ଡିଭୋର୍ସ ହେବା ପରେ ବି ସୁପରହିଟ ଓ Success ପାଇଛନ୍ତି Bollywood ର ଏହି 4 ଜଣ ହିରୋଇନ, ନମ୍ବର 3 ଙ୍କ ପାଇଁ ତ ଫ୍ୟାନ୍ସ ପୁରା ଦିବାନା

ବନ୍ଧୁଗଣ ଆପଣ ମାନେ ବଲିଉଡରେ ବିଭିନ୍ନ କଳାକାର ମାନଙ୍କୁ ଦେଖିଥିବେ ଯେଉଁମାନେ ପରସ୍ପର ସହ ବିବାହ କରିଛନ୍ତି । ସାଧାରଣତଃ ଅଭିନେତ୍ରୀ ମାନେ ବିବାହ କରିବା ପରେ ବଲିଉଡକୁ ତ୍ୟାଗ କରି ଦିଅନ୍ତି । ହେଲେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ମଧ୍ୟ ବଲିଉଡରେ ଫିଲ୍ମ କରୁଛନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ କରିବା ପରେ ନିଜ ସ୍ଵାମୀ ମାନଙ୍କ ଠାରୁ ଡିଭୋର୍ସ ନେଇଛନ୍ତି ଓ ଏହି ଅଭିନେତ୍ରୀ ମାନେ ବହୁତ ପପୁଲାର ହୋଇଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ।

ମାହି ଗିଲ- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ମାହି ଗିଲ । ମାହି ୧୭ ବର୍ଷ ବୟସରେ ବିବାହ କରିଥିଲେ । ମାହିଙ୍କୁ ଅଭିନୟରେ ବହୁତ ରୁଚି ଥିଲା ହେଲେ ମାହିଙ୍କ ସ୍ଵାମୀ ମାହିଙ୍କୁ ବଲିଉଡରେ କାମ କରିବା ପାଇଁ ଅନୁମତି ଦେଉନଥିଲେ । ହେଲେ ମାହି ତାଙ୍କ ସ୍ଵାମୀଙ୍କ ଠାରୁ ତଲାକ ନେଇ ବଲିଉଡରେ ଫିଲ୍ମ କରିଥିଲେ । ମାହିଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ବଲିଉଡରେ ମାହି ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ କରିଛନ୍ତି ।

ଅଦିତି ରାଓ ହାଇଦ୍ରି- ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଦିତି ରାଓ ହାଇଦ୍ରି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଦିତିଙ୍କୁ ବିଭିନ୍ନ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ । ଦର୍ଶକ ମାନେ ଅଦିତିଙ୍କ ବୋଲ୍ଟ ଲୁକ ଓ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ହେଲେ ଅଦିତି ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ବିବାହ କରିସାରିଥିଲେ ।


୧୭ ବର୍ଷ ବୟସରେ ଥିବା ସମୟରେ ଅଦିତି ନିଜ ପିଲା ବେଳର ସାଙ୍ଗ ସହିତ ବିବାହ କରିଥିଲେ । ହେଲେ ଏହି ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା । ୨୧ ବର୍ଷ ବୟସରେ ଅଦିତି ତଲାକ ନେଇଥିଲେ । ତଲାକ ପରେ ଅଦିତି ବଲିଉଡରେ ପାଦ ଦେଇଥିଲେ ଓ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ପପୁଲାର ହୋଇଛନ୍ତି ।


ମଲିକା ସେରାବତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ମଲିକା ସେରାବତ । ମଲିକା ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ କରିଛନ୍ତି । ଦର୍ଶକ ମାନେ ମଲିକାଙ୍କର ସୁନ୍ଦରତା ଓ ବୋଲ୍ଟଲୁକକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ହେଲେ ଯେତେବେଳେ ମଲିକା ନିଜ ପରିବାର ଲୋକଙ୍କ ସହ ରହୁଥିଲେ ସେତେବେଳେ ତାଙ୍କ ପରିବାର ଲୋକ ତାଙ୍କର ବିବାହ କରି ଦେଇଥିଲେ । ହେଲେ ମଲିକା ସେହି ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟି ପାରିନଥିଲେ, ଯାହା ଫଳରେ ସେ ତାଙ୍କ ପରିବାରକୁ ଛାଡି ମୁମ୍ବାଇ ଆସି ଯାଇଥିଲେ ଓ ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ ।

କଲ୍କି କୋଚଲୀନ – ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଲ୍କି କୋଚ୍ଲିନ । ଅଭିନେତ୍ରୀ କଲ୍କି ବିବାହ କରିଥିଲେ ଫିଲ୍ମ ମେକର ଅନୁରାଗ କଶ୍ୟପଙ୍କ ସହ, ହେଲେ ତାଙ୍କର ଏହି ବିବାହ ଅଧିକ ବର୍ଷ ପର୍ଯ୍ୟନ୍ତ ରହିନଥିଲା । ଯାହା ଫଳରେ ସେ ଅନୁରାଗଙ୍କ ଠାରୁ ଡିଭୋର୍ସ ନେଇଥିଲେ । ଏହା ପରେ କଲ୍କି ବଲିଉଡର ବହୁତ ସୁପର ହିଟ ଫିଲ୍ମରେ କାମ କରି ଲୋକପ୍ରିୟତା ହାସିଲ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *