‘ସେ ଜମିଦାର ଘର ପିଲା, ସେ ଏସବୁ ଚାହୁଁ ନଥିଲା କି ତା’ ପାଇଁ କେହି ଭିକ ମାଗୁ ମାଗୁ, ହେଲେ ଏମାନେ…’: Asrumochan Mohanty

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସେ ଜମିଦାର ଘରର ପିଲା । ତା’ ନିଜ ସ୍ଵାସ୍ଥବସ୍ତା ଖରାପ ପାଇଁ ସେ କାହା ନିକଟରେ ଭିକ୍ଷା ତା’ ନାମରେ ମଗାଯାଉ ବୋଲି ସେ ଚାହୁଁନଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଏତେ ସବୁ ହୋଇ ମଧ୍ୟ ପିନ୍ଟୁ ନନ୍ଦ ଭଳି ଜଣେ ଭର୍ସାଟାଇଲ କଳାକାର ଆମ କଳା ଜଗତରୁ ଆମେ ହରାଇ ବସିଲୁ । କହିଲା ବେଳକୁ ଆଖିରେ ତ ଲୁହ ପଳେଈ ଆସୁଛି ହେଲେ ଯାହା ସତ୍ୟ ତାହା ତ କହିବାକୁ ପଡୁଛି ।

ତେବେ ଏପରି କିଛି ମତ ବରିଷ୍ଠ କଳାକାର ଅଶ୍ରୁମୋଚନ ମହାନ୍ତିଙ୍କ ମୁହଁରୁ ପିନ୍ଟୁ ନନ୍ଦଙ୍କ ପାଇଁ ଶୁଣିବାକୁ ମିଳିଛି । ତେବେ ଅଶ୍ରୁମୋଚନଙ୍କ କହିବା ଅନୁଯାଇ ପିନ୍ଟୁ ଜଣେ ଆଭିଜାତ୍ୟ ଖାନଦାନୀ ଘରର ପିଲାଟି । ତା’ ର ଏତେ ଟଙ୍କା ପଇସାର ଅଭାବ ନଥିଲା । ହେଲେ କିଛି ଅଭାବ ଓ ଅସୁବିଧା ତା’ ଜୀବନ ରେ ଆସିଥିଲା । ହେଲେ ତା’ ଦେହ ଖରାପ ସମୟରେ ସେ ଲୋକଙ୍କ ଠାରୁ ଆଶ୍ରୀବାଦ ମାଗିଥିଲା ।

ଯଦି ସମ୍ଭବ କିଛି ଆର୍ଥିକ ସହାୟତା ମଧ୍ୟ କରନ୍ତୁ ସେ ଏପରି ଭାବରେ ଲୋକଙ୍କ ପାଖରେ ନିବେଦନ କରିଥିଲା । ହେଲେ ଅନ୍ୟ କିଛି ଲୋକମାନେ ଏହି କଥାକୁ ନେଇ ବହୁତ ବଡ ଇଶୟୁ କରିଦେଲେ । ଭିକ ମାଗି କଥାକୁ ବହୁତ ବଢେଇଦେଲେ । ଯାହାକି ପିନ୍ଟୁ ନନ୍ଦ ଜମାରୁ ମଧ୍ୟ ଚାହୁଁନଥିଲା । ଏପରି ସବୁ ତା’ ନାମରେ ତା’ ଦେହ ଭଲ ନଥିବା ସମୟରେ ଘଟିଥିବାରୁ ସେ ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡିଥିଲା ।

ତେବେ ସେ ଯାହା ବି ହେଉ ଯଦି ପିନ୍ଟୁର ଅଭିନୟ କଥାକୁ ଆଖି ଆଗରେ ରଖି କହିବି । ତେବେ ପିନ୍ଟୁଙ୍କୁ ଯେଉଁ ଭଳି ମଧ୍ୟ ଅଭିନୟ ଦିଅ । ସେ ନିଖୁଣ ଭାବରେ ତାହାକୁ କରି ଦେଖାଉଥିଲା । ଭଗବାନ ତା’ ପାଖରେ ସେପରି କିଛି କଳା ମଧ୍ୟ ଦେଇଥିଲେ । ହେଲେ ଆମ ଗହଣରେ ଜଣେ ଓଡିଶାର କଳାକାର ପିନ୍ଟୁ ନନ୍ଦ ଆଉ ନାହିଁ ।

ତେବେ ପିନ୍ଟୁର ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *