବ। ଆପଣଙ୍କ ଜୀବନ ର ସମସ୍ତ ନକରାତ୍ମକ ଉର୍ଜା ର ନଷ୍ଟ ହେବ। ଆପଣ ସକାଳୁ ଉଠିବା ପରେ ତକିଆ ତଳେ ଥିବା ମୟୁର ପର ର ଦର୍ଶନ ଅବଶ୍ୟ କରନ୍ତୁ। ଏହାର ପରିଣତି ଶୁଭ ଦାୟକ ହୋଇଥାଏ।ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ଦୋଷ ମଧ୍ୟ ଦୁର ହୋଇଥାଏ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ତୁଳସୀ ପତ୍ର’। ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ୪ ରୁ ୫ ଟି ତୁଳସୀ ପତ୍ର କୁ ନେଇ ରଖି ଦିଅନ୍ତୁ। ଏହା ଦ୍ଵାରା ଆପଣଙ୍କ ଆଖପାଖରେ ଥିବା ସମସ୍ତ ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ଆପଣଙ୍କ ଚାରିପାଖ ର ବାତାବରଣ ଶୁଦ୍ଧ ଓ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଯିବ।

ସକାଳୁ ଉଠିବା ପରେ ସେହି ତୁଳସୀ ପତ୍ରକୁ ଖାଇ ଦିଅନ୍ତୁ। ଏହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହିଁ ଓ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କିନ୍ତୁ ଏଥିପ୍ରତି ଧ୍ୟାନ ରଖିବେ ଯେ ସନ୍ଧ୍ୟା ବା ରାତି ସମୟରେ ତୁଳସୀ ପତ୍ରକୁ ଛିଣ୍ଡାଇବେ ନାହିଁ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘ଏକ ଟଙ୍କିଆ ମୁଦ୍ରା’। ରାତିରେ ଶୋଇବା ପୂର୍ବରୁ ଏକ ଟଙ୍କିଆ ମୁଦ୍ରା ନିଜ ତକିଆ ତଳେ ରଖି ଦିଅନ୍ତୁ ଏବଂ ଏହାକୁ ସକାଳୁ ଉଠି କୌଣସି ଗରିବ କୁ ଦାନ କରି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ତଥା ଅସୁବିଧା ଦୁର ହେବ ଏବଂ ଏପରି ଏକ ମାସ କରିବା ପର୍ଯ୍ୟନ୍ତ ଧୀରେ ଧୀରେ ଆପଣଙ୍କ ଦୋଷ ଦୂର ହେବ ଏବଂ ଆପଣଙ୍କ ମଧ୍ୟରେ ସକରାତ୍ମକ ଶକ୍ତି ର ସଞ୍ଚାର ହେବ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ଚାନ୍ଦି ଓ ସୁନା ରୁ ନିର୍ମିତ ସାମଗ୍ରୀ। ଯଦି ଆପଣଙ୍କ କୁଣ୍ଡଳୀ ରେ ଚନ୍ଦ୍ରମା ର ସ୍ଥିତି ଠିକ ଭାବରେ ନାହିଁ ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ତକିଆ ତଳେ ଚାନ୍ଦି ର ମୁଦ୍ରା ରଖି ଦିଅନ୍ତୁ। ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀ ରେ ମଙ୍ଗଳ ବା ବୁଧ ଗ୍ରହ ଦୋଷ ରହିଛି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦି ବା ସୁନା ରୁ ତିଆରି ସାମଗ୍ରୀ ରଖି ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ କୁଣ୍ଡଳୀ ରେ ଥିବା ସବୁ ପ୍ରକାର ଦୋଷ ଦୁର ହୋଇଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *